କୁନି କାନ୍ଧରେ ପରିବାରର ବୋଝ ଘଟଣା: ଅସହାୟ ପବିତ୍ରଙ୍କ ପରିବାକୁ ଭେଟିଲେ କେନ୍ଦ୍ରାପଡ଼ା ଜିଲାପାଳ

ମାର୍ଶାଘାଇ,୭।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଆଠବାଟିଆ ଗ୍ରାମର ଅସହାୟ ପବିତ୍ର ବେହେରାଙ୍କ ପରିବାର ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମା ତାଙ୍କ ଘରେ ପହଞ୍ଚିଥିଲେ। ପରିବାରର ସମସ୍ୟା ବିଷୟରେ ସେ ବୁଝିବା ସହ ଆଗକୁ ଏହି ପରିବାର କିଭଳି ଚଳିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

ପ୍ରକାଶ ଯେ, ପବିତ୍ର ଓ ତାଙ୍କ ସ୍ତ୍ରୀ ଚମ୍ପାବତୀ ଆଣ୍ଠୁ ଗଣ୍ଠି ରୋଗରେ ପୀଡ଼ିତ। ତାଙ୍କର ଗୋଟିଏ ପୁଅ(୧୨ ବର୍ଷ) ଦିବ୍ୟାଙ୍ଗ ଥିବା ବେଳେ ସାନ ପୁଅ ପ୍ରଥମେଶଙ୍କ ଉପରେ ପରିବାରର ବୋଝ କହିଲେ ଚଳେ। ବାପାମା’, ଭାଇର ସେବାଠାରୁ ଆରମ୍ଭ କରି ସେମାନଙ୍କ ଖାଇବା ପିଇବା ଆଦିର ପ୍ରଥମେଶ ଯତ୍ନ ନେଉଥିଲେ। ଏ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ତାଙ୍କ ପରିବାରକୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଥିଲା। ପବିତ୍ରଙ୍କୁ ଏବେ କଟକ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଶେଷରେ ଜିଲାପାଳ ନିଜେ ପବିତ୍ରଙ୍କ ଘରେ ପହଞ୍ଚି ପରିବାରର ଅସୁବିଧା ସମାଧାନର ବ୍ୟବସ୍ଥା କରିଛନ୍ତି।