Categories: ନୟାଗଡ଼

କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଚାନ୍ଦପୁର କୋଭିଡ ମେଡିକାଲ ପରିଦର୍ଶନ

ରଣପୁର,୨୭।୫(ସ୍ବ.ପ୍ର)-ନୟାଗଡ ଜିଲା ଚାନ୍ଦପୁରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ବୁଧବାର କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ ଅଚାନକ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି। ପ୍ରଥମେ ଆର୍‌ଡିସି ସାମଲ ଟାଙ୍ଗି ପୂର୍ତ୍ତବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଜିଲାର ବରିଷ୍ଠ ଅଧିକାରୀଙ୍କ ସହ କୋଭିଡ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାପରେ ଚାନ୍ଦପୁର ଅଭିମୁଖେ ଯାଇ କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ସହ ମେଡିକାଲର ବିଭିନ୍ନ ଓ୍ବାର୍ଡ ବୁଲି ଦେଖିଥିଲେ। ଏହାପରେ ଆରଡିସି ସାମଲ କନ୍ଧ ନୟାଗଡ ରଘୁ ଦିବାକର ହାଇସ୍କୁଲ ପରିସରରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ର ପରିଦର୍ଶନ କରିଥିଲେ। ଆରଡିସିଙ୍କ ସହ ନୟାଗଡ ଉପଜିଲାପାଳ ଲଗ୍ନଜିତ ରାଉତ, ଏଡିଏଏମ ବିଧାନ ଚନ୍ଦ୍ର ରାୟ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ୱେତ କୁମାର ମହାପାତ୍ର, ଚାନ୍ଦପୁର କୋଭିଡ ହସ୍ପିଟାଲର ଅଧିକାରୀ ବି. ସୂରିଆ ରାଓ, ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।