କେନ୍ଦ୍ରାପଡ଼ାରେ ୪ ନୂଆ ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଛୁଇଁଲା

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ/ମହାକାଳପଡା, ୧୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ଜିଲାରେ ୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏକକାଳୀନ ୧୩ ଓ ଶନିବାର ୪ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଫଳରେ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ସମସ୍ତ ଆକ୍ରାନ୍ତ ଜିଲାର ମାର୍ଶାଘାଇ ଓ ମହାକାଳପଡା ବ୍ଲକର ଦୁଇଟି ସଂଗରୋଧ କେନ୍ଦ୍ରରେ ରହୁଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କୁ କଟକ କୋଭିଡ ଚିକତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

ମାର୍ଶାଘାଇ ବଏଜ ହାଇସ୍କୁଲର ଚିହ୍ନଟ ୩ ଆକ୍ରାନ୍ତ ବ୍ୟକ୍ତି ଗତ ୯ ତାରିଖରେ ଅହମ୍ମଦାବଦରୁ ବସ୍‌ ଯୋଗେ ଫେରିଥିଲେ। ସେହିପରି ମହାକାଳପଡା ବଡକୂଳ ପଞ୍ଚାୟତ ଆଶ୍ରମ ବାଲିକୁଦା ଉଚ୍ଚ ବିଦ୍ୟାପୀଠର ସଂକ୍ରମିତ ବ୍ୟକ୍ତି ସାଇକେଲ ଯୋଗେ ସୁରଟରୁ ଫେରିଥିଲେ। ଆକ୍ରାନ୍ତଙ୍କ ସ୍ବାବ ପରୀକ୍ଷା ପରେ କରୋନା ପଜିଟିଭ୍‌ ଥିବା ଜଣାପଡିଥିଲା। ଏହା ପରେ ଆକ୍ରାନ୍ତଙ୍କ ସହ ରହୁଥିବା ଅବଶିଷ୍ଟ ପ୍ରବାସୀଙ୍କ ସ୍ବାବ ପରୀକ୍ଷା ପାଇଁ ପଠା ଯାଇଥିବା ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସେ କହିଛନ୍ତି ଯେ, ଆକ୍ରାନ୍ତମାନେ ସୁରଟ ଓ ଅହମ୍ମଦାବାଦରୁ ଫେରି ସଂଗରୋଧ କେନ୍ଦ୍ରରେ ରହିଥିବାରୁ ଗୋଷ୍ଠି ସଂକ୍ରମଣ ଭୟ ନାହିଁ । ଏଥିପାଇଁ କଣ୍ଟେନମେଣ୍ଟ ଜୋନର ଆବଶ୍ୟକତା ନାହିଁ। ଏହି କେନ୍ଦ୍ରକୁ ବିଶୋଧନ କରାଯାଉଛି। ଏଥିସହ ପ୍ରବାସୀଙ୍କ ସ୍ବାବ ଟେଷ୍ଟ ପାଇଁ ନମୁନା ସଂଗ୍ରହ ପ୍ରକ୍ରୀୟାକୁ ତ୍ୱରାନ୍ବିତ କରାଯାଇଛି। ନିକଟ ସମ୍ପର୍କୀୟ ଓ ସ୍ଥାନୀୟ ଅଧିକାସୀଙ୍କୁ ଜିଲାସ୍ଥିତ ସଂଗରୋଧ କେନ୍ଦ୍ର ନିକଟକୁ ବାରଣ କରାଯାଇଛି ବୋଲି ଜିଲାପାଳ ବର୍ମା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ଜିଲାର ଆଳି ଓ ରାଜନଗର ବ୍ଲକର ଦୁଇଜଣ ଲେଖାଏ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ବ୍ଲକର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୫ ଜଣ, ରାଜକନିକାର ଜଣେ, କେନ୍ଦ୍ରାପଡାର ୪ ଓ ମହାକାଳପଡା ବ୍ଲକ ଅଞ୍ଚଳର ୮ କରୋନା ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ କଟକସ୍ଥିତ କୋଭିଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ଗତ ୪ ତାରିଖରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ୭୭୩୬ ଜଣ ପ୍ରବାସୀ ଜିଲାକୁ ଫେରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri