କିରୋସିନ ଢ଼ାଳି ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର ଅଫିସ,୧୭।୩-ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁବାସ କୁମାର ବିହାରୀ ତାଙ୍କ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧ଲକ୍ଷ ଟଙ୍କା ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ୨ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଶାଶୁ ଶ୍ୱଶୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
୨୦୧୪ରେ ରେମୁଣା ଥାନା କାଠସଙ୍ଗଡ଼ା ଗ୍ରାମର କାଶୀନାଥ ଜେନା ତାଙ୍କ ଝିଅ ଜୟନ୍ତୀଙ୍କୁ ସଦର ଥାନା ଔପାଳ ଗାଁର ଶରତ ଜେନାଙ୍କୁ ବୈଦିକ ରୀତି ଅନୁଯାୟୀ ଯାନିଯୌତୁକ ଦେଇ ବିବାହ ଦେଇଥିଲେ। କିଛିଦିନ ପରେ ଜୟନ୍ତୀ ପାସବୁକ୍‌ରେ ରଖିଥିବା କିଛି ଟଙ୍କା ନେବା ପାଇଁ ସ୍ବାମୀ ବାରମ୍ବାର ପାସବୁକ୍‌ ମାଗିଥିଲେ। ସେ ନ ଦେବାରୁ ସ୍ବାମୀ ଓ ଶାଶୁ ଶ୍ୱଶୁରଙ୍କ ତାଙ୍କ ସହ ଗଣ୍ଡଗୋଳ କରିବା ସହ ମାରପିଟ୍‌ କରିଥିଲେ। ଏପରିକି ଜୟନ୍ତୀ ବାପଘରକୁ ପଳାଇ ଆସିଲେ ମଧ୍ୟ ବାପଘର ଲୋକେ ତାଙ୍କୁ ବୁଝାଇ ଶ୍ୱଶୁରଘରକୁ ପଠାଇ ଦେଉଥିଲେ। ଗତ ୨୦୧୭ ଫେବୃୟାରୀ ୮ ତାରିଖରେ ଜୟନ୍ତୀଙ୍କୁ ଶାଶୁ ଘର ଲୋକେ କିରୋସିନ ଢ଼ାଳି ନିଆଁ ଲଗାଇ ପୋଡ଼ି ଦେଇଥିବା ତାଙ୍କ ବାପା ଓ ପରିବାର ଲୋକେ ଜାଣିପାରି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ପରିବାର ଲୋକଙ୍କୁ ଦେଖି ଜୟନ୍ତୀ କହିଥିଲେ ଯେ, ଶରତ ଟଙ୍କା ଉଠାଇବା ପାଇଁ ପାସବୁକ୍‌ ମାଗିଥିଲେ। ସେ ନ ଦେବାରୁ ଜୀବନରୁ ମାରିଦେବାର ଧମକ ଦେଇ ଘର ଭିତରକୁ ନେଇ ଯାଇ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗାଁ ଲୋକେ ଆସି ଉଦ୍ଧାର କରିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଘଟଣାର କିଛିଦିନ ପରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ସଦର ଥାନାରେ କାଶୀନାଥ ଲିଖିତ ଅଭିଯୋଗ କରିଥିଲେ। ଏନେଇ ମାମଲା (ନଂ. ୩୪/୧୭) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ଶରତଙ୍କ ମା’ ଓ ବାପାଙ୍କୁ ଜାମିନ ମିଳିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶରତ ଜେଲରେ ଥିଲେ। ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍‌ ବିହାରୀ ୧୫ଜଣ ସାକ୍ଷ୍ୟ ଓ ୮ ଦସ୍ତାବିଜ୍‌କୁ ଆଧାର କରି ଏହି ରାୟ ଦେଇଛନ୍ତି। ଉକ୍ତ ମାମଲାକୁ ସରକାରଙ୍କୁ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦୀପକ କୁମାର ଦାସ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri