Posted inଫୁରସତ

କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା

ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ ସ୍କୁଲ ନ ଯାଇ ୩ଟି ବହି ଲେଖିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳା ଅଞ୍ଚଳର ସୁକଡ ଗାଁରେ ରହୁଥିବା ୯୫ ବର୍ଷୀୟା ଶାରଦା ଦେବୀ। ସେ କେବେ ସ୍କୁଲ ଦୁଆରମୁହଁ ମାଡ଼ିନାହାନ୍ତି। କିନ୍ତୁ ୩ଟି କବିତା ବହି ଲେଖିଛନ୍ତି। ଏହି ବହି ଏବେ ଭାଷା ଏବଂ ସଂସ୍କୃତି ବିଭାଗର ଜିଲା ସଂଗ୍ରାହାଳୟରେ ସ୍ଥାନ ପାଇଛି। ଶାରଦା ଦେବୀ ହେଉଛନ୍ତି ସୁକଡ଼ର ପ୍ରଫେସର ପଣ୍ଡିତ ବଦ୍ରିଦତ୍ତ ଝିଅ। ଯିଏକି ସ୍କୁଲ ଯାଇନାହାନ୍ତି। କାରଣ ସେତେବେଳେ ଝିଅମାନଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯାଉ ନ ଥିଲା। କିନ୍ତୁ ଶାରଦା ଦେବୀଙ୍କ ପାଠପଢ଼ାରେ ବହୁ ଆଗ୍ରହ ଥିଲା। ତେଣୁ ତାଙ୍କ ପିତା ଘରେ ପଢ଼ିବାକୁ କହିଲେ। ଶାରଦା ଦେବୀ ଘରେ ଲେଖାପଢ଼ା କରୁଥିଲେ। ଯାହା ତାଙ୍କୁ ଆଜି ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ପାଠପଢ଼ାରେ ଏତେ ରୁଚି ଥିଲା ଯେ, ସେ ୭୦ ଦଶକରେ ୩ ଖଣ୍ଡ କବିତା ବହି ଲେଖିଦେଲେ। ଶାରଦା ଦେବୀଙ୍କ ପ୍ରଥମ କବିତା ସଂକଳନ ‘ମାତା କା କବଚ’, ଦ୍ୱିତୀୟରେ ‘ପହାଡ଼ି ଦୁର୍ଗ ସପ୍ତସତୀ’ ଏବଂ ତୃତୀୟଟି ‘ପଙ୍ଖୁଡି’। ୧୯୮୪ରେ ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ପଣ୍ଡିତ ସନ୍ତରାମ ଶାରଦା ଦେବୀଙ୍କ କବିତା ସଂକଳନକୁ ଭାଷା ସଂସ୍କୃତି ବିଭାଗରେ ସ୍ଥାନ ପାଇବାକୁ ସ୍ବୀକୃତି ଦେଇଥିଲେ । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri