କୁଟରା ମାଂସ ଜବତ: ୩ ଶିକାରୀ ଗିରଫ

ଠାକୁରମୁଣ୍ଡା,୨୫ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ. ୧୨ ତଳବନ୍ଧ ନାଳ ନିକଟରୁ ଗୁରବାର ରାତିରେ ବନ ବିଭାଗ ୩ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ କେ.ଜି କୁଟୁରା ମାଂସ ସହ ଶିକାରରେ ବ୍ୟବହୃତ କଟୁରି,କୁରାଢ଼ୀ ସହ ଗୋଟିଏ ଲେଖାଏଁ ଠେଙ୍ଗାକୁ ବନ ବିଭାଗ ଜବତ କରିଛି। ଗିରଫ ଶିକାରୀମାନେ ହେଲେ ସାତକୋଶିଆ ପଞ୍ଚାୟତ ବାଲିଘାଟ ଗ୍ରାମର ଯଦୁ ଦେହୁରୀ, ତପନ ନାୟକ,ରତିରଞ୍ଜନ ନାୟକ। ସାତକୋଶିଆ ରେଞ୍ଜର ରେଞ୍ଜ ଅଧିକାରୀ ପୀତାମ୍ବର ସେଠୀ, ଫରେଷ୍ଟର ପରମେଶ୍ୱର ମହାନ୍ତ, ନଳିନୀକାନ୍ତ ମହାନ୍ତ,ଫରେଷ୍ଟ ଗାର୍ଡ ରଶ୍ମିରେଖା ନାୟକ, ସମୀର ମହାନ୍ତ, ସନତ ମହାନ୍ତ, ଗଦାଧର ମହାନ୍ତ, ମକରଧ୍ୱଜ ନାୟକ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ।