Categories: ଜାତୀୟ

କେରଳ ବିଧାନସଭା ପ୍ରସ୍ତାବ ଅଣସାମ୍ବିଧାନିକ: ରାଜ୍ୟପାଳ

ଥିରୁଭାନନ୍ତପୁରମ୍‌,୨।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଅଣସାମ୍ବିଧାନିକ ବୋଲି ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁ କହିଛନ୍ତି। ଏହି ପ୍ରସ୍ତାବର କୌଣସି ବୈଧତା ନାହିଁ ବୋଲି ସେ କହିଛନ୍ତି। ନାଗରିକତା କେନ୍ଦ୍ର ଅଧିନସ୍ଥ ଏକ ବିଷୟ। ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ଅନୁଚିତ। ଏହାପୂର୍ବରୁ କେନ୍ଦ୍ରୀୟ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ପାରିତ ହୋଇଥିବା ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ଏହାଦ୍ୱାରା ସମ୍ବିଧାନର ଉଲ୍ଲଂଘନ ହେଉଥିବା ସେ କହିଥିଲେ।

Share