ଗୁଣପୁର,୫।୬(ଡି.ଏନ୍.ଏ.)-ବହୁ ଘାତ ପ୍ରତିଘାତ ମଧ୍ୟରେ ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଛି ା ଗୁଣପୁର ତହସିଲ ଅଫିସ ନିକଟରେ ଥିବା ୮ ଏକର ଜମିକୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଲିଜ୍ସୁତ୍ରରେ ପଞ୍ଜୀକରଣ କରାଯାଇଛି ା ରାୟଗଡା ଜିଲାପାଳ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅତିରିକ୍ତ କମିଶନର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏହି ପଞ୍ଜୀକରଣ ପ୍ରକ୍ରିୟା ହୋଇଛି ା ଗୁଣପୁର ତହସିଲଦାର ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସପାଲ ଏହି ପ୍ରକ୍ରିୟାରେ ଦସ୍ତାବିଜ୍ କାର୍ଯ୍ୟ ଚୂଡ଼ାନ୍ତ କରିଥିଲେ ା ଜମି ପଞ୍ଜୀକରଣ ପ୍ରକ୍ରିୟା ସରିବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ଗୁଣପୁରଠାରେ ଖୋଲିବା ନେଇ ପଥ ପରିସ୍କାର ହୋଇଛି ା ଯାହା ଗୁଣପୁର ଲୋକଙ୍କ ପାଇଁ ଖୁସିରଖବର ହୋଇଛି ା ଚଳିତ ଶିକ୍ଷାବର୍ଷରୁ ଗୁଣପୁରଠାରେ ଶିକ୍ଷାଦାନ ହୋଇପାରିବ ବୋଲି ଆଶା ସଞ୍ଚାର ହୋଇଛି ା
ରାୟଗଡା ଜିଲା ଗୁଣପୁରଠାରେ ୨୦୧୩ରୁ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନୁଧ୍ୟାନ କରାଯାଉଥିଲା ା ଏହି ସମୟ ମଧ୍ୟରେ ଅନେକ ଥର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଅଧିକାରୀମାନେ ଆସି ଅନୁଧ୍ୟାନ କରି ଯାଇଛନ୍ତି ା ହେଲେ ଗତ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁଣପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲେଞ୍ଜ ମେଥଡରେ ଖୋଲିବା ନେଇ ଘୋଷଣା ହୋଇଥିଲା ା ୨୦୧୭ ମାର୍ଚ୍ଚ ୧୭ ତାରିଖରେ ରାୟଗଡା ଜିଲା ଗୁଣପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ କ୍ୟାବିନେଟ ମଞ୍ଜୁରି ମିଳିଥିଲା ା ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ୨୦୧୭ ମାର୍ଚ୍ଚ ୩୦ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ୨୦୧୭ ଜୁନ ୩୦ ସୁଧା ସମସ୍ତ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ରାୟଗଡା ଜିଲାପାଳଙ୍କୁ କୁହାଯାଇଥିଲା ା ଏହିକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଏକ ପ୍ରତିନିଧି ଦଳ ୨୦୧୭ ଏପ୍ରିଲ ୮ ତାରିଖରେ ଗୁଣପୁର ଆସି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ରାୟଗଡା ଯାଇ ଜିଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ା ସଂଗଠନର ସମସ୍ତ ଦାବି ମୁତାବକ ଜିଲା ପ୍ରଶାସନ ଆନୁଷଙ୍ଗିକ ସୁବିଧାସୁଯୋଗ ଦେଇଥିଲେ ା ଶେଷରେ ୨୦୧୭ ମେ ୩୧ ତାରିଖରେ ସଂଗଠନ ଆଞ୍ଚଳିକ ଶାଖା ଭୁବନେଶ୍ୱରର ଡେପୁଟି କମିଶନର ଜି.ଭି.ଏଲ. ଜଗନ୍ନାଥ ଗୁଣପୁର ଆସି ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ ା ଉକ୍ତ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୁଣପୁର ଗସ୍ତ କରି ବିଦ୍ୟାଳୟ ଓଡିଶା ଶାଖା ମୁଖ୍ୟଙ୍କ ସହ ଆଲୋଚନା ପରେ ତୁରନ୍ତ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ପ୍ରତିଶୃତି ଦେଇଥିଲେ ା ୨୦୧୮ ଏପ୍ରିଲ ୨୦ ତାରିଖରେ ରାୟଗଡା ଜିଲାପାଳଙ୍କ ନିକଟକୁ ପୁଣି ଏକ ପତ୍ର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ପକ୍ଷରୁ ଆସିଥିଲା। ଯେଉଁଥିରେ ନୂତନ ମଞ୍ଜୁରି ମିଳିଲେ ଗୁଣପୁରଠାରେ ଏହା ଖୋଲିବ ବୋଲି ଉଲ୍ଲେଖ ରହିଥିଲା ା ଯାହା ସେ ସମୟରେ ଗୁଣପୁରବାସୀଙ୍କୁ ଶକ୍ତ ଆଘାତ ଦେଇଥିଲା ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଜମି ପଞ୍ଜୀକରଣ ପ୍ରକ୍ରିୟା ଶେଷ:ସ୍କୁଲ ଖୋଲିବା ନେଇ ପଥ ପରିସ୍କାର
ଚାଷ କାମ ପାଇଁ ଯାଇଥିଲେ, ହଠାତ୍ ଜଙ୍ଗଲରୁ ମାଡ଼ିଆସିଲା ହାତୀ: ଆଉ ତା’ପରେ ଘଟିଲା…
କଲ୍ୟାଣସିଂହପୁର,୩।୧୨(ଦୀପକ କୁମାର ପରିଡ଼ା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ପାରସାଲୀ ପଞ୍ଚାୟତ ଅଧୀନ ବୁଡୁଣି ଗାଁରେ ବୁଧବାର ସକାଳୁ ହାତୀ ଆକ୍ରମଣରେ ୩୨ ବର୍ଷୀୟ ବାଲା...
୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍ପି ସପ୍ତଗିରି
ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ...
ମେରୁଦଣ୍ଡ, ପିଠିରେ ମାଂସ ବଢିବା ଯୋଗୁ ଚାଲିପାରୁନାହାନ୍ତି ୧୩ ବର୍ଷର ବାଳକ: ସହାୟତା ଯୋଗାଇଲେ ଜିଲାପାଳ
ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ପିଠି ଏବଂ ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟିଯାଇଛନ୍ତି। ସଠିକ୍ରେ ଚାଲିପାରୁନାହାନ୍ତି। ଫଳରେ ବାପା...
୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା
ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା...
ଭାଇ ବାହା ଘରୁ ଫେରିଲା ବେଳେ ବାଟରେ ଗାଡ଼ି ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ
ରାୟଗଡା,୨୬।୧୧(ଆଶିଷ ରଞ୍ଜନ ପଣ୍ଡା): ଭାଇର ବାହାଘର ସାରି ରାୟଗଡା ଫେରିଲା ବେଳେ ଏକ ସଡ଼କ ଦୁର୍ଘଟଣାରେ ଭଉଣୀ ମୃତ୍ୟୁବରଣ କରିଥିବା ଭଳି ଦୁଃଖଦ ଘଟଣା ଘଟିଛି...
ପୁଣି ଜଣେ ୫୧ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ, ଚିନ୍ତାରେ ପରିବାର
କଲ୍ୟାଣସିଂହପୁର, ୨୧।୧୧( ଦୀପକ କୁମାର ପରିଡ଼ା ): ଦାଦନ କାମ ପାଇଁ ଯାତ୍ରା କଲାବେଳେ ଟ୍ରେନରୁ ସମୟରେ ଓହ୍ଲାଇ ପାରି ନ ଥିବାରୁ ଏକ ୫୧...
ବସ୍ ମିଳିବନି କହି ଘରକୁ ଡାକିଲେ, ପରେ ବିବାହିତା ମହିଳାଙ୍କୁ ବୁଦାକୁ ନେଇ ବଳାତ୍କାର; କାନ୍ଦି କାନ୍ଦି…
ରାୟଗଡ଼ା,୧୯।୧୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ାରେ ଲଜ୍ଜା। ସହରରେ ଅନ୍ଧାର ରାତିରେ ଜଣେ ବିବାହିତ ମହିଳାଙ୍କୁ ବଳାତ୍କାର କରାଯାଇଛି। ଏନେଇ ବିବାହିତ ମହିଳାଜଣଙ୍କ ସ୍ବାମୀଙ୍କ ସହ ମଙ୍ଗଳବାର...
୧୧ ବର୍ଷ ପରେ ନ୍ୟାୟ…ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡ
ରାୟଗଡ଼ା,୧୮।୧୧(ଆଶିଷ ରଞ୍ଜନ ପଣ୍ଡା) -ଦୀର୍ଘ ୧୧ ବର୍ଷ ପରେ ରାୟଗଡ଼ା ସହର ବୁଦୁରାବାଲସା ସାହିରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ରାୟଗଡ଼ା...
Archives


