କେସିଙ୍ଗାରେ ବିଜୁ ଜନତା ଦଳ ପକ୍ଷରୁ ବିରାଟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

କେସିଙ୍ଗା,୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ବିଜୁ ଜନତା ପକ୍ଷରୁ ବିରାଟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନେତୃତ୍ୱରେ ଏହି ସମ୍ମିଳନୀରେ ଶକ୍ତମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂହ, ପୂର୍ବତନ ବିଧାୟକ ଅନାମ ନାଏକ, ଦୁଷ୍ମନ୍ତ ନାଏକ, ଜିଲା ମହିଳା ସଭାନେତ୍ରୀ କଲ୍ୟାଣ ନାଏକ, ଜିଲା ଯୁବ ସଭାପତି ଆଦିତ୍ୟ ନନ୍ଦ ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ବିରାଟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲା ସଭାପତି ସିଂହଦେଓ ପ୍ରଥମେ ପତାକା ଉତ୍ତୋଳନ କରିଥିଲେ। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପରେ ସଭା ଆରମ୍ଭ ହୋଇଥିଲା। ପ୍ରଥମେ ବିଜେଡିର ଜିଲା ସାଧାରଣ ସମ୍ପାଦକ ଭବାନୀଶଙ୍କର ନିଆଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମିଳନୀରେ ସଚିନ ଜୈନ ଓ ରାନୁବାଲା ବେନିଆ ନୂତନ ଭାବେ ବିଜେଡିରେ ସାମିଲ ହୋଇଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ରୋହିତ କୁମାର ଭୋଇ କେସିଙ୍ଗାର ପେପର ମିଲ୍‌ ଦୀର୍ଘ ୪ ବର୍ଷ ହେଲା ଅକାମୀ ହୋଇ ପଡିରହିଛି । କେସିଙ୍ଗାରୁ ଭୁବନେଶ୍ୱରକୁ ଗମନାଗମନ ପାଇଁ ଟ୍ରେନ ଚଳାଇବାକୁ ଦାବି କରିଥିଲେ । କେସିଙ୍ଗାଠାରେ ନିର୍ମାଣାଧୀନ ୨୨୦ କେଭିର ଟ୍ରାନ୍ସଫର୍ମ ଦୀର୍ଘ ୨ ବର୍ଷ ହେଲା ପଡି ରହିଛି । କେସିଙ୍ଗା ଅଣ୍ଡରବ୍ରିଜ, ଶିଳ୍ପାଞ୍ଚଳ ବିକାଶ, ଭୂମିହୀନମାନଙ୍କୁ ପଟ୍ଟା ପ୍ରଦାନ, ଧାନ ମଣ୍ଡିରେ ଗୃହ ନିର୍ମାଣ, ଆଡିବନ୍ଧ ନିର୍ମାଣ ଆଦି ବିଷୟରେ ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥବଲେ । ସମଗ୍ର କଳାହାଣ୍ଡି ଜିଲାରେ ଶିକ୍ଷା ଓ କୃଷି ବିକାଶ ଏବଂ କ୍ଷୁଦ୍ରଶିଳ୍ପ କେନ୍ଦ୍ର ସ୍ଥାପନ କରିବା ପାଇଁ ମନ୍ତ୍ରୀ ମିଶ୍ର ପ୍ରକାଶ କରିଥିଲେ। ସମ୍ମିଳନୀକୁ ବିଜେଡିର କାର୍ଯ୍ୟକାରୀ ସଭାପତି ପ୍ରଭାତ ରଥ ପରିଚାଳନା କରିଥିଲେ। କେସିଙ୍ଗା ନଗର ଯୁବ ସଭାପତି ସିଲୁ ପରିଡା, ଟାଉନ ସଭାପତି ରମାକାନ୍ତ ଗଉଡ ପ୍ରମୁଖ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri