କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌ ଦୁଇ ପାଠୁଆ ଝି’

ଲାଠୋର, ୨ା୩ (ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବୁରୋମାଲ ପଁଚେତ୍‌ ଅଧୀନ ଡଙ୍ଗାମରା ଗାଁର ବନ ଦୀପ। କୁଟୁମବସିଆ ସେ ଅନେକ ବଛର ହେଲା ନିଜର ଶଶୁରବାଡ଼ିରେ ଆଶ୍‌ରେ ନେଇଛନ୍‌। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ ଆଏଜ୍‌ ବି ଅନେକ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ଡଙ୍ଗାମରା ଗଁାର ବନ ଦୀପକଁର ପରିବାର କହେଲେ ମାଏକିନା ସୁମିତ୍ରା, ଦୁଇ ଝି’ ପୁଷ୍ପାଞ୍ଜଳି, ତିଲୋତ୍ତମା ଆର ଗୁଟେବଲି ପୁଓ ଗୋବିନ୍ଦକୁଁ ନେଇ ସଁସାର। ବନକଁର ଗଁାରେ ୨୫ ଡେସିମିଲ ଜମି ଆର ଗୁଟେ ଛୁଟିଆ ଘର ରହିଛେ। ଇତାର ବାହାରେ ତାକର ସଁପତି ବଲି କିଛି ନାଇଁ। ଦୁଇ ମାଏଝି ମୁନୁଷ ଦୁଖ୍‌ସୁଖ କରି ପରିବାର ଚଲଉଥିଲେ। ହେଲେ ଗୁଟେବଲି ପୁଓ ଗୋବିନ୍ଦର ଦିହିପା ବାରବାର ଖରାପ ହେଲା। ଏନ୍‌ତାଥି ବନ ଆଏଜ୍‌କେ ୫ ବଛର ତଲେ ଗଁା ଛାଡ଼ି କୁଟୁମ୍‌ବସିଆ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ନିଜର ଶଶୁରବାଡ଼ିରେ ଯାଇ ରହୁଛନ୍‌। ବାଞ୍ଜିପାଲି ଗଁାରେ ଇ ପରିବାରଟା ଭୋଟ ବି ଦେଉଛନ୍‌। ସରକାରୀ ସାହାଯ୍‌ ହିସାବେ ଇ ପରିବାର ବୁରୋମାଲ ପଁଚେତ୍‌ରୁ ମାସିକ ୨୫ କେ.ଜି. ଚାଉଲ ପାଉଛନ୍‌। ଦୁଇମାସେ ଥରେ ବନ ପଁଚେତ୍‌କେ ଯାଇ ଚାଉଲ ଆନୁଛନ୍‌। ଇଆଡ଼େ ବନର ଶଶୁର ଘର ଲୋକ୍‌ ବି ନିହାତି ଗରିବ୍‌। ବନକେ ସେମାନେ ରହିବାର ଲାଗି ମାଏଟ୍‌ ଖପର ଘର ବଖରେ ଦେଇଛନ୍‌। ହେଲେ ବନ ଟଁକା ପଏସା ଅଭାବୁ ସେ ଘରଟା ବି ମରାମତି କରି ନାଇଁପାରବାର। ଭଂଗା ଦଦ୍‌ରା ଛାତ୍‌ ଉପରେ ଗୁଟେ ପଲିଥିନ୍‌ ଢାପି କୁଟୁମ୍‌ବସିଆ ମୁଡ଼ ଗୁଁଜିଛନ୍‌। ଘରର ଏନ୍‌ତା ପରିସ୍ଥିତି ଲାଗି ବନର ୩ ଝି’ପୁଓ ମାଟ୍ରିକ ପାସ୍‌ କରି ପାଠ୍‌ପଢ଼ାରେ ଗଏଁଠ୍‌ ପକେଇଛନ୍‌। ଇଆଡ଼େ ବନ ଆର ତାକର ମାଏକିନା ସୁମିତ୍ରା ଆଘର ଲେଖେଁ କୁଲିମଜୁରି କରି ନାଇଁପାରବାର। ଏନ୍‌ତାଥି ଦୁଇ ପାଠୁଆ ଝି’ କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ହେଲେ ସେମାନେ ବି ଯାହା କମଉଛନ୍‌ ସେଟା ପରିବାରର ଦିହିକେ ଅଁଟ୍‌ଲେ ପେଟ୍‌କେ ନାଇଁ। ଏନ୍‌ତା ପରିସ୍ଥିତିରେ ପରଶାସନ ଆମକୁ କୁଇବାହାଲ ପଁଚେତ୍‌ରୁ ଚାଉଲ ଆର ଆବାସ ଯୋଜନାରେ ଘରଖଁଡ଼େ ଦେଲେ ପରିବାରଟା ଦୁଖ୍‌ସୁଖ କରି ଚଲିଯାଏତୁଁ ବଲି ବନ କହିଛନ୍‌। ଇ ଦିଗେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ପରିବାର ଲୋକ୍‌ ଗୁହାରି କରିଛନ୍‌।