Posted inଫୁରସତ

କିପରି କରିବେ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ

ବ୍ୟାଙ୍କ ଆକାଉଣ୍ଟ କ୍ଲୋଜିଂ କରିବାକୁ ଚାହୁଁଥିଲେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ନଜର ଦେବାକୁ ପଡ଼ିଥାଏ। ତେଣୁ ଏଭଳି ନିଷ୍ପତ୍ତି  ନେବା ପୂର୍ବରୁ  ନିମ୍ନଲିଖିତ ବିଷୟ ପ୍ରତି ନଜର ଦିଅନ୍ତୁ…

ଆଜିକାଲି କେବଳ ଟଙ୍କା ପଇସା କାରବାର ନୁହେଁ। ସଞ୍ଚୟ କରିବାର ଅନ୍ୟତମ ମାଧ୍ୟମ ହେଲା ବ୍ୟାଙ୍କ। ଏବେ କେବଳ ଜାତୀୟ ସ୍ବୀକୃତିପ୍ରାପ୍ତ ନୁହେଁ, ଅନେକ ବେସରକାରୀ ବ୍ୟାଙ୍କରେ ଟଙ୍କା ଦେଣନେଣ କରିହେଉଛି। ଆକାଉଣ୍ଟ ଖୋଲିବା ସମୟରେ ସମ୍ପୃକ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଆବଶ୍ୟକ କାଗଜପତ୍ର ଦେବାକୁ ପଡିଥାଏ। ସମସ୍ତ ସର୍ତ୍ତ ପୂରଣ ପରେ ସେହି ବ୍ୟାଙ୍କରେ ଆକାଉଣ୍ଟ ଖୋଲଯାଏ। ଠିକ୍‌ ସେହିପରି ଯେତେବେଳେ ଆପଣ ନିଜ ଆକାଉଣ୍ଟ ବନ୍ଦ କରିବାକୁ ଚାହୁଁଛନ୍ତି ସେପରି କେତେକ ନିୟମ ପାଳନ କରିବାକୁ ପଡେ। କୌଣସି ବି ଖାତା ଅନ୍‌ଲାଇନ୍‌ କ୍ଲୋଜ ହୁଏ ନାହିଁ। ଖାତା ବନ୍ଦ କରିବାକୁ ହେଲେ ଆପଣଙ୍କ ନିକଟତମ ବ୍ୟାଙ୍କ ଯିବାକୁ ପଡିଥାଏ। ଯଦି ଆପଣଙ୍କ ଡରମାଟ୍‌ ଆକାଉଣ୍ଟ ଥାଏ ତେବେ ତାକୁ ବନ୍ଦ କରିବାକୁ ହେଲେ ପ୍ରଥମେ ତାକୁ ଚାଲୁ କରିବାକୁ ପଡିଥାଏ। ଡରମାଟ୍‌ ଆକାଉଣ୍ଟ ଆମେ ତାକୁ କହିବା ଯେଉଁ ଆକାଉଣ୍ଟରେ ଦୁଇବର୍ଷ ହେବ କିଛି ନେଣଦେଣ(ଟ୍ରାଞ୍ଜାକ୍‌ଶନ୍‌) ହୋଇ ନ ଥିବ। ଡରମାଟ ଆକାଉଣ୍ଟ ବନ୍ଦ କରିବାକୁ ହେଲେ ବି ବ୍ୟାଙ୍କରେ ଫର୍ମ ପୂରଣ କରିବାକୁ ପଡିଥାଏ। ଖାତାକୁ ବନ୍ଦ କରିବା ପୂର୍ବରୁ ଦେଖିବାକୁ ପଡିଥାଏ ଯେ ଏଥିରେ ବୀମା ପଲିସି, କ୍ରେଡିଟ୍‌ କାର୍ଡ ପେମେଣ୍ଟ, ଡିମାଟ୍‌ ଓ ଟ୍ରେଡିଂ ଆକାଉଣ୍ଟ, ଲୋନ୍‌ ଓ ସେଭିଂ ଆକାଉଣ୍ଟ ଆଦି କିଛି ଲିଙ୍କ ନାହିଁ ତ ? ଅଧିକାଂଶ ବ୍ୟାଙ୍କ ଆକାଉଣ୍ଟ ସହ ଏସବୁକୁ ଲିଙ୍କ କରିଥାନ୍ତି। ଯଦି ଆପଣଙ୍କ ଜଏଣ୍ଟ ଆକାଉଣ୍ଟ ଥାଏ ତେବେ ଖାତା ବନ୍ଦ କିରବାକୁ ହେଲେ ଦୁଇଜଣ ଖାତାଧାରୀଙ୍କୁ ବ୍ୟାଙ୍କରେ ଉପସ୍ଥିତ ରହିବା ଜରୁରୀ। କିନ୍ତୁ କେତେକ ବ୍ୟାଙ୍କରେ ଖାତାଧାରୀ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌(ଏନ୍‌ଓସି) ଦେଇ ନିଜର ଆକାଉଣ୍ଟ ବନ୍ଦ କରି ପାରିବେ।
ଆକାଉଣ୍ଟ ବନ୍ଦ କରିବାକୁ ହେଲେ ଆପଣାନ୍ତୁ ଏହି ପ୍ରକ୍ରିୟା
-ଆପଣ ଯେଉଁ ଖାତା ବନ୍ଦକରିବାକୁ ଯୋଜନା କରୁଛନ୍ତି , ଯଦି ସେଥିରେ କିଛି ଜମାରାଶି ଅଛି ତାକୁ ଖାତାରୁ ଉଠାଇ ପାରିବେ କିମ୍ବା ଅନ୍ୟ କୌଣସି ବ୍ୟାଙ୍କର ଆକାଉଣ୍ଟକୁ ଟ୍ରାନ୍ସଫର ମଧ୍ୟ କରିପାରିବେ। ଏହି ରାଶିକୁ ମଧ୍ୟ ଡିମାଣ୍ଡ ଡ୍ରାଫ୍ଟ କରି ମଧ୍ୟ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତରିତ କରିପାରିବେ।
-ଟ୍ରାନ୍ସଫର କରିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ ଯେ ଆକାଉଣ୍ଟର ଲାଷ୍ଟ ଟ୍ରାଞ୍ଜାକଶନ୍‌ର ଷ୍ଟେଟମେଣ୍ଟ ନିଜ ପାଖରେ ନିଶ୍ଚିତ ରଖନ୍ତୁ।
-ଏହାପରେ ଆକଉଣ୍ଟ କ୍ଲୋଜର ଫର୍ମ ପୂରଣ କରନ୍ତୁ। ବ୍ୟାଙ୍କ କର୍ମଚାରୀଙ୍କ ପାଖକୁ ଯାଇ ଫର୍ମ ଡିପୋଜିଟ୍‌ କରନ୍ତୁ। ବ୍ୟାଙ୍କ କ୍ଲୋଜର ଫର୍ମ ଭରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡିବନି। ଏହି ଫର୍ମ ମଧ୍ୟ ଆପଣଙ୍କ ବ୍ୟାଙ୍କର ଓ୍ବେବ୍‌ସାଇଟ୍‌୍‌କୁ ଯାଇ ଡାଉନ୍‌ଲୋଡ୍‌ କରିବାକୁ ହେବ।
-ଆପଣଙ୍କୁ ଖାତା ବନ୍ଦ କରିବାକୁ ହେଲେ ଅତିକମ୍‌ରେ ଗୋଟିଏ କାରଣ ଦର୍ଶାଇବାକୁ ପଡିବ।
-ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର କ୍ରେଡିଟ୍‌ କାର୍ଡ ପେମେଣ୍ଟ , ଡିମାଟ୍‌ ଓ ଟ୍ରେଡିଙ୍ଗ ଆକାଉଣ୍ଟ,ବୀମା,ଲୋନ ଆଦିରେ ଲିଙ୍କ ଥାଏ ତେବେ ପ୍ରଥମେ ନିଜର ଅଲଗା ଆକାଉଣ୍ଟକୁ ଏସବୁକୁ ଲିଙ୍କ କରି ଦିଅନ୍ତୁ। କାରଣ ଆକାଉଣ୍ଟ ବନ୍ଦ କରିବା ସମୟରେ ଡିଲିଙ୍କିଙ୍ଗ ଫର୍ମ ପୂରଣ କରିବାକୁ ପଡିଥାଏ।
-ଏହା ପରେ ବ୍ୟାଙ୍କ ଅଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜ କରିବାର ଆପ୍ଲିକେଶନ୍‌ ଓ ସେଲ୍‌ଫ ଆଟେଷ୍ଟେଡ୍‌ କିମ୍ବା ନିଜ ସାଇନ୍‌ ହୋଇଥିବା ଲେଟର ବ୍ୟାଙ୍କରେ ଜମା କରିବାକୁ ପଡ଼ିଥାଏ।
-ଏସବୁ ପରେ ଆପଣଙ୍କୁ ଚେକ୍‌ବୁକ୍‌,ଏଟିଏମ୍‌କାର୍ଡ,କ୍ରେଡିଟ୍‌ କାର୍ଡ ଆଦି ବ୍ୟାଙ୍କ୍‌କୁ ଫେରାଇବାକୁ ପଡ଼ିଥାଏ।
-ଏହାପରେ ବ୍ୟାଙ୍କ ଅଧିକାରୀ ଆପଣଙ୍କ ଖାତା ସହ ଜଡିତ କୌଣସି ଟ୍ୟାକ୍ସ ପେଣ୍ଡିଂ ହୋଇଥାଏ ତାକୁ ଯାଞ୍ଚ କରିବାକୁ ପଡ଼େ। କୌଣସି ବି ଜରିମାନା, ବାକି କିମ୍ବା ଭାଲ୍ୟୁ ଆଡେଡ୍‌ ସର୍ଭିସ ଦେବାକୁ ଥାଏ ତେବେ ବ୍ୟାଙ୍କ ଆପଣଙ୍କ ଠାରୁ ଚାର୍ଜ କରିଥାଏ।
-କିଛି ପ୍ରାଇଭେଟ୍‌ ବ୍ୟାଙ୍କ ରହିଛି , ଖାତା ବନ୍ଦ କରିବାର ଚାର୍ଜ ନେଇଥାନ୍ତି। ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା- ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ୧୪ଦିନ ଭିତରେ ଆକାଉଣ୍ଟ କ୍ଲୋଜ କରୁଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ କୌଣସି ଚାର୍ଜ ନେବ ନାହିଁ। ଯଦି ଆପଣ ୧୪ଦିନରୁ ଅଧିକ ଏକବର୍ଷ ମଧ୍ୟରେ ଆକାଉଣ୍ଟ ବନ୍ଦ କରି ଦେଉଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ କ୍ଲୋଜର ଚାର୍ଜ ନେଇପାରିବ।
-ଶେଷରେ ବ୍ୟାଙ୍କ ଅଧିକାରୀ ଆକନଲେଜ୍‌ମେଣ୍ଟର ଗୋଟିଏ କପି ଦେବେ ଓ ୧୦ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ।
-ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ବ୍ୟାଙ୍କ ରେଜିଷ୍ଟର୍ଡ ଇମେଲ୍‌ ଆଇଡି ସହିତ ମୋବାଇଲକୁ ମଧ୍ୟ ଏସ୍‌ଏମ୍‌ଏସ୍‌ ଆସିଯିବ ଯେ ଆପଣଙ୍କ ଆକାଉଣ୍ଟ କ୍ଲୋଜ ହୋଇଗଲା।
କାହିଁକି ଜରୁରୀ ବ୍ୟାଙ୍କ ଆକାଉଣ୍ଟ କ୍ଲୋଜ କରିବା….
-ଆଜିକାଲିର ଯୁବପିଢ଼ି କ୍ରେଡିଟକାର୍ଡ, ସ୍ବାର୍ଟକାର୍ଡ, ଭିଜାକାର୍ଡ ଆଦି ଚକ୍କରରେ ଅନେକ ବ୍ୟାଙ୍କରେ ନିଜର ବ୍ୟାଙ୍କ ଆକାଉଣ୍ଟ ଖୋଲିଦିଅନ୍ତି କିମ୍ବା ପୁଣି ବାରମ୍ବାର ଚାକିରି ବଦଳିବା କାରଣରୁ ତାଙ୍କୁ କମ୍ପାନୀ ଦ୍ୱାରା ଅଲଗା ଅଲଗା ବ୍ୟାଙ୍କରେ ସାଲାରି ଆକାଉଣ୍ଟ ଖୋଲିବାକୁ ପଡିଥାଏ। ଯେଉଁକାରଣରୁ ସେମାନଙ୍କ ପାଖରେ ମଲ୍‌ଟିପଲ ସେଭିଂ ଆକାଉଣ୍ଟ ହୋଇଯାଏ। ମଲ୍‌ଟିପଲ ସେଭିଂ ଆକାଉଣ୍ଟ ରଖିବା ଦ୍ୱାରା ଫାଇଦା କମ୍‌ କ୍ଷତି ଅଧିକ ହୋଇଥାଏ। ଅର୍ଥାତ୍‌ ଏତେ ବ୍ୟାଙ୍କ ଆକାଉଣ୍ଟ ରଖିବା ବଦଳରେ ତାକୁ ବନ୍ଦ କରିଦେବା ଠିକ୍‌ ହେବ। କାହିଁକି ନା ବ୍ୟାଙ୍କ ଆକାଉଣ୍ଟ ଯେତେକମ୍‌ ହେବ, ତାକୁ ମେଣ୍ଟେନ୍‌ କରିବା ଓ ତା’ ଉପରେ ନଜର ରଖିବା ସହଜ ହେବ।
-ସେଭିଂ ଆକାଉଣ୍ଟ ହେବା ଦ୍ୱାରା କେତେ ପ୍ରକାର ଶୁଳ୍କ ଦେବାକୁ ପଡିଥାଏ। ଯେମିତିକି ଡେବିଟ୍‌ କାର୍ଡ,ଏସ୍‌ଏମ୍‌ଏସ୍‌ ଚାର୍ଜ,ଏଟିଏମ୍‌ ଉପଯୋଗ ଚାର୍ଜ ଆଦି ଦେବାକୁ ହେବ। ମଲ୍‌ଟିପଲ୍‌ ଆକାଉଣ୍ଟ ହେବା ଦ୍ୱାରା ବିନା କାରଣରେ ଏହାର ଶୁଳ୍କ ଦେବାକୁ ପଡିଥାଏ। ଏହାଠୁ ଭଲ ହେବ ଅତିରିକ୍ତ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିଦିଅନ୍ତୁ।
-ଅଧିକ ବ୍ୟାଙ୍କ ଆକାଉଣ୍ଟ ହେବା କାରଣରୁ ଆପଣଙ୍କୁ ସେଥିରେ ମିନିମମ୍‌ ବାଲାନ୍ସ ରଖିବା ଜରୁରୀ। ମିନିମମ୍‌ ବାଲାନ୍ସ ମେଣ୍ଟେନ୍‌ ନ କରିବା ଫଳରେ ବ୍ୟାଙ୍କ ଦ୍ୱାରା ଲଗାଯାଇଥିବା ପେନାଲ୍‌ଟି ଆପଣଙ୍କୁ ଭରିବାକୁ ପଡିପାରେ।
-ସେଭିଂସ୍‌ ବ୍ୟାଙ୍କ ଆକାଉଣ୍ଟରେ ବହୁତ କମ୍‌ ସୁଧ ମିଳିଥାଏ। ଏହା ବଦଳରେ ସେଭିଂ ଜମାରାଶିକୁ ଫିକ୍ସଡ୍‌ ଡିପୋଜିଟ୍‌,ମ୍ୟୁଚୁଆଲ୍‌ ଫଣ୍ଡ କିମ୍ବା ଡିମାଟ୍‌ ଆକାଉଣ୍ଟରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ଅଧିକ ଲାଭ ମିଳିବ। -ମହାଶ୍ୱେତା ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri