ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୧.୭୨%

ଭୁବନେଶ୍ୱର,୩୧-୮(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଜୁନ ମାସରେ ୩୧୬ ପଏଣ୍ଟ ଥିଲା। ଏହା ଜୁଲାଇରେ ୩ ପଏଣ୍ଟ ବଢି ୩୧୯ ପଏଣ୍ଟ ହୋଇଛି। ତାଳଚେର ଏବଂ ଅନୁଗୋଳରେ ଏହା ୩୩୫ ପଏଣ୍ଟ ଥିବା ବେଳେ ରାଉରକେଲାରେ ଅପରିବର୍ତ୍ତିତ ରହିଛି। ଆର୍ଥତ୍କ ଅର୍ଦ୍ଧବାର୍ଷିକ କ୍ଲୋଜିଂ ପାଇଁ ସେପ୍ଟେମ୍ବରରେ ମହଙ୍ଗା ଭତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ବର୍ତ୍ତମାନ ୧୪୬.୭% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୫.୦୨% ବଢିି ୧୫୧.୭୨% ହୋଇଛି। ଏମାନେ ଏହି ବର୍ଦ୍ଧିତ ଡିଏ ଅକ୍ଟୋବର ପହିଲାରୁ ପାଇବେ।
ଜାନୁୟାରୀ ୮ ଏବଂ ୯ରେ ସିଜିଏମ୍‌ଙ୍କଠାରୁ ମେସେଞ୍ଜରଙ୍କ ପର୍ଯ୍ୟନ୍ତ ଯେଉଁ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିଥିଲେ, ସେମାନେ ବର୍ତ୍ତମାନ ୬୮.୧% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ୨.୯% ବୃଦ୍ଧି ଘଟି ୭୧% ହୋଇଛି। ନଭେମ୍ବର ପହିଲାରୁ ଏହା ଲାଗୁ ହେବ। ଶୁକ୍ରବାର ଅନେକ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀ ଅବସର ନେଇଛନ୍ତି। ଓଡ଼ିଶାରେ ୩ ଲକ୍ଷ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଓ କର୍ମଚାରୀ ୧୯୮୨ରୁ ପେନଶନ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରି ଆସୁଛନ୍ତି। ଜାନୁୟାରୀ ୨୧ରେ ରାଜ୍ୟପାଳ ଗଣେଷି ଲାଲଙ୍କୁ ଏମାନେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ବୀମା କର୍ମଚାରୀମାନେ ବର୍ତ୍ତମାନ ୬୧.୪ % ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୨.୯% ବୃଦ୍ଧି ଘଟି ୬୪.୩% ହୋଇଛି। ଏହି ବର୍ଦ୍ଧିତ ଡିଏ ନଭେମ୍ବର ପହିଲାରୁ ସେମାନେ ପାଇବେ। ଅବସରପ୍ରାପ୍ତ ଓ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ୧୨% ମହଙ୍ଗା ଭତ୍ତା ପାଉଛନ୍ତି। ଏଥିରେ ୮% ବୃଦ୍ଧି ଘଟି ୨୦% ହୋଇଛି। ୫% ଏମାନେ ୨୦୧୯ ଜୁଲାଇ ପହିଲାରୁ ଏବଂ ଅବଶିଷ୍ଟ ୩% ଜାନୁୟାରୀ ପହିଲାରୁ ଏହି ବର୍ଦ୍ଧିତ ଡିଏ ପାଇବେ। ଜୁନରେ ରିଜର୍ଭ ବ୍ୟାଙ୍କର ବାର୍ଷିକ କ୍ଲୋଜିଂ ପାଇଁ କୌଣସି ମହଙ୍ଗା ଭତ୍ତାରେ କୌଣସି ପରିବର୍ତ୍ତନ ହୁଏ ନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର, ଡେପୁଟି ଗଭର୍ନର, ସମସ୍ତ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଏବଂ ମହୀଶୂର ଓ ଶାଳବଣି ନୋଟ୍‌ ଛାପା କାରଖାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ସମସ୍ତ ବ୍ୟାଙ୍କର ସିଏମ୍‌ଡିମାନେ ମଧ୍ୟ ୨୦% ମହଙ୍ଗା ଭତ୍ତା ପାଇବେ। ଏହା ଜାନୁୟାରୀ ପହିଲାରୁ ଲାଗୁ ହେବ। ସେପ୍ଟେମ୍ବର ୪ ଏବଂ ୫ ଦୁଇ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ପେନ୍‌ଶନ ଏବଂ ପେନ୍‌ଶନ ସଂଶୋଧନ ପାଇଁ ଯେଉଁ ଧର୍ମଘଟ ଡାକରା ଦେଇଥିଲେ ତାହା ସ୍ଥଗିତ ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୧ ହଜାର ଅବସରପ୍ରାପ୍ତ ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀଙ୍କର ପେନଶନ ସଂଶୋଧନ କରାଯାଇଛି। ପ୍ରାୟ ୩,୦୦୦ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀ ପେନଶନକୁ ଅପେକ୍ଷା କରିଛନ୍ତି। ସୋମବାର ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମାସିକ ସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଚାକିରିଆଙ୍କ ପାଇଁ ଖୁସିଖବର: PF ଆକାଉଣ୍ଟ ଥିଲେ ମିଳିବ ୭ ଲକ୍ଷର… ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୫।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର ମାଗଣା ଜୀବନ ବୀମା ଯୋଜନା (Free Life Insurance Policy) ବିଷୟରେ ଅଧିକାଂଶ ଭାରତୀୟ ଜାଣିନାହାନ୍ତି,…

ଆଉ କାଗଜ ନୁହେଁ, ଭାରତରେ କାରବାର ହେବ ପ୍ଲାଷ୍ଟିକ ନୋଟ; ଆରବିଆଇ ଗଭର୍ନରଙ୍କ ବଡ଼ ଘୋଷଣା!

ନୂଆଦିଲ୍ଲୀ,୫।୬: ଆରବିଆଇ (RBI) ଗଭର୍ନର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ‘ପଲିମର’ (Polymer) କରେନ୍ସି ନୋଟ ପ୍ରଚଳନ କରିବା ପ୍ରସ୍ତାବ…

ଦେଶରେ ବନ୍ଦ ହୋଇଯିବ ATM? ଆଉ ମିଳିବନି କ୍ୟାଶ୍‌!

ନୂଆଦିଲ୍ଲୀ,୫।୬: ଆମକୁ ଯେତେବେଳେ ବି କ୍ୟାଶ (ନଗଦ ଟଙ୍କା) ର ଆବଶ୍ୟକତା ପଡ଼ିଥାଏ, ଆମେ ଏଟିଏମ (ATM) ଯାଇ ତୁରନ୍ତ ବାହାର କରିନେଇଥାଉ। କିନ୍ତୁ ଏବେ ସମସ୍ୟା…

ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ଼: ବଢ଼ିବ ମୁଦ୍ରାସ୍ଫୀତି, ଚମକାଇଲା RBIର ଆକଳନ

ନୂଆଦିଲ୍ଲୀ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ହାର ଉପରେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥର, ରିଜର୍ଭ ବ୍ୟାଙ୍କ ରେପୋ ହାରକୁ…

ବଢ଼ିବନି ହୋମ କିମ୍ବା କାର୍‌ ଲୋନ୍‌ EMI; ଆରବିଆଇର ବଡ଼ ନିଷ୍ପତ୍ତି: ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ,୫।୬: ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (MPC) ବୈଠକ ପରେ ରେପୋ ରେଟ୍‌ ଉପରେ…

କୋର୍ଟ ମ୍ୟାରେଜ୍‌ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…

ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ…

ଟିପିସିଓଡିଏଲ୍‌ର ନୂଆ ସିଇଓ ଗଜାନନ ଏସ୍‌.କାଲେ

ଭୁବନେଶ୍ୱର, ୩ା୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂଆ ସିଇଓ ଭାବେ ଗଜାନନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri