କିଷାନ କ୍ରେଡିଟ କାର୍ଡର ଲାଭ ନିଅନ୍ତୁ କୃଷକ

ଫୁଲବାଣୀ ଅଫିସ, ୧୩ା୨-ସରକାର କୃଷକମାନଙ୍କ ପାଇଁ କିଷାନ କ୍ରେଡିଟ କାର୍ଡ ବ୍ୟବସ୍ଥା କରିଛନ୍ତି। ଚାଷ ପାଇଁ ଏହାର ସମସ୍ତ ସୁବିଧା ଯେପରି ସମସ୍ତ କୃଷକ ନେବେ ଏବଂ ଏଥିରୁ କେହି ବଞ୍ଚିତ ନ ହେବେ ସେ ନେଇ ଏକ ଖବରଦାତା ସମ୍ମିଳନୀ ଶୁକ୍ରବାର ସ୍ଥାନୀୟ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାବାର୍ଡ ଏଜିଏମ୍‌ ଶ୍ରୀବତ୍ସ ଲାଞ୍ଛନ ଦାସ ଯୋଗଦେଇ କହିଥିଲେ, ଯେଉଁମାନେ ଏହି କାର୍ଡ ପାଇଛନ୍ତି ସେମାନେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ଲାଭ ନେଇପାରିବେ। ଯେଉଁମାନେ କାର୍ଡ ପାଇ ନାହାନ୍ତି ସେମାନେ ନିକଟସ୍ଥ ବ୍ୟାଙ୍କକୁ ଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି କାର୍ଡ ନେଇପାରିବେ। ଫେବୃୟାରୀ ୮ରୁ ୧୫ ଦିନ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ତେଣୁ ସମସ୍ତ କୃଷକ ଏହାର ଫାଇଦା ନେବାକୁ କହିଥିଲେ।
କିଷାନ କ୍ରେଡିଡ କାର୍ଡ (କେସିସି) ହେଉଛି ଏଟିଏମ ଭଳି ଏକ କାର୍ଡ। ଜଣେ ଚାଷୀ ବ୍ୟାଙ୍କରେ ଖାତା ଖୋଲିବା ପରେ କେସିସି ପାଇଁ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ ହୁଏ। ଯାହା ଏକ ପ୍ରକାର ଲୋନ ଆକାଉଣ୍ଟ। ଚାଷୀର ଜମି ଏବଂ ସେ କେଉଁ ପ୍ରକାର ଫସଲ କରୁଛନ୍ତି, ସେହି ଅନୁସାରେ ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ଆର୍ଥିକ ସହାୟତା ଦିଆଯାଏ। ଏହାଠୁ ଅଧିକ ହେଲେ ୨ ପ୍ରତିଶତ ସୁଧ ଦେବାକୁ ପଡେ। ଜଣେ ଚାଷୀ ଏହି କାର୍ଡରେ ନିଜର ଚାଷ ସମ୍ବନ୍ଧୀୟ ତଥ୍ୟ ଦେଇ ସର୍ବାଧିକ ୩ ଲକ୍ଷ ଟଙ୍କା ନେଇ ପାରିବ। ଚାଷ ପାଇଁ ଉଦ୍ଦିଷ୍ଟ ସମୟ ସୀମା ପୂରଣ ଅବା ଅମଳ ପରେ ପରେ ଚାଷୀଙ୍କୁ ଏହି ଟଙ୍କା ଶୁଝିବାକୁ ପଡିବ। ପୁଣି ଥରେ ଚାଷ କଲେ ସେ ଆବେଦନ ଫର୍ମ ପୂରଣ କରି ଆଉ ଟଙ୍କା ଚାଷ ପାଇଁ ନେବାକୁ ନିୟମ ରହିଛି।
ଯେଉଁ ଚାଷୀଙ୍କର ବ୍ୟାଙ୍କରେ ପିଏମ୍‌ କିଷାନ ଖାତା ଅଛି, ସେହି ଶାଖାରେ ଚାଷୀ ସମ୍ପର୍କ କରି କେସିସି କାର୍ଡ ନେବେ। ଆବଶ୍ୟକ ପଡିଲେ ଏହାର ସମୟ ସୀମା ମଧ୍ୟ ବଢ଼ାଇ ପାରିବେ। ଯାହାର କେସିସି କାର୍ଡ ନିଷ୍କ୍ରିୟ ହୋଇ ଯାଇଛି ତାହାକୁ ପୁନର୍ବାର ସକ୍ରିୟ କରାଇ ପାରିବେ। ଯେଉଁମାନଙ୍କ ପାଖରେ କେସିସି ସେବା ନାହିଁ, ସେମାନେ ନିଜର ଫସଲ ବିବରଣୀ ସହ ଜମି କାଗଜପତ୍ର ଆଣି ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ନୂଆ ସୀମା ମଞ୍ଜୁର କରି ଏହି କାର୍ଡ ନେବେ। ସେହିପରି ଯେଉଁ ଚାଷୀଙ୍କ ପାଖରେ ଏହି କାର୍ଡ ଅଛି ଏବଂ ସେମାନେ ପଶୁ ପାଳନ, ମତ୍ସ୍ୟ ଚାଷ ପାଇଁ ସୀମା ବୃଦ୍ଧି କରିବାକୁ ଚାହାନ୍ତି, ସେମାନେ ନିଜ ଶାଖାରେ ପରାମର୍ଶ ନେଇ କରି ପାରିବେ। କନ୍ଧମାଳ ଜିଲାରେ ୧ ଲକ୍ଷ ୫୦ ହଜାର କୃଷକ ରେକର୍ଡ ଭୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧ ହଜାର କୃଷକ କେସିସି କାର୍ଡ ପାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଜିଲା କୃଷି ଅଧିକାରୀ ରବି ନାୟକ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ମନୋଜ କୁମାର ଦାସ, ଲିଡ ବ୍ୟାଙ୍କ ମ୍ୟାନେଜର କଳ୍ପତରୁ ସ୍ବାଇଁ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଗୌର କୁମାର ଦାସ, ସମବାୟ ଉପ ନିବନ୍ଧକ ପ୍ରଭାତ କୁମାର ଜେନା, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଆଡଲା ଶ୍ରୀନିବାସ ରାଓଙ୍କ ସମେତ ଅନ୍ୟ ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri