କେଏଟିଏସ୍‌ ଆୟୁର୍ବେଦ ମହାବିଦ୍ୟାଳୟ: କଲେଜ ସମସ୍ୟା ସମାଧାନକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୦ା୮-ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା(କେଏଟିଏସ୍‌) ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ା ନୂତନ ସଭାପତି ରାଜେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଗୁରୁତ୍ୱାରୋପ କରାଯାଇଥିଲା ା ଏଥିରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ବିପିନ ବିହାରୀ ଖୁଣ୍ଟିଆ ଯୋଗଦେଇ ଗତ ୧୪ତାରିଖରେ ନୂତନ ଭାବେ ଗଠିତ ଛାତ୍ର ସଂସଦର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କଲେଜ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ସଂସଦ ଉପସଭାପତି ଶାଶ୍ୱତ ମାଧିୟା, ସାଧାରଣ ସମ୍ପାଦକ ସତ୍ୟନାରାୟଣ ପାଲ, ସହକାରୀ ସାଧାରଣ ସମ୍ପାଦକ ଶ୍ୟାମ ଶିଭମ୍‌ ମିଶ୍ର, ସାଂସ୍କୃତିକ ସମ୍ପାଦକ ତୀର୍ଯ୍ୟକ ତନ୍ମୟ ମିଶ୍ର, ସହକାରୀ ସାଂସ୍କୃତିକ ସମ୍ପାଦକ ଚନ୍ଦନ କୁମାର ପଲାଇ, ମାଗାଜିନ ସମ୍ପାଦକ ନିରଞ୍ଜନ ସାହୁ, ସହକାରୀ ମାଗାଜିନ ସମ୍ପାଦକ ଆଶୀର୍ବାଦ ମୁନି, ନାଟ୍ୟ ସମ୍ପାଦକ ଗିରିଜା ଶଙ୍କର ଆଚାର୍ଯ୍ୟ, ସହକାରୀ ନାଟ୍ୟ ସମ୍ପାଦକ ଜାହ୍ନବୀ ସାହୁ, କ୍ରୀଡା ସମ୍ପାଦକ ଦେବାଶିଷ ଶତପଥୀ, ସହକାରୀ କ୍ରୀଡା ସମ୍ପାଦକ ଆକାଶ ପାତ୍ର, ଏସ୍‌ଏସ୍‌ଜି ସମ୍ପାଦକ ଦେବସ୍ମିତା ଦାଶ, କ୍ଲାସ ରିପ୍ରେଜେଣ୍ଟେଟିଭ ଅବିନାଶ କର, ବିଜୟ କୁମାର ପାତ୍ର, ପ୍ରତୀକ ନନ୍ଦ, ମୋନାଲୀ ପ୍ରାଚୀପ୍ରଭା ସାହୁ ପ୍ରମୁଖ ଯୋଗ ଦେଇଥିଲେ ା ଛାତ୍ର ସଂସଦ ଉପଦେଷ୍ଟା ଡା. ବିମଳ କୁମାର ପଣ୍ଡାଙ୍କ ସମେତ ଡା. ସୁଷମା ମିଶ୍ର, ଡା. ଶିବ ପ୍ରସାଦ ରାଉତ, ଡା. ବଳରାମ ପ୍ରଧାନ, ଡା. ଅନନ୍ତ ସାଗର ଦାଶ, ଡା. ସୌଭାଗ୍ୟ ରଞ୍ଜନ ମହାଲିକ ପ୍ରମୁଖ ଉପସ୍ଥିତ ଥିଲେ ା