କେନ୍ଦୁଝର-ମୟୂରଭଞ୍ଜ ଜିଲା ସୀମାର ୮ ରାସ୍ତା ସିଲ୍‌

ପାଟଣା,୨୪ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ପ୍ରବେଶ ପଥର ୮ଟି ରାସ୍ତାକୁ ପାଟଣା ପୋଲିସ ସିଲ୍‌ କରିଛି। ଏହି ସୀମାବର୍ତ୍ତୀ ପ୍ରବେଶ ପଥରେ ତାର ଓ ବାଉଁଶ ବାଡ଼ ଦେଇ ବନ୍ଦ କରି ଦିଆଯାଇଛି। ଗୁରୁବାର ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ଓ ପାଟଣା ଥାନାଧିକାରୀ ସନ୍ଧ୍ୟାରାଣୀ ଜେନା ସିଲ୍‌ ହୋଇଥିବା ସ୍ଥାନ ବୁଲି ଦେଖିଥିଲେ। ତେବେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ରୋଗୀ ସେବା ଓ ଅତ୍ୟାବଶକ ସାମଗ୍ରୀ ପରିବହନ କରୁଥିବା ଯାନ ଗୁଡିକ ପୂର୍ବବତ୍‌ ଯିବା ଆସିବା କରିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।