କେନ୍ଦ୍ରମନ୍ତ୍ରୀଙ୍କୁ ସଂସଦୀୟ କ୍ଷେତ୍ର ଦାବି ଜଣାଇଲେ ସପ୍ତଗିରି

ଜୟପୁର,୧୨।୨(ନି.ପ୍ର.) – କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲ୍ଲାକା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭି.କେ. ସିଂ ଓ ବିଜେଡି ଏମ୍‌ପିଙ୍କ ସହ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଅବସରରେ ଅନ୍ୟମାନେ ରାଜ୍ୟର ବିକାଶ କଥା ଉଠାଇଥିବା ବେଳେ ସପ୍ତଗିରି ନିଜ ସଂସଦୀୟ କ୍ଷେତ୍ରର ଦାବି କଥା ଜଣାଇଥିଲେ। ଗତ ଡିସେମ୍ବରରେ ସେ ଉକ୍ତ ଦାବି ସମ୍ପର୍କିତ ପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିଲେ ମଧ୍ୟ ଏଯାବତ୍‌ କିଛି ପଦକ୍ଷେପ ହୋଇ ନ ଥିବା ସେ ସାକ୍ଷାତ ଆଲୋଚନା ବେଳେ କହିଥିଲେ। ନିଜ ସଂସଦୀୟ କ୍ଷେତ୍ରରେ ଯୋଗାଯୋଗ ତଥା ଜାତୀୟ ରାଜପଥର ବିକାଶ ପାଇଁ ସେ ଦାବି ଜଣାଇଥିଲେ। ୨୬ ଓ ୩୨୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି ା ୨୬ ନଂ ଏନ୍‌ଏଚ୍‌ ବୋରିଗୁମ୍ମା, ଜୟପୁର, କୋରାପୁଟ, ପଟ୍ଟାଙ୍ଗି ଓ ସୁଙ୍କି ଦେଇ ଯାଇଥିବା ବେଳେ ପ୍ରାୟ ୧୫୦ କିମି ରାସ୍ତାରେ ଖାଲଖମା ଯୋଗୁ ନିତିଦିନ ଦୁର୍ଘଟଣା ଘଟୁଛି। ସେହିପରି ଜାତୀୟ ରାଜପଥ ୩୨୬ ଦୀର୍ଘ ୯ ବର୍ଷ ହେବ ନିର୍ମାଣ ଚାଲିଛି ା ରାୟଗଡ଼ା- ଆସିକା ଭାୟା ଗୁମୁଡ଼ା- ଅଡବା- ମୋହନା ଦେଇ ଏହା ଯାଇଛି। କିନ୍ତୁ ମୁକୁନ୍ଦପୁର ଅଞ୍ଚଳରେ କାମ ଧିମେଇଛି। ଏହି ଦୁଇଟି ରାଜପଥକୁ ୪ ଲାଇନ କଲେ ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ସେ ପ୍ରସ୍ତାବ ରଖିଛନ୍ତି। ସେହିପରି ରାଜପଥର ରାୟଗଡ଼ା, କୋରାପୁଟ, ଜୟପୁର, କାକିରିଗୁମ୍ମା ବାଇପାସ ତୁରନ୍ତ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି। କୋରାପୁଟ ଜିଲା ଲମତାପୁଟ ବ୍ଲକର ୬ଟି ପଞ୍ଚାୟତ କୋଲାବ ଜଳଭଣ୍ଡାର ଯୋଗୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ତେଣୁ କେନ୍ଦ୍ର ସରକାର ସିନ୍ଧିପୁଟରେ ୧୨ ଶହ ମିଟର ଜଳଭଣ୍ଡାର ଉପରେ ପୋଲ ନିର୍ମାଣ କରିବା ପାଇଁ ସପ୍ତଗିରି କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri