Posted inରାଜ୍ୟ

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ଓଡ଼ିଶୀରେ ସୁରୂପା, ଛଉରେ ତପନ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୨୦୧୮। ଏହାସହ ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ଏବଂ ଏକାଡେମୀ ଫେଲୋ(ଏକାଡେମୀ ରତ୍ନ) ମଧ୍ୟ ଘୋଷଣା କରାଯାଇଛି। ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂ ସଙ୍ଗୀତ ନାଟକ ଏକାଡେମୀ ଫେଲୋ ତଥା ସମ୍ମାନଜନକ ଏକାଡେମୀ ରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଛଉ ନୃତ୍ୟ ପାଇଁ ଓଡ଼ିଶାରୁ ତପନ କୁମାର ପଟ୍ଟନାୟକ ଏବଂ ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନ ସମ୍ମାନଜନକ ‘କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ପାଇବେ। କେବଳ ଏତିକି ନୁହେଁ, ଓଡିଶୀ ନୃତ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଗି ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ଏବଂ ଛଉନୃତ୍ୟ ପାଇଁ ଯୁବ ଛଉ ନୃତ୍ୟଶିଳ୍ପୀ ରାକେଶ ସାଇବାବୁ ‘ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର’ ଲାଗି ମନୋନୀତ ହୋଇଛନ୍ତି।
ଏକାଡେମୀର ସାଧାରଣ ପରିଷଦ ଦ୍ବାରା ଦେଶରୁ ମୋଟ ୪୪ଜଣ କଳାକାର ‘କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ସଙ୍ଗୀତ, ନୃତ୍ୟ, ମଞ୍ଚ ନାଟକ, ବାଦ୍ୟ, ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଆଦିବାସୀ ସଙ୍ଗୀତ ଓ ନୃତ୍ୟ ଆଦି କ୍ଷେତ୍ରରୁ ପ୍ରତିଭାବାନ କଳାକାରମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୃତ୍ୟ କ୍ଷେତ୍ରରେ ମୋଟ ୯ଜଣ କଳାକାର ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଏଥିରେ ଓଡିଶାରୁ ଖ୍ୟାତନାମା ଛଉ ନୃତ୍ୟଶିଳ୍ପୀ ତପନ କୁମାର ପଟ୍ଟନାୟକ ରହିଛନ୍ତି। ସେହିଭଳି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ଲାଗି ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ସୁରୂପାଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ସୁରୂପା ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗବେଷଣା ସହ ନୂତନ ନୃତ୍ୟଶୈଳୀ ମାଧ୍ୟମରେ ଓଡ଼ିଶୀ ନୃତ୍ୟର ପ୍ରାଚୁର୍ଯ୍ୟତାକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ବାଙ୍ଗାଲୋରରେ ଥିବା ନୃତ୍ୟାନୁଷ୍ଠାନ ‘ନୃତ୍ୟଗ୍ରାମ’ରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରି ଏହାକୁ ବିଶ୍ୱବ୍ୟାପୀ କରାଇଛନ୍ତି।
ଅନ୍ୟପକ୍ଷରେ ସମଗ୍ର ଦେଶରୁ ୩୨ଜଣ ‘ଉସ୍ତାଦ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର-୨୦୧୮’ ପାଇବାକୁ ମନୋନୀତ ହୋଇଥିବା ବେଳେ ୨ ଓଡ଼ିଆ ଏହି ପୁରସ୍କାର ପାଇବେ। ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ଓ ବିଶିଷ୍ଟ ଛଉ ନୃତ୍ୟଗୁରୁ ଜନ୍ମେଜୟ ସାଇବାବୁଙ୍କ ପୁଅ ରାକେଶଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ମଧୁଲିତା ଜଣେ ଯୁବ ପ୍ରତିଭାଭାବେ ଓଡିଶୀ ନୃତ୍ୟ କ୍ଷେତ୍ରରେ ନିଜ ପରାକାଷ୍ଠା ପ୍ରଦର୍ଶନ କରିବା ସହ ଦେଶ ବିଦେଶରେ ଏହାର ପ୍ରଚାର ପ୍ରସାର କରିଛନ୍ତି। ସେହିଭଳି ଦିଲ୍ଲୀରେ ମୟୂରଭଞ୍ଜ ଛଉର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାକେଶ ଏହି ପାରମ୍ପରିକ କଳାକୁ ବର୍ତ୍ତମାନର ପିଢି ନିକଟରେ ପହଞ୍ଚାଇଛନ୍ତି। ଓଡ଼ିଶୀ ନୃତ୍ୟ କ୍ଷେତ୍ରକୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରମୁଖ ଶିଷ୍ୟା ତଥା ବିଶିଷ୍ଟ ଓଡ଼ିଶୀ ଓ ଭାରତନାଟ୍ୟମ୍‌ ଶିଳ୍ପୀ ପଦ୍ମବିଭୂଷଣ ସୋନାଲ ମାନସିଂଙ୍କ ସ୍ବତନ୍ତ୍ର ଅବଦାନ ଲାଗି ତାଙ୍କୁ ‘ଏକାଡେମୀ ରତ୍ନ’ ପାଇଁ ଚୟନ କରାଯାଇଛି। ତାଙ୍କ ସହ ଜାକିର ହୁସେନ, ଯତୀନ ଗୋସ୍ବାମୀ ଓ କେ. କଲ୍ୟାଣସୁନ୍ଦରମ୍‌ ପିଲ୍ଲାଇ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri