କେନ୍ଦୁଝରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ, ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଛୁଇଁଲା

କେନ୍ଦୁଝର, ୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ପଟଣା ବ୍ଲକରୁ ଦୁଇ ଜଣ ଚିହ୍ନଟ ହୋଇଥିବା ବେଳେ ଚମ୍ପୁଆ ବ୍ଲକରୁ ଜଣେ ଓ ବଡ଼ବିଲରୁ ଜଣେ ଚିହ୍ନଟ ହୋଇଛନ୍ତି। ପାଟଣା ବ୍ଲକରୁ ଚିହ୍ନଟ ଆକ୍ରାନ୍ତ ଦ୍ୱୟ ଗୁଜୁରାଟରୁ ଫେରି କ୍ୱାରାଣ୍ଟାଇନରେ ଥିଲେ। ସେହିପରି ଚମ୍ପୁଆ ବ୍ଳକରୁ ଚିହ୍ନଟ ଆକ୍ରାନ୍ତ ତାମିଲନାଡୁରୁ ଓ ବଡବିଲରୁ ଚିହ୍ନଟ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରିଥିଲେ। ଉଭୟ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ଏହି ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ରଗୁଡ଼ିକର କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚିହ୍ନଟମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି । ଅଦ୍ୟାବଧି ୮ଜଣ କରନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି।