କେନାଲରେ ଆସିନି ପାଣି, ଶୁଖିଲାଣି ୭୦ ପ୍ରତିଶତ ତଳି ଘେରା

ରଘୁନାଥପୁର,୨୬ା୭(ଡି.ଏନ୍‌.ଏ.): ଶ୍ରାବଣ ମାସରେ ମଧ୍ୟ ଆଶାନୁରୂପ ବର୍ଷା ନାହିଁ। ଫଳରେ ଚଳିତ ଖରିଫ ଋତୁରେ ଧାନଚାଷ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ମାଛଗଁା କେନାଲ ନଂ.୬, ୭ ଓ ୮ରେ ପାଣି ଆସୁ ନ ଥିବାରୁ ଚାଷୀ ଚିନ୍ତାରେ ପଡିଛନ୍ତି। ଏହି ଅଞ୍ଚଳରେ ଅଳ୍ପ କେତେକ ଜମିକୁ ଛାଡ଼ିଦେଲେ ପ୍ରାୟ ୭୦ ପ୍ରତିଶତ ତଳି ଘେରା ଜଳ ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି।
ଧାର୍ଯ୍ୟ ସମୟରେ ଧାନ ଚାଷ ନ ହୋଇପାରିଲେ ବର୍ଷକ ଆହ। ର କିପରି ଯୋଗାଡ଼ କରିବେ ତାହା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଏଥିପାଇଁ ଜଳସମ୍ପଦ ବିଭାଗର କାର୍ଯ୍ୟଦକ୍ଷତା ଓ ଅପାରଗତାକୁ ଦାୟୀ କରିଛି ନବନିର୍ମାଣ କୃଷକ ସଙ୍ଗଠନ। ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି ଯେ, ଖରିଫ ଋତୁରେ କେନାଲରେ ପାଣି ସମସ୍ୟାକୁ ଆଖି ଆଗରେ ରଖି ଯଥେଷ୍ଟ ପୂର୍ବରୁ ଏହାର ପ୍ରତିକାର ପାଇଁ ଜଳସମ୍ପଦ ଓ ଡ୍ରେନେଜ୍‌ ବିଭାଗକୁ ସତର୍କ କରାଯାଇଥିଲା। କିନ୍ତୁ ବିଭାଗୀୟ ଯନ୍ତ୍ରୀ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ପରିଣାମ ସ୍ବରୂପ ଜଳସେଚନ ସୁବିଧା ଥାଇ ମଧ୍ୟ ୬, ୭ ଓ ୮ ନଂ. କେନାଲ ତଥା ଏହାର ଶାଖା ଓ ଉପଶାଖା କେନାଲରେ ପାଣି ଆସୁନାହିଁ। ସଙ୍ଗଠନର କର୍ମକର୍ତ୍ତା ଦେବୀପ୍ରସାଦ ମହାରଣା କହିଛନ୍ତି ଯେ, କେନାଲ ଠିକ୍‌ ସମୟରେ ସଫେଇ କରାଯାଇନାହିଁ। ବିଭିନ୍ନ ସ୍ଥାନରେ ନିର୍ମିତ ପୋଲ ପାଇଁ କେନାଲ ମଧ୍ୟରେ ମାଟି ପକାଇ ରଖାଯାଇଛି। ସାତପୁରାରୁ ବାହାରିଥିବା ୬ନଂ. ମାଇନର କେନାଲର ୧୨ଟି ରାଜସ୍ବ ଗ୍ରାମ, ନୂଆଦାରୁ ବାହାରିଥିବା ୭ ନଂ. କେନାଲର ୨୦ଟି ରାଜସ୍ବ ଗ୍ରାମ ଓ ଶେଖପାଟଣାରୁ ବାହାରିଥିବା ୮ ନଂ. କେନାଲର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ମାତ୍ର ୧୦ ପ୍ରତିଶତ ଚାଷ କାର୍ଯ୍ୟ ହୋଇପାରିଛି। ଏ ସମ୍ପର୍କରେ ୬ ଓ ୭ ନଂ. କେନାଲ ଦାୟିତ୍ୱରେ ଥିବା ଏସ୍‌ଡିଓ ଦଳପତି ମଣ୍ଡଳ ଉଭୟ ଚାଷୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଚାଷୀମାନଙ୍କୁ ନେଇ ପାଣି ପଞ୍ଚାୟତ ଗଠନ କରାଯାଇଛି। କେନାଲ ସଫେଇ କାର୍ଯ୍ୟ ପାଣି ପଞ୍ଚାୟତ ଦାୟିତ୍ୱରେ ଥିଲା। ସେମାନେ ସଫେଇ କରିବାରେ ବିଳମ୍ବ କରିବାରୁ ପାଣି ଛାଡ଼ିବାରେ ଡେରି ହେଲା। ସେହିପରି ଦାୟିତ୍ୱରେ ଥିବା ଯନ୍ତ୍ରୀ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରି ନ ଥିବା ଏସ୍‌ଡିଓ ମଣ୍ଡଳ ସ୍ବୀକାର କରିଛନ୍ତି। ଜଳସମ୍ପଦ ବିଭାଗ ଏକଜିକ୍ୟୁଟିଭ ଇଞ୍ଜିନିୟର ଉମାକାନ୍ତ ମହାନ୍ତି ବ୍ୟାରେଜ୍‌ରୁ ଆବଶ୍ୟକ ମୁତାବକ ପାଣି ଆସୁ ନ ଥିବା ଏବଂ ଏପରି ଅବସ୍ଥା ଲାଗି ରହିଲେ ଆଗାମୀ ଦିନରେ ଉତ୍କଟ ଜଳ ସମସ୍ୟା ଦେଖାଦେବ ବୋଲି ପ୍ରକାଶ କରିଛନ୍ତି। ତେବେ କେନାଲରେ ଛଡ଼ା ଯାଉଥିବା ପାଣିକୁ ଠିକ୍‌ ଭାବେ ବିନିଯୋଗ କରିବାକୁ ମହାନ୍ତି ପାଣି ପଞ୍ଚାୟତଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ କୃଷକ ସଙ୍ଗଠନ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟସାରଥିଙ୍କ ପ୍ରାର୍ଥିତ୍ୱକୁ ନେଇ ଅଡୁଆ ବଢୁଛି

ଜଗତ୍‌ସିଂହପୁର, ୧୭ା୪ (ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟସାରଥି ମହାନ୍ତି ଭାଜପା ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ପରେ ଦଳ ପାଇଁ...

ଜଗତ୍‌ସିଂହପୁର, ବାଲିକୁଦା-ଏରସମାରେ ଝଡ଼ ପୂର୍ବର ନୀରବତା

ଜଗତ୍‌ସିଂହପୁର,୧୫ା୪ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଜଗତ୍‌ସିଂହପୁର ଓ ବାଲିକୁଦା-ଏରସମା ବିଧାନସଭା ଆସନରେ ଟିକେଟରୁ ବଞ୍ଚତ୍ତ କେତେଜଣ ନେତା ଅନ୍ୟ ଦଳ କିମ୍ବା ସ୍ବାଧୀନ...

୬୧ ଦିନ ଯାଏ ମାଛ ଧରିବା ମନା

ପାରାଦୀପ,୧୫।୪(ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୬୧ ଦିନ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି।...

ଭାଜପା ଭୋଟ ହାତେଇବାକୁ ବିଜେଡି, କଂଗ୍ରେସର ପ୍ରୟାସ

ଜଗତ୍‌ସିଂହପୁର, ୧୪ା୪ (ପ୍ରମୋଦ କୁମାର ନାୟକ)ରାଜ୍ୟରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ରତା ରହିଛି। କାରଣ ଏହି ନିର୍ବାଚନମଣ୍ଡଳୀରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି...

ବିକ୍ରି ହେଉଛି ନିଷେଧ ଔଷଧ

ଜଗତ୍‌ସିଂହପୁର,୧୪।୪ (ପ୍ରମୋଦ କୁମାର ନାୟକ)ଅନେକ ସମୟରେ ଦେଖାଯାଉଛି ରୋଗୀ ଠିକ୍‌ ଔଷଧ ସେବନ କରିପାରୁନାହାନ୍ତି। ଏନେଇ ଯେଉଁସବୁ କାରଣ ଥାଉ ନା କାହିଁକି ଭୁଲ୍‌ ଓ...

ପାରାଦୀପରୁ ଲଢ଼ିବେ ଗୀତାଞ୍ଜଳି ରାଉତରାୟ, ସମ୍ବିତଙ୍କୁ ମିଳିଲାନି ଟିକେଟ୍

ଭୁବନେଶ୍ୱର,୧୧।୪: ଗୁରୁବାର ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ପାରାଦୀପ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି...

ଶଙ୍ଖ ଭବନରେ ସମ୍ବିତଙ୍କ ସହ ଅସନ୍ତୁଷ୍ଟଙ୍କ ଯୁକ୍ତିତର୍କ

ଜଗତ୍‌ସିଂହପୁର, ୧୧ା୪ (ପ୍ରମୋଦ କୁମାର ନାୟକ)ପାରାଦୀପ ନିର୍ବାଚନମଣ୍ଡଳୀ ବିଜେଡି କଳି ଛିଡିବା ପରିବର୍ତ୍ତେ ଦିନକୁଦିନ ବଢ଼ିବାରେ ଲାଗିଛି। ଏହି କଳି ଏବେ ପାରାଦୀପରୁ ଶଙ୍ଖ ଭବନରେ...

୧୬ ମାଛର ଓଜନ ୨୧୫ କେଜି

ପାରାଦୀପ,୧୦।୪(ଶରତ ରାଉତ):ପାରାଦୀପ ମାଛଧରା ବନ୍ଦରକୁ ମଙ୍ଗଳବାର ପାର୍ବତୀ ନାମକ ବୋଟ୍‌ରେ ୧୬ଟି ତେଲିଆ ବୋରେଇ ମାଛ ଆସିଥିଲା। ସେଗୁଡ଼ିକର ଓଜନ ୨୧୫ କେଜି ରହିଛି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri