କୀଟନାଶକ ଗନ୍ଧର ପ୍ରଭାବ: ୨ ଭଉଣୀ ପରେ ଆଉଜଣଙ୍କ ମୃତ୍ୟୁ

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମ ତଳସାହିରେ ରହୁଥିବା ମୋହନ ରେଡ୍ଡୀଙ୍କ ୨ ନାତୁଣୀ ଟିକିନା (୬) ଓ ସୋମା(୯)ଙ୍କର ଶୁକ୍ରବାର କୀଟନାଶକ ଗନ୍ଧରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ନାତୁଣୀ ବର୍ଷା (୧୨)ଙ୍କର ଶନିବାର ସକାଳେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଛି। ବୈଦ୍ୟନାଥପୁର ଥାନା ପୋଲିସ ନଂ.୬୭୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଅତିରିକ୍ତ ଏପିଏଚ୍‌ଇଓ ଡାକ୍ତର ଅବନୀ କୁମାର ପାତ୍ର, ଏପିଡେମିଓଲୋଜିଷ୍ଟ ସାବିତ୍ରୀ ରାଉତ, ଝରି ପଦର ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ନିବେଦିତା ନନ୍ଦ, ସ୍ବାସ୍ଥ୍ୟ ସୁପରଭାଇଜର ଶିବଶଙ୍କର ପାଢୀ, ସୁରେନ୍ଦ୍ର ନାଥ ବେହେରା, ଇତିଶ୍ରୀ ସ୍ବାଇଁ, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ପହଞ୍ଚତ୍ ସବିଶେଷ ରିପୋର୍ଟ ସଂଗ୍ରହ କରିବା ସହ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।
ପ୍ରକାଶ ଯେ, ଗୁରୁବାର ମୋହନ ଧାନ ମିଲିଂକରି ଚାଉଳ ବସ୍ତା ଘରେ ରଖିଥିଲେ। ପୋକ ନ ଲାଗିବା ପାଇଁ ବସ୍ତା ଉପରେ କୀଟନାଶକ ସିଞ୍ଚନ କରାଯାଇଥିଲା। ୩ ଭଉଣୀ ଟିକିନା, ସୋମା, ବର୍ଷା ଆଈ କସ୍ତୁରୀଙ୍କ ସହ ରାତିରେ ଉକ୍ତ ଘରେ ଶୋଇଥିଲେ। କୀଟନାଶକ ଗନ୍ଧରେ ୩ ଭଉଣୀ ଅଚେତ ହୋଇପଡିଥିଲେ। ସକାଳ ପ୍ରାୟ ୮ ଟାରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ପାଖ କ୍ଲିନିକ୍‌କୁ ନେଇଥିଲେ। ଟିକିନାଙ୍କ ଅବସ୍ଥା ଗୁରୁତର ଥିବାବେଳେ ବ୍ରହ୍ମପୁର ବଡ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜ ଗାଁ ମାଟିଆ ବୋରେଇରେ ତାଙ୍କ ମୃତଦେହ ସଂସ୍କାର କରି ଅପରାହ୍ନ ପ୍ରାୟ ୪ଟାରେ ପରିବାର ଲୋକେ ଫେରିବାବେଳେ ସେମାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ବର୍ଷାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ।
ଭୁବନେଶ୍ୱରରେ ରହି କାମ କରୁଥିବା ବର୍ଷା ଓ ସୋମାଙ୍କ ମା’ ଧରିତ୍ରୀ ଓ ବାପା ଜଗା ଏବଂ ଟିକିନାଙ୍କ ମା’ ପୁନି ଓ ବାପା ପବିତ୍ର ଶୁକ୍ରବାର ସନ୍ଧ୍ୟାରେ ମାଟିଆ ବୋରେଇରେ ପହଞ୍ଚତ୍ଥିଲେ। ପରେ ସୋମାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଶୁକ୍ରବାର ସକାଳୁ ବର୍ଷାଙ୍କ ମୃତଦେହ ପହଞ୍ଚତ୍ବା ପରେ ଗଁ। ଶ୍ମଶାନରେ ସଂସ୍କାର କରାଯାଇଛି। ୩ ଭଉଣୀଙ୍କ ମୃତ୍ୟୁପରେ ଗଁ।ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏତେସବୁ ଘଟଣା ପରେ ମଧ୍ୟ ଗଁ।ରେ ପୋଲିସ ପହଞ୍ଚତ୍ ନ ଥିବା କହିଛନ୍ତି ପୂର୍ବତନ ସରପଞ୍ଚ ସଞ୍ଜୀବ କୁମାର ରେଡ୍ଡୀ, ସାମାଜିକ କର୍ମୀ ରାମକୃଷ୍ଣ ଚୌଧୁରୀ ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri