କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା କାଟ ହେବ ନାହିଁ: ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଦରମା କାଟ ହେବ ନାହିଁ। ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। କରୋନା ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ଦିନକୁ ଦିନ ବିଗୁଡୁଥିବାରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ କରିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସେଭଳି କୌଣସି ପ୍ରସ୍ତାବ ନାହିଁ। କୌଣସି କର୍ମଚାରୀଙ୍କର ଦରମା କାଟ ହେବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି ସ୍ପଷ୍ଟ କରାଯାଇଛି।