Categories: ଗଞ୍ଜାମ

କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ

ଭଞ୍ଜନଗର/ସୋରଡ଼ା,୨।୨(ଡି.ଏନ୍‌.ଏ.)-ବଳଦଟଣା ଉନ୍ନତ କୃଷି ଯନ୍ତ୍ରପାତିର ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ ସୋରଡ଼ା ବ୍ଲକ ଶୋରିଷବିଲ୍ଲୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନରୱେ ସରକାରଙ୍କ ଆର୍ଥିକ ସହାୟତାରେ ଏହି କାର୍ଯ୍ୟକ୍ରମ ହେଉଛି। ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ବାଇଁ ଗ୍ରାମର ଚାଷୀମାନଙ୍କୁ ବଳଦ ଟଣା କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ତାଲିମ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ସ୍ବାଗତିକା ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ରବୀନ୍ଦ୍ରନାଥ ବେହେରା ଅତିଥି ଭାବେ ଯୋଗଦେଇ କ୍ଷେତ୍ର ପ୍ରଦର୍ଶନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ପାରମ୍ପରିକ ବଳଦଟଣା କୃଷି ଯନ୍ତ୍ରପାତି ଅଧିକାଂଶ ଚାଷୀ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଅଧିକ ସମୟ ବରବାଦ ହେଉଛି। ଆର୍ଥତ୍କସ୍ତରରେ ମଧ୍ୟ ଅଧିକ ଖର୍ଚ୍ଚାନ୍ତ। ନୂଆ ବଳଦଟଣା କୃଷି ଯନ୍ତ୍ରପାତି ବ୍ୟବହାର କଲେ କମ୍‌ ପରିଶ୍ରମ ସହ ଅଧିକ କାର୍ଯ୍ୟ ହୋଇପାରୁଛି। ତେଣୁ ଚାଷୀମାନେ ସଚେତନ ହୋଇ ବଳଦଟଣା କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପଡ଼ିବ। ଉକ୍ତ ଯନ୍ତ୍ରପାତି କିଣିବା ପାଇଁ ସରକାର ଚାଷୀଙ୍କୁ ରିହାତି ପ୍ରଦାନ କରୁଛନ୍ତି। ବକ୍ତାମାନେ ଉକ୍ତ ପ୍ରଦର୍ଶନୀରେ ଯୋଗଦେଇ ତାହା ମତବ୍ୟକ୍ତ କରିଥିଲେ।