କୁକୁଡ଼ା ଦୋକାନ ଭାଙ୍ଗିଲା ପୌର ପରିଷଦ

ବାରିପଦା ଅଫିସ,୪।୪: କରୋନା ମୁକାବିଲା ପାଇଁ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମୟୂରଭଞ୍ଜ ପୌର ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଶନିବାର ସହରର ସତ୍ୟସାଇ ପେଟ୍ରୋଲ ପମ୍ପ ଛକରେ ଥିବା ଏକ ବ୍ରଏଲର କୁକୁଡ଼ା ଦୋକାନ ଉପରେ ପୌର ପରିଷଦ ପକ୍ଷରୁ ଚଢ଼ାଉ କରା ଯାଇଥିଲା। ଚଢ଼ାଉ ବେଳେ ସେଠାରେ ଅପରିସ୍କାର ପରିବେଶ ନଜରକୁ ଆସିବାରୁ ପୌର ପରିଷଦ ପକ୍ଷରୁ ଏହି ଦୋକାନଟିକୁ ଭାଙ୍ଗି ଦିଆ ଯାଇଛି। ଚଢ଼ାଉ ବେଳେ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ।