କୁନ୍ଦୁଲି ବଳାତ୍କାର ଘଟଣା : କମିଶନଙ୍କ ରିପୋର୍ଟ ନେଇ ବିରୋଧୀ ଗରମ

ଭୁବନେଶ୍ୱର,୫ା୮(ବ୍ୟୁରୋ): କୁନ୍ଦୁଲି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବାପରେ ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର। କାହାକୁ ସୁରକ୍ଷା ଦେବାକୁ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ତଦନ୍ତ କମିଶନ ଗତ ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁଯାୟୀ, କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ରହସ୍ୟମୟ। ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେ ନେଇ ଅଧିକ ତଦନ୍ତର ଆବଶ୍ୟକତା ଥିବା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହି ଘଟଣାରେ ବିରୋଧୀ ଦଳ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିଥିଲେ ବୋଲି ମଧ୍ୟ ଦର୍ଶାଇଛନ୍ତି। ଅନ୍ୟପଟେ କମିଶନ ଏହି ତଦନ୍ତ ଶେଷ କରି ୨୦୧୮ ସେପ୍ଟେମ୍ବର ୨୦ରେ ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ସରକାର ରିପୋର୍ଟ ପାଇ ଏତେଦିନ କାହିଁକି ଚୁପ୍‌ ବସି  ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ଗୃହରେ ରିପୋର୍ଟ ଉପସ୍ଥାପନ ହେବାପରେ ଏହାର ତଦନ୍ତର ଦିଗ ଓ ସତ୍ୟତାକୁ ନେଇ ରବିବାର କଂଗ୍ରେସ ପ୍ରଶ୍ନ ଉଠାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମ ପ୍ରଶାସନ ଏତେ ଦକ୍ଷ ଯେ, ବଳାତ୍କାରର ଅଭିଯୁକ୍ତ କିଏ ଜାଣିପାରିଲା ନାହିଁ। ମାମଲାକୁ ଷ୍ଟେଜ ମ୍ୟାନେଜ କରାଯିବାକୁ ଚେଷ୍ଟା କରାଯାଇଛି। ପୂର୍ବରୁ ବଳାତ୍କାର ତଦନ୍ତ ରିପୋର୍ଟରୁ ବହୁତ କିଛି ହେରଫେର କରାଯାଇଛି। ଏହି ଘଟଣାର ସତ୍ୟତା ଉପରୁ ପରଦା ହଟାଇବାକୁ ହେଲେ ଏହାର ଏସ୍‌ଆଇଟି ତଦନ୍ତ ହେବା ଆବଶ୍ୟକ ବୋଲି ନିରଞ୍ଜନ କହିଛନ୍ତି। ଭାଜପା ନେତା ଖାରବେଳ ସ୍ବାଇଁ କହିଛନ୍ତି, ସରକାର ବର୍ଷକ ଆଗରୁ ରିପୋର୍ଟ ପାଇଥିଲେ ମଧ୍ୟ କାହିଁକି ଚପାଇ କି ରଖିଲେ। ଏହା ମଧ୍ୟ ଏକ ରହସ୍ୟମୟ ଘଟଣା ବୋଲି ସେ କହିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାର ଏହି ମାମଲା ଚପାଇ ଦେବାକୁ ଉଦ୍ୟମ କରିଛନ୍ତି। ପ୍ରଥମରୁ ହିଁ ତଦନ୍ତକୁ ଦିଗହରା କରାଯାଇଛି। କାହାକୁ ବଞ୍ଚାଇବା ପାଇଁ ସରକାର ଏମିତି କରିଛନ୍ତି ସ୍ପଷ୍ଟ କରନ୍ତୁ। ଏହି ଘଟଣାର ଅଧିକ ତଦନ୍ତ ହେବାର ଆବଶ୍ୟକତା ଥିବା ହରିଚନ୍ଦନ କହିଛନ୍ତି। ଶାସକ ଦଳ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଏହା ଉପରେ କୌଣସି ମତ ରଖିବାକୁ ଚାହୁଁନାହିଁ। ସରକାର ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ କମିଶନ ବସାଇଥିଲେ। କମିଶନ ତଦନ୍ତ କରିବା ପରେ ସରକାର ବିଧାନସଭାରେ ରିପୋର୍ଟ ଉପସ୍ଥାପିତ କରିସାରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri