Posted inଫୁରସତ

କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା

ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ ସ୍କୁଲ ନ ଯାଇ ୩ଟି ବହି ଲେଖିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳା ଅଞ୍ଚଳର ସୁକଡ ଗାଁରେ ରହୁଥିବା ୯୫ ବର୍ଷୀୟା ଶାରଦା ଦେବୀ। ସେ କେବେ ସ୍କୁଲ ଦୁଆରମୁହଁ ମାଡ଼ିନାହାନ୍ତି। କିନ୍ତୁ ୩ଟି କବିତା ବହି ଲେଖିଛନ୍ତି। ଏହି ବହି ଏବେ ଭାଷା ଏବଂ ସଂସ୍କୃତି ବିଭାଗର ଜିଲା ସଂଗ୍ରାହାଳୟରେ ସ୍ଥାନ ପାଇଛି। ଶାରଦା ଦେବୀ ହେଉଛନ୍ତି ସୁକଡ଼ର ପ୍ରଫେସର ପଣ୍ଡିତ ବଦ୍ରିଦତ୍ତ ଝିଅ। ଯିଏକି ସ୍କୁଲ ଯାଇନାହାନ୍ତି। କାରଣ ସେତେବେଳେ ଝିଅମାନଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯାଉ ନ ଥିଲା। କିନ୍ତୁ ଶାରଦା ଦେବୀଙ୍କ ପାଠପଢ଼ାରେ ବହୁ ଆଗ୍ରହ ଥିଲା। ତେଣୁ ତାଙ୍କ ପିତା ଘରେ ପଢ଼ିବାକୁ କହିଲେ। ଶାରଦା ଦେବୀ ଘରେ ଲେଖାପଢ଼ା କରୁଥିଲେ। ଯାହା ତାଙ୍କୁ ଆଜି ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ପାଠପଢ଼ାରେ ଏତେ ରୁଚି ଥିଲା ଯେ, ସେ ୭୦ ଦଶକରେ ୩ ଖଣ୍ଡ କବିତା ବହି ଲେଖିଦେଲେ। ଶାରଦା ଦେବୀଙ୍କ ପ୍ରଥମ କବିତା ସଂକଳନ ‘ମାତା କା କବଚ’, ଦ୍ୱିତୀୟରେ ‘ପହାଡ଼ି ଦୁର୍ଗ ସପ୍ତସତୀ’ ଏବଂ ତୃତୀୟଟି ‘ପଙ୍ଖୁଡି’। ୧୯୮୪ରେ ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ପଣ୍ଡିତ ସନ୍ତରାମ ଶାରଦା ଦେବୀଙ୍କ କବିତା ସଂକଳନକୁ ଭାଷା ସଂସ୍କୃତି ବିଭାଗରେ ସ୍ଥାନ ପାଇବାକୁ ସ୍ବୀକୃତି ଦେଇଥିଲେ । ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri