କେନ୍ଦୁଝରରେ କୁହୁଡ଼ିଆ ପରିବେଶ

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ସହରରେ ବୁଧବାର ସକାଳେ କୁହୁଡ଼ିଆ ପରିବେଶ ସମସ୍ତଙ୍କୁ ବିମୋହିତ କରିଛି। ଚଳିତ ବର୍ଷ ଶୀତ ଋତୁ ପୂର୍ବରୁ ଏଭଳି ପରିବେଶକୁ ନେଇ ପରିବେଶପ୍ରେମୀ ମାନଙ୍କୁ ମଧ୍ୟ ଆକୃଷ୍ଟ କରିଛି। ଅନେକ ଭୋର ସକାଳେ ଉଠି ନିଆରା ଦୃଶ୍ୟକୁ ଉପଭୋଗ କରିବା ସହ ସେଲଫି ଉଠିବାର ମଜା ଉଠାଇଛନ୍ତି। ରାତିରେ ବର୍ଷା ଛାଡିବା ପରେ ସକାଳେ କୁହୁଡିର ଆସ୍ତରଣ ସମସ୍ତଙ୍କୁ ଉଲ୍ଲସିତ କରିଥିବା ବେଳେ ପାହାଡ଼ ଓ ଜଙ୍ଗଲ ପରିବେଶରେ ଓ ଜୁଡ଼ିଆ ଘାଟି ରାସ୍ତାରେ ଏହାର ନିଆରା ଅନୁଭୂତିକୁ ମନେ ପକାଉଛନ୍ତି ।