କୋକୁଆ ଓ କରୋନା

ଡ. ଭାଗ୍ୟଲିପି ମଲ୍ଲ

ଏବେ ସବୁଠି କରୋନା ଆତଙ୍କ। ସ୍ବରସାମ୍ୟ ଦୃଷ୍ଟିରୁ ଏହାକୁ ଓଡ଼ିଶାର ଅତିପରିଚିତ ଶବ୍ଦ ‘କୋକୁଆ’ର ରୂପାନ୍ତର କୁହାଯାଇ ପାରିବ। କାରଣ କୋକୁଆ ଓଡ଼ିଶାର ଘରେ ଘରେ ପରିଚିତ। ଯେ କୌଣସି ଭୟଙ୍କର ପରିସ୍ଥିତି ଆସିଲେ ଲୋକେ କୁହନ୍ତି କୋକୁଆ ଭୟ। ପିଲା ନ ଶୋଇଲେ, ମା’ କହେ କୋକୁଆ ଆସିବ, ଶୋଇପଡ଼। ତା’ହେଲେ, କିଏ ଏଇ କୋକୁଆ? କେଉଁଠୁ ତା’ର ଜନ୍ମ?
ତା’ର ଜନ୍ମ କାଳେ ଦ୍ୱାରକାରେ। ସମୁଦ୍ରକୂଳରେ। ସେଇଠୁ ତା’ର ଉଦୟ ଏବଂ ସମଗ୍ର ଯାଦବବଂଶ ଧ୍ୱଂସର କାରଣ। ସେଦିନ ପ୍ରତ୍ୟେକ ଦ୍ୱାରକାବାସୀଙ୍କ ମନରେ ଏକ ଧାରଣା ଜନ୍ମ ନେଇଛି, କୋକୁଆ କାଳେ ମରଣର ଦୂତ। ସମଗ୍ର ଦ୍ୱାରକାର ପ୍ରତିପ୍ରାଣରେ ‘କୋକୁଆ’ ଶବ୍ଦ ପ୍ରତିଧ୍ୱନିତ ହୋଇଛି। ସେ ସମସ୍ତଙ୍କୁ ଖାଇଯିବ ବୋଲି ଆତଙ୍କ ସୃଷ୍ଟି ହୋଇଛି। ପ୍ରତ୍ୟେକଙ୍କର ପ୍ରତ୍ୟେକଙ୍କୁ ପ୍ରଶ୍ନ- କୋକୁଆ ଦେଖିବାକୁ କେମିତି? କେମିତି ତା’ର ରୂପ? ଉତ୍ତର ଅତି ସ୍ପଷ୍ଟ। କେହି ତାକୁ ଦେଖି ନାହାନ୍ତି। ମାତ୍ର ତା’ର ରୂପ ଅତି ଭୟଙ୍କର, ସଭିଏଁ ଶୁଣିଛନ୍ତି।
ତା’ର ଭୁଜ କାଳେ ଯୋଜନ ଯୋଜନ ଲମ୍ବ, ସାତଟା ଆଖି, ଆକାଶରେ ତା’ର ବିଶାଳ ପଞ୍ଝା ମେଲେଇ ଉଡ଼ୁଥାଏ। ତା’ ଥଣ୍ଟର ଲମ୍ବ ଏକ ଯୋଜନ, ଗର୍ଭ ପାଞ୍ଚ ଯୋଜନ। ସ୍ତ୍ରୀ, ପୁରୁଷ, ବାଳୁତ, ବୃଦ୍ଧ ନିର୍ବିଶେଷରେ ସେ ଥଣ୍ଟ ଲମ୍ବାଇ ସମସ୍ତଙ୍କୁ ଗିଳି ପକାଉଛି। ‘କୋକୁଆ’ର ଏହି ଭୟଙ୍କର ରୂପ ସଂପର୍କରେ ସ୍ବୟଂ କୃଷ୍ଣ ହିଁ କହିଛନ୍ତି ମାତା ଦେବକୀଙ୍କୁ। ମାତ୍ର ସରଳ ମା’ର ମନ କାହୁଁ ଜାଣିବ, ସବୁ ସେଇ କୃଷ୍ଣର ସୃଷ୍ଟି। ନିଜ ହାତରେ ଗଢ଼ିଥିବା ନିଜର ବଂଶକୁ ନାଶ କରନ୍ତେ ବା କିପରି? ତେଣୁ ଉପାୟ ପାଞ୍ଚତ୍ଲେ। ‘କୋକୁଆ’ ଉପାୟ।
ଉପାୟ ଫଳପ୍ରସୂ ହେଲା। କୋକୁଆ ଭୟରେ ଆପେ ଆପେ ଯାଦବ ବଂଶ ନାଶ ହୋଇଗଲା। ସମଗ୍ର ଦ୍ୱାରକା ଭୂମି ପାଲଟିଗଲା ସଂଗ୍ରାମ ଭୂମି। ସମୁଦ୍ର ପନ୍ତାର ସନ୍ତରାବଣରୁ ସନ୍ତରାଗଛ ଉପାଡ଼ି ପରସ୍ପରକୁ ପିଟିବାରେ ଲାଗିଲେ। ସନ୍ତରାଗଛର ଲାଠି ମାଡ଼ରେ ଶୋଇଯାଉଛି ଯାଦବବଂଶର ବିଶାଳ ବୃକ୍ଷ।
ଏହି ‘କୋକୁଆ’ର ସୃଷ୍ଟି ପଛର ସ୍ରଷ୍ଟା ତା’ହେଲେ କିଏ? ନିଶ୍ଚୟ ସାରଳା ଦାସ। ସେ ସ୍ପଷ୍ଟ କରି ଦେଇଛନ୍ତି, କୋକୁଆ କାଳର ପ୍ରତୀକ, ଚକ୍ରବତ୍‌ ଓ ଅମୂର୍ତ୍ତ। ତାକୁ ଜଣେ ବ୍ୟକ୍ତି, ନିଜ ଭାବରେ ଅନୁଭବ କରିପାରେ, ଦେଖିପାରେ, ଶୁଣିପାରେ, କହିପାରେ। ସେ ନିଜକୁ କୋଽହମ୍‌ ପ୍ରଶ୍ନ କରୁଥାଏ। ମାତ୍ର ଅନ୍ୟ କେହି, ଜଣକର ଅନୁଭବକୁ ଶୁଣିପାରେ ନାହିଁ, କହିପାରେ ନାହିଁ, କିମ୍ବା ଦେଖିପାରେ ନାହିଁ। କାଳର ରୂପ ବିସ୍ମୟକର। ଅନ୍ୟ ଏକ ଶବ୍ଦରେ ରହସ୍ୟ କୃଷ୍ଣ, ମହାକାଳ, ରହସ୍ୟର ପ୍ରତୀକ। ତେଣୁ ସ୍ବୟଂ କୃଷ୍ଣ ହିଁ ‘କୋକୁଆ’; ତେଣୁ ‘କୋକୁଆ’ ଶବ୍ଦକୁ ଆମେ କୋଽହମ୍‌, କଳିକାଳ, କଳ୍‌କିବୋଧର ଭାବେ ବିଚାର କରିପାରିବା। ଏହି ‘କୋକୁଆ’ ଶବ୍ଦ ମାଧ୍ୟମରେ ଆଜକୁ ପ୍ରାୟ ପାଞ୍ଚଶହ ଛଅଶହ ବର୍ଷ ତଳେ ଜଣେ ଓଡ଼ିଆ (ସାରଳା ଦାସ) ଏକ କାହାଣୀ ମାଧ୍ୟମରେ କାଳର ବା ପ୍ରକୃତିର ଗୁମରକୁ ସ୍ପଷ୍ଟ କରି ଦେଇଛନ୍ତି। କହିଛନ୍ତି- ସ୍ବୟଂ କାଳ ମଧ୍ୟ ମହାକାଳର ଶିକାର ହୁଏ। ଜନ୍ମ ନିଏ ଅନ୍ୟ ଏକ କାଳ। ଅର୍ଥାତ୍‌, ଏକ ଦୁଷ୍କାଳ ମହାକାଳ ଗର୍ଭରେ ଲୀନ ହୁଏ, ଯଥାକାଳରେ ସକାଳ ଆସେ। କାରଣ ‘କୋକୁଆ’ ଭୟରେ ଯାଦବବଂଶ ଧ୍ୱଂସ ହେବା ପରେ କାଳର କୋଳରେ ସ୍ବୟଂ କୃଷ୍ଣ ମଧ୍ୟ ଶୋଇ ଯାଇଛନ୍ତି ଏବଂ ଏକ ସାପ ରୂପ ଧରି ବଳରାମ ସମୁଦ୍ର ଛାତିରେ ଲୀନ ହୋଇ ଯାଇଛନ୍ତି।
କୋକୁଆ ସେଦିନ ଆତଙ୍କ ଖେଳାଇଥିଲା ଦ୍ୱାରକାରେ। ମାତ୍ର ଏବେ ବିଶାଳ ଥଣ୍ଟ, ପଞ୍ଝା ଓ ଗର୍ଭ ବିଶିଷ୍ଟ ଆକାଶରେ ଉଡ଼ୁଥିବା କୋକୁଆର ରୂପ ଅନ୍ୟ ପ୍ରକାର। ଗୋଲ ତା’ର ଆକୃତି। ସବୁଆଡ଼ୁ କଦମ୍ବଫୁଲ ଭଳି। କେଶର ମୁଣ୍ଡ ଟେକିଛି। ବୈଜ୍ଞାନିକ ମତରେ ଏହି ଭାଇରସ୍‌ର ରୂପ ଏହିପରି। ଏହି କୋକୁଆର ନଁା ରଖାଯାଇଛି କରୋନା। ଠିକ୍‌ କୋକୁଆ ଭଳି କେହି ତାକୁ ଦେଖି ନାହାନ୍ତି, କେବଳ ଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ରରେ ତାକୁ ଦେଖାଯାଇପାରେ। ମାତ୍ର ଅନୁଭବ କରୁଛି ସମଗ୍ର ବିଶ୍ୱ। ଏକ କାଳ୍ପନିକ ରୂପ ଏବେ ସକଳ ଚେତନାରେ। ସେତେବେଳେ ତାହା କେବଳ ଦ୍ୱାରକାରେ ଆତଙ୍କ ଖେଳାଇଥିଲା, ଏବେ ସମଗ୍ର ବିଶ୍ୱରେ।
ବିଶ୍ୱର ଆତଙ୍କ ‘କରୋନା’ ମଣିଷ ଶରୀରକୁ ‘ଭୂତାଣୁ’ ରୂପରେ ପ୍ରବେଶ କରୁଛି। ଆମତ୍ରକ୍ଷା ପାଇଁ ଆମେ ପରସ୍ପର ସହ ଲଢ଼େଇ ନୁହେଁ, ସତର୍କତା ଅବଲମ୍ବନ କରୁଛେ। ସଚେତନତା ପାଇଁ ସମଗ୍ର ମାନବ ସମାଜ ଚଳଚଞ୍ଚଳ ହୋଇ ଉଠିଛି। ଯେତେପ୍ରକାର ମାଧ୍ୟମ ଅଛି, ସବୁ ଏଥିପାଇଁ ବିନିଯୋଗ କରାଯାଉଛି। ତେବେ ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା ହେଲା- କୋକୁଆ ଥିଲା କୃଷ୍ଣଙ୍କର ଏକ ଉପାୟ, ଯଦୁବଂଶ ନାଶ କରିବାକୁ। ମାତ୍ର କରୋନା କ’ଣ ତାହା?
ନା, ତାହା ନୁହେଁ, ମାତ୍ର ତାହା। କାରଣ, ଏବେ ହିଁ ସେହି ସମୟ ଉପଗତ, ଯେତେବେଳେ ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ, କୌଣସି କ୍ଷମତା, ଅର୍ଥ, ପ୍ରତିପତ୍ତି- ପ୍ରକୃତିର ଊର୍ଦ୍ଧ୍ୱରେ ନୁହେଁ। ଯେଉଁ ପ୍ରକୃତି ତା’ର ଅଜସ୍ର ଶ୍ରଦ୍ଧା ଆମ ଉପରେ ଅଜାଡ଼ି ଦେଇପାରେ, ମାନବ ସମାଜର ଧ୍ୱଂସର କାରଣ ବି ହୋଇପାରେ। ପ୍ରକୃତିର ଅପରୂପ ଦାନକୁ ଆମେ ଧ୍ୱଂସ କରିବାରେ ଲାଗିଛେ। ଭୁଲି ଯାଇଛେ, ଏମିତି ଏକ ସମୟ ଆସିବ, ବଞ୍ଚତ୍ବା ଲାଗି ପାଣି, ପବନ, ମାଟି କିଛି ବି ନ ଥିବ। ଏକ ନୂଆ ପୃଥିବୀକୁ ଖୋଜିବାକୁ ବାଧ୍ୟ ହେଉଥିବା। ମାତ୍ର ନୂଆ ପୃଥିବୀ ଥିବ, ଏକ ଅପହଞ୍ଚ ସ୍ବପ୍ନ ଜଗତରେ। ଏହି ମାନସିକତାକୁ ଆମେ ଆମତ୍-ହନନ ହିଁ କହିପାରିବା!
‘କୋକୁଆ’ ଏହି ଆତଙ୍କିତ ଭବିଷ୍ୟତର ଏକ ନଗ୍ନ ଉଦାହରଣ ମାତ୍ର। ପୃଥିବୀରେ ଥିବା ଭୟଙ୍କର ବିନାଶକାରୀ ଭୂତାଣୁମାନେ ଏବେ ସକ୍ରିୟ। ଅଦୃଶ୍ୟରେ ଦେହ, ମନ ଓ ପ୍ରାଣକୁ ସଂକ୍ରମିତ କରିବା ତାହାର ଧର୍ମ। ଜଗତର କୌଣସି ଶକ୍ତି ତାହାକୁ ଆୟତ୍ତ କରିବା ସହଜସାଧ୍ୟ ନୁହେଁ। ଏହି ବାସ୍ତବତାକୁ ଜାଣିମଧ୍ୟ ଆମେ ଏକ ଅନାହୂତ ଆତଙ୍କରେ ଆତଙ୍କିତ ହେଉଛେ, ଏହି ବିନାଶକାରୀ ଆତଙ୍କର ପଞ୍ଝାରୁ ମୁକ୍ତିର ମାର୍ଗ ଖୋଜୁଛି ବିଶ୍ୱ। ସେ ମାର୍ଗର ନଁା ସମର୍ପିତ ପ୍ରେମ। ତାହା ହିଁ ପ୍ରକୃତି ପାଇଁ ପ୍ରକୃତ ଅର୍ଘ୍ୟ। ସେଦିନ କୋକୁଆ ବି ପରାଜିତ ହୋଇଥିଲା ଅଧ୍ୟାମତ୍ ଅସ୍ତ୍ର ପାଖରେ। କରୋନା ବି ପରାଜିତ ହେବ। ଏଥିପାଇଁ ଆମକୁ ସେହି ଅଧ୍ୟାମତ୍ଅସ୍ତ୍ରକୁ ମନ୍ତ୍ର କରିବାକୁ ପଡ଼ିବ। ସାରଳା ଦାସ ଲେଖିଥିବା ଓଡ଼ିଆ ମହାଭାରତ ଆମ ଜାତିର ଅସ୍ମିତାର ପରିଚୟ। ପିଲାଦିନେ ପଢ଼ିବାର ଏବଂ ଶୁଣିବାର ସୁଯୋଗ ପାଇଥିଲି। ମାତ୍ର ପରେ କେତେକ ବିଦ୍ୱାନଙ୍କ ସଂସ୍ପର୍ଶରେ ଆସିବାପରେ ଜାଣିଲି ଏହାର କ୍ରିଟିକାଲ ସଂପାଦନା ହେବା ଆବଶ୍ୟକ।
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri