କୋଭିଡ୍‌୧୯ ମୁକାବିଲା: ରାଜ୍ୟର ବିଭିନ୍ନ ଅଞ୍ଚଳ ବର୍ଗୀକରଣ

ଭୁବନେଶ୍ୱର,୪।୫(ବ୍ୟୁରୋ): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳର ବର୍ଗୀକରଣ କରିଛନ୍ତି। ଏ ନେଇ ରବିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଉଲ୍ଲେଖଯୋଗ୍ୟ, ସଂକ୍ରମିତ ଚିହ୍ନଟ ହୋଇଆସୁଥିବା ଜିଲାକୁ ରେଡ୍‌ ଜୋନ ବୋଲି ଘୋଷଣା କରାଯାଇଛି। ସେହିଭଳି ଶେଷ ୧୪ ଦିନ ଯାଏ କୌଣସି ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ଜିଲାକୁ ଅରେଞ୍ଜ ଜୋନ୍‌ ବୋଲି କୁହାଯିବ। ଅନୁରୂପ ଭାବେ ଏଯାବତ୍‌ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ଅଥବା ୨୮ ଦିନ ଯାଏ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ନ ଥିବା ଜିଲାକୁ ଗ୍ରୀନ୍‌ ଜୋନ୍‌ ବୋଲି ଘୋଷଣା କରାଯାଇଛି।