ଗୁଣପୁର,୫।୬(ଡି.ଏନ୍.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ ଥିବା ୮ ଏକର ଜମିକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଲିଜ୍ସୁତ୍ରରେ ପଞ୍ଜୀକରଣ କରାଯାଇଛି ା ରାୟଗଡା ଜିଲାପାଳ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅତିରିକ୍ତ କମିଶନର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏହି ପଞ୍ଜୀକରଣ ପ୍ରକ୍ରିୟା ହୋଇଛି ା ଗୁଣପୁର ତହସିଲଦାର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସପାଲ ଏହି ପ୍ରକ୍ରିୟାରେ ଦସ୍ତାବିଜ୍ କାର୍ଯ୍ୟ ଚୂଡ଼ାନ୍ତ କରିଥିଲେ ା ଜମି ପଞ୍ଜୀକରଣ ପ୍ରକ୍ରିୟା ସରିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ଗୁଣପୁରଠାରେ ଖୋଲିବା ନେଇ ପଥ ପରିସ୍କାର ହୋଇଛି ା ଯାହା ଗୁଣପୁର ଲୋକଙ୍କ ପାଇଁ ଖୁସିରଖବର ହୋଇଛି ା ଚଳିତ ଶିକ୍ଷାବର୍ଷରୁ ଗୁଣପୁରଠାରେ ଶିକ୍ଷାଦାନ ହୋଇପାରିବ ବୋଲି ଆଶା ସଞ୍ଚାର ହୋଇଛି ା
ରାୟଗଡା ଜିଲା ଗୁଣପୁରଠାରେ ୨୦୧୩ରୁ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନୁଧ୍ୟାନ କରାଯାଉଥିଲା ା ଏହି ସମୟ ମଧ୍ୟରେ ଅନେକ ଥର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅଧିକାରୀମାନେ ଆସି ଅନୁଧ୍ୟାନ କରି ଯାଇଛନ୍ତି ା ହେଲେ ଗତ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁଣପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲେଞ୍ଜ ମେଥଡରେ ଖୋଲିବା ନେଇ ଘୋଷଣା ହୋଇଥିଲା ା ୨୦୧୭ ମାର୍ଚ୍ଚ ୧୭ ତାରିଖରେ ରାୟଗଡା ଜିଲା ଗୁଣପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ କ୍ୟାବିନେଟ ମଞ୍ଜୁରି ମିଳିଥିଲା ା ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ୨୦୧୭ ମାର୍ଚ୍ଚ ୩୦ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ୨୦୧୭ ଜୁନ ୩୦ ସୁଧା ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ରାୟଗଡା ଜିଲାପାଳଙ୍କୁ କୁହାଯାଇଥିଲା ା ଏହିକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଏକ ପ୍ରତିନିଧି ଦଳ ୨୦୧୭ ଏପ୍ରିଲ ୮ ତାରିଖରେ ଗୁଣପୁର ଆସି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ରାୟଗଡା ଯାଇ ଜିଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ା ସଂଗଠନର ସମସ୍ତ ଦାବି ମୁତାବକ ଜିଲା ପ୍ରଶାସନ ଆନୁଷଙ୍ଗିକ ସୁବିଧାସୁଯୋଗ ଦେଇଥିଲେ ା ଶେଷରେ ୨୦୧୭ ମେ ୩୧ ତାରିଖରେ ସଂଗଠନ ଆଞ୍ଚଳିକ ଶାଖା ଭୁବନେଶ୍ୱରର ଡେପୁଟି କମିଶନର ଜି.ଭି.ଏଲ. ଜଗନ୍ନାଥ ଗୁଣପୁର ଆସି ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ ା ଉକ୍ତ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୁଣପୁର ଗସ୍ତ କରି ବିଦ୍ୟାଳୟ ଓଡିଶା ଶାଖା ମୁଖ୍ୟଙ୍କ ସହ ଆଲୋଚନା ପରେ ତୁରନ୍ତ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ପ୍ରତିଶୃତି ଦେଇଥିଲେ ା ୨୦୧୮ ଏପ୍ରିଲ ୨୦ ତାରିଖରେ ରାୟଗଡା ଜିଲାପାଳଙ୍କ ନିକଟକୁ ପୁଣି ଏକ ପତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ପକ୍ଷରୁ ଆସିଥିଲା। ଯେଉଁଥିରେ ନୂତନ ମଞ୍ଜୁରି ମିଳିଲେ ଗୁଣପୁରଠାରେ ଏହା ଖୋଲିବ ବୋଲି ଉଲ୍ଲେଖ ରହିଥିଲା ା ଯାହା ସେ ସମୟରେ ଗୁଣପୁରବାସୀଙ୍କୁ ଶକ୍ତ ଆଘାତ ଦେଇଥିଲା ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର
ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ
ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…
ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…
ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…
ବ୍ରିଜ୍ ଉପରେ ହଠାତ୍ ଫାଟିଲା ପାନୀଳ ଜଳ ପାଇପ୍, ଆଉ ତା’ ପରେ…
ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ଥିବା ପାନୀୟଜଳ ପାଇପ୍ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…
ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….
ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…
ବାଇକ୍ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ
ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…
ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ
ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…
ଅକାଳରେ ଚାଲିଗଲା ସିଆର୍ପିଏଫ୍ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା
ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…
Archives

