କେନ୍ଦୁଝରରେ ଜନତା କର୍ଫ୍ୟୁ, ସବୁଆଡ଼େ ଶୂନଶାନ୍‌

କେନ୍ଦୁଝର ୨୨।୩(ସ୍ବ.ପ୍ର.): ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ରବିବାର ଜନତା କର୍ଫ୍ୟୁ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହାକୁ ସମାନ ଦେଖାଇ ସମଗ୍ର ଜିଲାରେ ସ୍ବତଃପ୍ରବୃତ୍ତ ବନ୍ଦ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଛି। ଲୋକ ମାନେ ଘରୁ ବାହାରି ନ ଥିବା ବେଳେ ଜରୁରୀ କାମ ପାଇଁ କାଁ ଭାଁ ଲୋକ ରାସ୍ତାରେ ଚଳପ୍ରଚଳ ଦେଖିବାକୁ ମିଳିଛି। ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ଷ୍ଟେଶନ ଶୂନ୍‌ଶାନ ହୋଇପଡିଛି। ଲୋକମାନେ ଘର ବାହାରକୁ ଆସୁ ନାହାନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି।