କେନ୍ଦୁଝରର ଗଣପର୍ବ ରଜ: ରଜବତୀଙ୍କ ପୂଜା ମୁଖ୍ୟ ଆକର୍ଷଣ

କେନ୍ଦୁଝର: ‘ବନସ୍ତେ ଡାକିଲା ଗଜ। ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ।’ ହଁ ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବକୁ ଗାଁଠୁ ସହର ପ୍ରତିଟି ଓଡ଼ିଆ ପରିବାର ପାଳିଥାନ୍ତି। ବିଶେଷ କରି କେନ୍ଦୁଝର ଜିଲାରେ ରଜପର୍ବ ନିଆରା ଢଙ୍ଗରେ ପାଳିତ ହୋଇଥାଏ। ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରରେ ରଜକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ନାଚଗୀତ, ପିଠାପଣା ସହ ଦୋଳି ଖେଳର ମଜା ସମସ୍ତେ ଉଠାନ୍ତି। ତେବେ ଏଠାକାର ଆଉ ଏକ ଆକର୍ଷଣ ହେଉଛି ରଜବତୀ ପୂଜା, ଯାହା ଏଠାକାର ରଜପର୍ବକୁ କରେ ନିଆରା। ଚଳିତବର୍ଷ ଜିଲାପାଳ କରୋନା ସଂକ୍ରମଣ ପାଇଁ କଟକଣା ଲଗାଇଛନ୍ତି। କିନ୍ତୁ ଗାଁ ଗଣ୍ଡାରେ ଲୋକେ ଏହାକୁ ସାମାଜିକ ଦୂରତ୍ୱ ବଜାୟ ରଖି ପାଳନ କରିବେ ବୋଲି କୁହାଯାଉଛି।

ରଜ ତିନିଦିନରେ ନ ଥାଏ କୌଣସି ଉଚ୍ଚନୀଚର ଭେଦଭାବ। ସେ ଆଦିବାସୀ ହୁଅନ୍ତୁ ଅବା ଅଣଆଦିବାସୀ ସମସ୍ତେ ମିଳିମିଶି ରଜର ମଜା ଉଠାଇଥାଆନ୍ତି। ନୃତ୍ୟ ଗୀତରେ ଦୁଲୁକି ଉଠେ ପରିବେଶ। ଏଠାରେ ଦେଖିବାକୁ ମିଳେ ବିଭିନ୍ନ ପ୍ରକାରର ଦୋଳି ଯେମିତିକି ଚକ୍ରି ଦୋଳି, ଖାଇ ଦୋଳି, ରାମ ଦୋଳି। ତେବେ ରାମ ଦୋଳି ହେଉଛି ଏଠାକାର ବିଶେଷ ଆକର୍ଷଣ। ଯେଉଁଥିରେ ଏକାଥରେ ୧୬ ଜଣ ବସି ଦୋଳି ଖେଳି ପାରନ୍ତି। ତେବେ ଏଠାକାର ରଜକୁ ସ୍ବତନ୍ତ୍ର କରିଥାଏ ‘ରଜବତୀ ପୂଜା’। ଖାସ୍‌କରି ଷଡ଼ଙ୍ଗୀ, ଭଣ୍ଡା, ହର୍ଷପୁର ଆଦିଗ୍ରାମରେ ରଜବତୀ ବିଭାଘର ବା ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଥାଏ ବୋଲି ଅଧ୍ୟାପକ ବିପିନ ସାହୁ କୁହନ୍ତି। ରଜ ପୂର୍ବ ଦିନ ପାଣି ବୁହା ଅର୍ଥାତ୍‌ ଘର ସଫାସୁତରା କରିବା ସହ ପିଠାପଣା ପ୍ରସ୍ତୁତ ହୋଇଥାଏ। ଯେମିତିକି ରଜ ତିନିଦିନ ଆଉ କାମ କରିବାକୁ ପଡିବ ନାହିଁ। କେବଳ ଖିଆପିଆ, ନାଚଗୀତରେ ସମୟ ବିତିବ। ପ୍ରଥମ ରଜରେ ମା’ ରଜବତୀଙ୍କର ଏକ ପ୍ରତିମା ମାଟିରେ ତିଆରି କରାଯାଏ। ସେହିଭଳି ଏକ ପୁରୁଷ ପ୍ରତିମା ବି ଗଢାଯାଏ। ତା’ପରେ ବିରାଟ ପଟୁଆରରେ ବରପକ୍ଷ ଶୋଭାଯାତ୍ରା କରି ଆସନ୍ତି। ମହିଳାପୁରୁଷ ସମସ୍ତେ ଯୋଗ ଦିଅନ୍ତି। ଶେଷରେ ଗାଁମୁଣ୍ଡ ଯାତ୍ରା ପଡିଆରେ ଏକ ମଣ୍ଡପ ତିଆରି ହୋଇଥାଏ। ସେଠାରେ ମା’ ରଜବତୀ ଓ ସେହି ପୁରୁଷ ପ୍ରତିମାଙ୍କର ପୂଜା ସହ ବାହାଘର କରାଯାଏ। ସମସ୍ତେ ଖୁସିରେ ହାତ ଧରାଧରି ହୋଇ ନାଚ କରିଥାନ୍ତି ବୋଲି ସଂସ୍କୃତି ଗବେଷକ ଡ.କୃଷ୍ଣଚନ୍ଦ୍ର ନାଏକ କହିଛନ୍ତି। ସ୍ବତଃପ୍ରବୃତ ଭାବରେ ମହିଳାମାନେ ଉଚ୍ଚନୀଚ ଭେଦଭାବ ଭୁଲି ନୃତ୍ୟଗୀତ କରିଥାନ୍ତି। ମୁଣ୍ଡା, ମାଝି, ସାନ୍ତାଳ, ଜୁଆଙ୍ଗ, ଭୂୟାଁ ସମସ୍ତେ ଦଳ ଦଳ ହୋଇ ନାଚନ୍ତି। ଏହି ଦିନରେ କୌଣସି ଜାତିଭେଦ ନ ଥାଏ ଓ ସମସ୍ତଙ୍କ ମଧ୍ୟରେ ଆତ୍ମୀୟତା ଥାଏ ବୋଲି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା କହନ୍ତି। ଏମିତିଭାବେ ପ୍ରଥମ ଓ ଦ୍ୱିତୀୟ ରଜରେ ଦୁଇଦିନ ରଜବତୀ ପୂଜା ହୁଏ। ଆଉ ତୃତୀୟଦିନରେ ମା’ ରଜବତୀ ଦେବୀଙ୍କୁ ବିସର୍ଜନ କରାଯାଏ। ମହିଳାମାନେ ଏକ ଶୋଭାଯାତ୍ରାରେ ଉତ୍‌ଫୁଲ୍ଲିତ ହୋଇ ମନର ଭାବକୁ ଗୀତ ଆକାରରେ ପରିପ୍ରକାଶ କରି ପାଖ ପୋଖରୀ ବା ଅନ୍ୟ ଜଳାଶୟରେ ବିସର୍ଜନ କରିଥାନ୍ତି। ଆଉ ସେଠାକୁ ପୁରୁଷଙ୍କୁ ମନା ଥାଏ। ତେବେ ଯେଉଁଠି ଏହି ପୂଜା କରାଯାଇ ନ ଥାଏ, ସେଠାରେ ସନ୍ଧ୍ୟା ସମୟରେ ମହିଳାମାନେ ଗୀତ ଗାଇ ଗାଁ ଜଳାଶୟରେ ସ୍ନାନ କରି ଫେରିଥାନ୍ତି। ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତି ଗବେଷକ ଡ.କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ, ଓଡ଼ିଶାରେ ରଜ କହିଲେ କେନ୍ଦୁଝର ଜିଲାର ରଜକୁ ବୁଝାଏ। ସବୁ ବର୍ଗର ଓ ସମ୍ପ୍ରଦାୟର ମହିଳାମାନେ ଏହାକୁ ପାଳନ କରିଥାନ୍ତି। ନାରୀ ଓ ଧରିତ୍ରୀ ମାତା ସମାନ। ଉଭୟେ ସୃଷ୍ଟିକାରିଣୀ। ଏଣୁ ମହିଳାମାନେ ରଜଦେବୀଙ୍କୁ ସ୍ବତଃପ୍ରବୃତ ଗୀତ ମାଧ୍ୟମରେ ଆବାହନ କରିଥାନ୍ତି। ଚଳିତ ବର୍ଷ କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଣୁ ଏହି ଦୋଳି ମହୋତ୍ସବ ପାଳନ ଉପରେ କଟକଣା କରାଯାଇଛି ବୋଲି ବରିଷ୍ଠ ସାହିତି୍ୟକ ପ୍ରଦୀପ ରାଉତ କହିଛନ୍ତି।

– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri