କେନ୍ଦ୍ର, ରାଜ୍ୟ ବିରୋଧରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ ୨୩ରେ ରାଜଧାନୀରେ ପ୍ରତିବାଦ ସଭା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କଂଗ୍ରେସ ସଂଗଠନକୁ ଜିଲାସ୍ତରରେ କ୍ରିୟାଶୀଳ କରିବାକୁ ପିସିସି(ପ୍ରଦେଶ କଂଗ୍ରେସ କମିଟି) ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲା କଂଗ୍ରେସ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି। ଅର୍ଥନୈତିକ ମାନ୍ଦାବସ୍ଥା, ଉକତ୍ଟ ବେକାରି ସମସ୍ୟା, ନିତ୍ୟ ବ୍ୟବହୃତ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଓ ସର୍ବୋପରି କେନ୍ଦ୍ରର ଭାଜପା ଓ ରାଜ୍ୟର ବିଜେଡି ନେତୃତ୍ୱାଧୀନ ସରକାରଙ୍କ କୃଷକ ଓ ଜନମାରଣ ନୀତି ବିରୋଧରେ ପ୍ରତ୍ୟେକ ଜିଲାସ୍ତରରେ ଜିଲା ସଦର ମହାକୁମାଠାରେ କଂଗ୍ରେସର ଏମ୍‌ପି ପ୍ରାର୍ଥୀଙ୍କୁ ଆନ୍ଦୋଳନାମତ୍କ କାର୍ଯ୍ୟକ୍ରମ ନିମନ୍ତେ ପିସିସି ସଭାପତି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସମସ୍ତ ବିଧାୟକ ପ୍ରାର୍ଥୀମାନଙ୍କ ସହ ଆଲୋଚନା ଓ ପରାମର୍ଶ କରି ନଭେମ୍ବର ୨୦, ୨୧ ଏବଂ ୨୨ ମଧ୍ୟରେ ଧାରଣା ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିରଞ୍ଜନ କହିଛନ୍ତି। ଆସନ୍ତା ୨୩ତାରିଖ ଦିନ ୧୦ଟାରେ ରାଜଧାନୀରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ଅଧିକୃତ ଏଆଇସିସି ପର୍ଯ୍ୟବେକ୍ଷକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିପାଦାସ ମୁନ୍‌ସୀ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଯୋଗଦେବାକୁ ପିସିସି ସଭାପତି ସମସ୍ତଙ୍କୁ ନିବେଦନ କରିଛନ୍ତି।