Categories: ଗଞ୍ଜାମ

କେନାଲରେ ବୁଡି ଯୁବକଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୩।୮(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ଦେଇଯାଇଥିବା ଥିବା ହିରାଧରବାଟି କେନାଲରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡ ନଂ.୮ କାଳୁଆ ବାଉରି ସାହିର ଦଣ୍ଡପାଣି ଦାସ (୫୫)। ଶୁକ୍ରବାର ସନ୍ଧ୍ୟାରେ ଦଣ୍ଡପାଣି ଗାଧୋଇବାକୁ କେନାଲକୁ ଯାଇ ରାତି ପର୍ଯ୍ୟନ୍ତ ଫେରି ନ ଥିଲେ। ଶନିବାର ସକାଳେ କେନାଲକୁ ଗାଧୋଇବାକୁ ଯାଇଥିବା କେତେଜଣ ଲୋକେ ମୃତଦେହ କେନାଲ କୂଳରେ ଲାଗିଥିବା ଦେଖି ପୁରୁଷୋତ୍ତମପୁର ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଉଭୟେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଦଣ୍ଡପାଣିଙ୍କ ମୃତଦେହକୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ନଂ. ୨୦/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇଛି।