କେନ୍ଦ୍ର ବଜେଟ: ଓଡ଼ିଶାକୁ ଅଣଦେଖା

ଭୁବନେଶ୍ୱର,୨।୨(ବ୍ୟୁରୋ): ସବୁ ସମୟରେ ଓଡିଶା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇ ଆସୁଛି। ଶନିବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ୨୦୨୦-୨୧ ଆର୍ଥିକବର୍ଷର ବଜେଟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି। କେବଳ କେନ୍ଦ୍ରୀୟ ଅନୁଦାନ ନୁହେଁ, ସଂସ୍କୃତି ଓ ପର୍ଯ୍ୟଟନ, ପାନୀୟ ଜଳ ଯୋଗାଣ, ଆଦିବାସୀଙ୍କ ବିକାଶ ଭଳି କ୍ଷେତ୍ରକୁ ମଧ୍ୟ ଅବହେଳା କରାଯାଉଛି। ରାଜ୍ୟରେ ବହୁ ପୁରାତନ ପ୍ରତ୍ନତତ୍ତ୍ୱ ସ୍ଥଳ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଆଇକନିକ ପ୍ରତ୍ନତତ୍ତ୍ୱ ସାଇଟ୍‌ରେ ଓଡିଶା ସ୍ଥାନ ପାଇନାହିଁ। ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଅଭିଭାଷଣ ରଖିବା ବେଳେ ଦେଶରେ ନୂତନ ୫ଟି ପ୍ରତ୍ନତତ୍ତ୍ୱ ସ୍ଥଳକୁ ଆଇକନିକ ସାଇଟ୍‌ ଭାବେ ବିକାଶ କରିବାକୁ ଘୋଷଣା କରିଛନ୍ତି। ସେହି ସ୍ଥାନଗୁଡିକ ହେଲା ହରିୟାଣାର ରାଖିଗରହି, ଉତ୍ତର ପ୍ରଦେଶର ହସ୍ତିନାପୁର, ଆସାମର ଶିଭାଗଡ, ଗୁଜରାଟର ଢୋଲଭିରା ଏବଂ ତାମିଲନାଡୁର ଆଦିଚାନାଲୁର। ଓଡିଶାର ରତ୍ନଗିରି, ଲଳିତଗିରି, ଧଉଳିଗିରି, ଉଦୟଗିରି ଭଳି ପ୍ରତ୍ନତତ୍ତ୍ୱ ସ୍ଥଳ ଥିବା ବେଳେ କେନ୍ଦ୍ର ବଜେଟରେ ଏହାକୁ ସ୍ଥାନିତ କରାଯାଇ ନାହିଁ। କେବଳ ସେତିକି ନୁହେଁ, ଆଦିବାସୀ ବହୁଳ ଓଡିଶାକୁ ମଧ୍ୟ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି। ଝାଡଖଣ୍ଡଠାରେ ଏକ ଆଦିବାସୀ ମ୍ୟୁଜିୟମ କରିବାକୁ ବଜେଟରେ ବ୍ୟୟ ବରାଦ କରାଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଚାଲୁ ରହିଥିବା ବିିଭିନ୍ନ ସ୍କିମ୍‌ରେ ଏହି ବଜେଟରେ ସେପରି କୌଣସି ଆଖିଦୃଶିଆ ବ୍ୟୟ ବରାଦ ହୋଇନାହିଁ। କେନ୍ଦ୍ରୀୟ ଯୋଜନାରେ ଅଂଶଧନ କାଟ କରିବା ଏବଂ ୮ଟି ଯୋଜନାକୁ ବନ୍ଦ କରିବା ଯୋଗୁ ରାଜ୍ୟ ଉପରେ ଆର୍ଥିକ ଚାପ ବଢି ଚାଲିଛି। ତେବେ ଏହି ନୂତନ ବଜେଟରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡିକ ପାଇଁ ବ୍ୟୟ ବରାଦ ହୋଇ ନାହିଁ। ଏହାଛଡା ରାଜ୍ୟଗୁଡିକର ଅଂଶଧନ କେନ୍ଦ୍ରୀୟ ଟିକସକୁ ପ୍ରାୟ ୫୯ ହଜାର କୋଟି ଟଙ୍କାକୁ ହ୍ରାସ କରାଯାଇଥିବାରୁ ଓଡିଶା ଏ ବାବଦରେ ପ୍ରାୟ ୩ ହଜାର କୋଟି ହରାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାନୀୟ ଜଳ ଯୋଗାଣ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏଥିପାଇଁ ପ୍ରସ୍ତାବିତ ୩.୬ ଲକ୍ଷ କୋଟି ବ୍ୟୟ ବରାଦ କରାଯିବା ପରିବର୍ତ୍ତେ ମାତ୍ର ୧୧,୫୦୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଓଡିଶା ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୩୬୦୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଲାଣି। ବଜେଟରେ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ କରାଯାଇ ନ ଥିବାରୁ ରାଜ୍ୟ ଉପରେ ଚାପ ବଢିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri