କୃଷକ ବଜାରରୁ ମୃତଦେହ ଉଦ୍ଧାର

ଉଦଳା,୨୦ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା କୃଷକ ବଜାର ମଧ୍ୟରେ ଥିବା ମୁଖ୍ୟ ରାସ୍ତାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ପୋଲିସ ଉଦ୍ଧାର କରିଛି। ସକାଳେ ସ୍ଥାନୀୟ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ମୃତକ ଜଣକ ହେଲେ ବଡସାହି ଥାନା ଅଞ୍ଚଳର ରବୀନ୍ଦ୍ରନାଥ ସିଂ(୫୩)। ରବୀନ୍ଦ୍ରଙ୍କ ପୁଅ କାଳୀଚରଣ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ା ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୫୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି ା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।