କୁଶକିଳା ଡବଲ ମର୍ଡର ମାମଲା: ଝସକେତନଙ୍କୁ ଆଜୀବନ ଜେଲ୍‌

ଅନୁଗୋଳ ଅଫିସ, ୨୭।୯-ବହୁ ଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ ମାଉସୀ ପୁତୁରା ହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ଝସକେତନ ରାଉତଙ୍କୁ ଅନୁଗୋଳ ଜିଲା ଓ ଦୌରାଜଜ୍‌ ଗୁରୁବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରପଡା ଥାନା କୁଶକିଳା ଗାଁର ଦୁଇ ଭାଇ ଯୋଗଶ୍ୱେର ସାହୁ(୩୬) ଏବଂ ହିରଣାକ୍ଷ ସାହୁ(୩୨)ହତ୍ୟା ମାମଲାରେ ଅଦାଲତ ଏହି ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ୨ ହତ୍ୟା ମାମଲା ଏବେ ବି ବିଚାରାଧୀନ ରହିଛି। ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବିଚାରପତି ଅଶାନ୍ତ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନାଦାୟ ହେଲେ ଅଧିକ ୩ ବର୍ଷ କାରାଦଣ୍ଡ ଭୋଗିବାକୁ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଅଭିଯୁକ୍ତ ଝସକେତନ ବିଭିନ୍ନ ବ୍ୟବସାୟରେ ସମ୍ପୃକ୍ତ ରହିବା ସହ ଜମି କିଣାବିକା, ସୁଧ କାରବାର କରୁଥିଲେ। ବ୍ୟବସାୟୀ ହୋଇଥିବାରୁ ବହୁ ଲୋକଙ୍କ ସହ ତାଙ୍କର ଆର୍ଥିକ ନେଣଦେଣ ବିବାଦ ଥିଲା। କୁଶକିଳାର ପୂର୍ବତନ ସରପଞ୍ଚ ରାଜ କିଶୋର ସାହୁଙ୍କ ସହ ତାଙ୍କର ଆର୍ଥିକ ଓ ଜମିଜମା ବିବାଦ ରହିଥିଲା। ଏହି କାରଣରୁ ସେ ରାଜକିଶୋରଙ୍କ ପୁଅ ଯୋଗେଶ୍ୱର ଓ ପୁତୁରା ହିରଣାକ୍ଷଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୦୧୬ ଫେବୃୟାରୀ ୫ରେ ଝସକେତନ ପ୍ରଥମେ ହିରଣାକ୍ଷ ସାହୁଙ୍କୁ କୁଶକିଳାସ୍ଥିତ ନିଜ ଶିଶୁମନ୍ଦିର ପରିସରକୁ ଡାକି ହତ୍ୟା କରି ସେଠାରେ ଥିବା କୂଅରେ ପକାଇ ଦେଇଥିଲେ। ପରେ ଯୋଗଶ୍ୱେର ସାହୁଙ୍କୁ କୌଶଳକ୍ରମେ ସେଠାକୁ ଡାକିଆଣି ହତ୍ୟା କରିଥିଲେ। ସିମେଣ୍ଟ ଖୁଣ୍ଟ ଓ ପଥର ପକାଇ ଦୁଇ ଭାଇଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ପରେ ଉକ୍ତ କୂଅରେ ଲୁଣ, ପାଳ, ଖତ ଓ ବାଲି ଦେଇ ପୋତି ଦେଇଥିଲେ। ରାଜକିଶୋରଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ଝସକେତନଙ୍କୁ ଗିରଫ କରିଥିଲା। ତାଙ୍କ ବୟାନକୁ ଆଧାର କରି ପୋଲିସ ସେହି ମାସ ୧୧ ତାରିଖରେ ଉକ୍ତ ଶିଶୁମନ୍ଦିର ପରିସରରେ ଥିବା କୂଅ ଖୋଳି ଦୁଇ ଭାଇଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। କେବଳ ଉକ୍ତ ଦୁଇ ଭାଇ ନୁହନ୍ତି, ୨୦୧୫ ମେ ୨୨ରୁ ନିଖୋଜ ଥିବା ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ ନୂଆମୌଜା ଗ୍ରାମର ମାଉସୀ ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରା କୁମୁଦ ଚନ୍ଦ୍ର ସାହୁଙ୍କୁ ମଧ୍ୟ ଝସକେତନ ହତ୍ୟା କରି ଉକ୍ତ ଶିଶୁମନ୍ଦିର ପରିସରରେ ପୋତି ଦେଇଥିବା ପୋଲିସ ନିକଟରେ ସେତେବେଳେ ସ୍ବୀକାର କରିଥିଲେ। ପରେ ପୋଲିସ ଶିଶୁମନ୍ଦିର ପରିସର ଖୋଲି ଦୁଇଜଣଙ୍କ କଙ୍କାଳ ଉଦ୍ଧାର କରିବା ପରେ ଏହି ଘଟଣା ସେତେବେଳେ ରାଜ୍ୟରେ ଚହଳ ପକାଇ ଦେଇଥିଲା। ଉପରୋକ୍ତ ୪ ହତ୍ୟା ମାମଲାର ବିଚାର ଅନୁଗୋଳ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଚାଲିଥିବା ବେଳେ ପ୍ରଥମେ କୁଶକିଳା ଦୁଇ ଭାଇ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ କ୍ୟାଡର ପିପି ପ୍ରଦୀପ କୁମାର ଦାସ ଓ ପୂର୍ବତନ ପିପି ମହେନ୍ଦ୍ର କୁମାର ବସ୍ତିଆ ମାମଲା ପରିଚାଳନା କରିଥିଲେ। ୩୬ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri