Categories: ଗଞ୍ଜାମ

କୃଷ୍ଣସାର ମାଂସ ଜବତ, ଜଣେ ଗିରଫ

ଜଗନ୍ନାଥପ୍ରସାଦ,୨ା୯(ଡି.ଏନ୍‌.ଏ.)-ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନ ହରଡ଼ିପଦର ଗଁାରେ କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ରବିବାର ବନ ବିଭାଗ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ପ୍ରକାଶ ନାୟକ। ତାଙ୍କଠାରୁ ୩ କେଜି କୃଷସାର ମାଂସ ସହ ଛୁରି ଜବତ କରାଯାଇଥିବା ବନ ବିଭାଗ ଅଧିକାରୀ ଉମାକାନ୍ତ ଦାସ କହିଛନ୍ତି। ଏ ନେଇ ନଂ.୧୭୮/୧୯-୨୦ରେ ମାମଲା ରୁଜୁ ହୋଇଛି। ପ୍ରକାଶ ମୃଗ ଶିକାର କରି ତାର ମାଂସ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ଗିରଫ କରିଥିଲା।