କୁଡାପଡ଼ା-ଖଲିଆପାଲି ରାସ୍‌ତା ସମସିଆ: ପଲ୍‌ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା

 

ବିନିକା,୩୧।୮(ଡି.ଏନ୍‌.ଏ):
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍‌ ୩ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଅବହେଲିତ ଅବସ୍‌ତାରେ ପଡ଼ି ରହିଛେ। ବଛ୍‌ରେ କି ଦୁଇ ବଛର ନୁହେ ଦେଶ ସୁଆଧିନ ହେବାର ଆଗ୍‌ରୁ ଇ ରାସ୍‌ତାଟା ଯେନ୍‌ତା ଥିଲା ଆଏଜ୍‌ ବି ସେ ଅବସ୍‌ତାରେ ପଡ଼ି ରହିଛେ। ହେଲେ ଇ ରାସ୍‌ତା ଉପରେ ପରଶାସନିକ ଅଧ୍‌କାରୀ କି ଥାନୀୟ ଲୋକ୍‌ ପରତିନିଧିମାନକର ନଜର ନାଇଁ ପଡ଼ବାରଟା ନିହାତି ଗୁଟେ ଲାଜ୍‌ଲଜନା କଥା ଆଏ। ରାସ୍‌ତାଟା ଖଲିଆପାଲି ହେଇ ବରଗଡ଼ ଜିଲା ଭେଡ଼େନ୍‌ ସଂଗେ ଯୁଡ଼ି ହେଇଛେ। ଭେଡ଼େନ ଅଂଚଲକେ ଯିବାର ଲାଗି ଇ ରାସ୍‌ତାଟା ସୁବିଧା ଆର ଅଲପ୍‌ ବାଟ। ହେଲେ ରାସ୍‌ତାର ବେହେଲା ଅବସ୍‌ତା ଲାଗି ଲୁକ୍‌କର କାମେ ନାଇଁ ଆଏବାର। ରାସ୍‌ତାର ଦୁଇଫାଲେ ବାବୁପାଲି ଆର ଖଲିଆପାଲି ଗଁାର ଚାଷୀକର ଖେତ୍‌ ରହିଛେ। ଯେନ୍‌ଥିରଲାଗି ସେମାନେ ଉପେ ଶୂଇନ୍‌ ହେଇ ଇ ରାସ୍‌ତା ବେଭାର କରୁଛନ୍‌। ଇଆଡ଼େ ଯେ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିର ରାସ୍‌ତାଘାଟର ଉନ୍‌ନତି ଲାଗି ଯୋଜନା ଉପରେ ଯୋଜନା ତିଆର କରି କୋଟି କୋଟି ଟଁକା ସାରୁଛନ୍‌।
ସୂଚନା ଅନ୍‌ସାରେ ଆଏଜ୍‌କେ ୪ ବଛର ତଲେ କୁଡ଼ାପଡ଼ା-ଖଲିଆପାଲି ରାସ୍‌ତା ମଝି ନାଲ୍‌ ଉପରେ ଆଇଏପି ଅନୁଦାନରୁ ୨୫ ଲାଖ୍‌ ଟଁକା ଖରଚ୍‌ରେ ଝନେ ଠିକାଦାର ବିନା ସୂଚନା ଫଲକରେ ଗୁଟେ ପୁଲିଆ ତିଆର କରିଥିଲେ। ସେନ୍‌ତା ଆର ଝନେ ଠିକାଦାର ବିନା ସୂଚନା ଫଲକରେ ଗ୍ରାମୀଣ ଗୋପବନ୍ଧୁ ଯୋଜନା ଅନୁଦାନରୁ ୨ ଲାଖ୍‌ ଟଁକାରେ ନିରଧାରିତ୍‌ ୫୦ ମିଟର ରାସ୍‌ତାର ଉନ୍‌ନତିକରନ କଲେ। ହେଲେ ଦୁଖର କଥା ରାସ୍‌ତାର ଅବସ୍‌ତା ଆଗ୍‌ରୁ ଯେନ୍‌ତାଥିଲା ଏହେଦେ ବି ସେନ୍‌ତା ଅଛେ। ଇ ରାସ୍‌ତାଟା ସତେ ଯେନ୍‌ତା ଠିକାଦାର ଆର କେତେ ଲଁାଚୁଆ ଅଧ୍‌କାରୀ, କରମଚାରୀକର ଦୁହାଲି ଗାଈ ପାଲଟିଛେ ବଲି ଗଁାବାସୀ ଅଭିଯୋଗ କରିଛନ୍‌। ଯେନ୍‌ଥିରଲାଗି ଶୁକୁରବାର ବାବୁପାଲି ଆର କୁଡ଼ାପଡ଼ା ଦୁଇଖଁଡ଼ ଗଁାର ମହିଲାମାନେ ଇ ରାସ୍‌ତାରେ ପଲ୍‌ହା ରୁଇ ପରତିବାଦ ଜନେଇଛନ୍‌। ଆଏବାର ଦିନେ ଯଦି ରାସ୍‌ତାର ଉନ୍‌ନତିକରନ ନାଇଁ ହେବା ଆମେ ଗଁାବାସୀ ରାଜ୍‌ରାସ୍‌ତାକେ ଉତିରମୁ ବଲି ଗଁାର ନବୀନ ବଡପଣ୍ଡା , ଶାଚୀ ବଡପଣ୍ଡା , ଗୋପୀନାଥ ହଂସ , ନିର୍ମଳ ମିର୍ଦ୍ଦା , ଲାଲ ମିର୍ଦ୍ଦା, ଠେକୀ ମିର୍ଦ୍ଦା, ଶଙ୍କର ଭୁଏ ପରମୁଖ ପରଶାସନକେ ଚେତାବନୀ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେନି ପୋଲିସ ବାବୁ, ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର,୧୦।୪: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି…

ମେଣ୍ଟ ଭାଙ୍ଗିଲେ ଓୱାଇସି, ବଡ଼ ଘୋଷଣା କରି କହିଲେ ପଶ୍ଚିମବଙ୍ଗ ନିର୍ବାଚନରେ ଏକାକୀ ଲଢିବ AIMIM

ନୂଆଦିଲ୍ଲୀ,୧୦।୪: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ହୁମାୟୁନ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟକୁ ଭାଙ୍ଗିବାକୁ ଘୋଷଣା କରିଛନ୍ତି। ସେ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri