କୋକସରା ପୋଲିସର ଗାଡିମୋଟର ଯାଞ୍ଚ

କୋକସରା,୩୧।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଛକ ନିକଟରେ ବୁଧବାର ପୋଲିସ ପକ୍ଷରୁ ଗାଡିମୋଟର ଯାଞ୍ଚ କରାଯାଇଥିଲା । ଏଥିରେ ବିନା ହେଲମେଟରେ ଗାଡି ଚଳାଉଥିବା ଚାଳକ, ବିନା ଡ୍ରାଇଭିଂ ଲାଇସେନ୍ସ ଓ ଗାଡିର ବୀମା ସହ ଅନ୍ୟ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଇଥିଲା। ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା, କୋକସରା ପୋଲିସ ଏଏସଆଇ ବୁଲୁ ସେଠୀ, ଜନ୍ମେଜୟ ବାଗଙ୍କ ସମେତ କନଷ୍ଟେବଳ ଓ ହୋମଗାର୍ଡମାନେ ଉପସ୍ଥିତ ଥିଲେ ।