କିଏ ଏଇ ମା’

ସୁଧିରାଜ ରାଉତ
ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲହଡ଼ି ମିଶି ଆତଙ୍କ ସୃଷ୍ଟି କରୁଥାନ୍ତି। ଦୁଇ ସାଙ୍ଗ ଅସହାୟ। ତାଙ୍କ ଅସହାୟତାରୁ ମୋ ଅସହାୟତା ଥିଲା ଶତଗୁଣ। ହଠାତ୍‌ ମୋ ଆଖି ସାମ୍ନାରେ ନାଚିଉଠିଲା ମା’ଙ୍କ ମୁହଁଟି, ପାଟିରୁ ବାହାରିଆସିଲା ଦୀର୍ଘ ମା’ ଡାକଟିଏ। ପବନ ଲହଡ଼ିର ଶବ୍ଦ ଭଳି ଅତି ସ୍ପଷ୍ଟ, ବଳିଷ୍ଠ ଶବ୍ଦ ଶୁଭିଲା- ପୁଅରେ! ମୁଁ ଅଛି ତୋ ପାଖେ। ଦେଖିହେଉ ନ ଥିବା ଫୁଲକୁ ତା’ ମହକରୁ ଯେଭଳି ଅନୁଭବ କରିହୁଏ, ମୁଁ ସେଇଭଳି ଏକ ପବିତ୍ର ଉପସ୍ଥିତି ଅନୁଭବ କଲି ମୋ ନିକଟରେ। ପର ମୁହୂର୍ତ୍ତରେ ଦୁଇଜଣ ନାଉରିଆ ଆଉ ଏକ ଡଙ୍ଗା ନେଇଆସି ମୋତେ ଉଦ୍ଧାର କଲେ।
କିଏ ଏଇ ମା’ ଲେଖିଲାବେଳେ ମନେ ପଡ଼ିଗଲା ସେଦିନର ସେ ଅସହାୟତା ଆଉ ଦିବ୍ୟ ସାହାଯ୍ୟ। ଭାବୁଛି କିଏ ଏଇ ମା’? ତା’ ପ୍ରକାଶର ଉଦ୍ଦେଶ୍ୟ କ’ଣ? ମନେପଡ଼ୁଛି ଏକ ଘଟଣା- ଆଶ୍ରମନିବାସିନୀ ପ୍ରୀତିଅପା ଏକା ଦୀର୍ଘ ରାତ୍ରିଯାଏ ସମୁଦ୍ରକୂଳରେ ବସି ରହୁଥିଲେ। ସେ ସମୟରେ ସେ ଯୁବା ଏବଂ ପଣ୍ଡିଚେରୀ ମଦ୍ୟପ, ବଦମାସଙ୍କ ଆଡ୍ଡା। ଦିନେ ମା’ ପ୍ରୀତିଅପାଙ୍କୁ ଡାକି କହିଲେ, ତୁମେ ଏତେରାତି ଯାଏ ସମୁଦ୍ରକୂଳରେ ବସିବା ସୁରକ୍ଷିତ ନୁହେଁ। ଅପା କହିଲେ- ମା’ ଆପଣ ଅଛନ୍ତି, ମୋର କ’ଣ ହେବ? ହସି ମା’ କହିଲେ, ଏତେଦିନ ହେଲା ତୁମର କିଛି ହୋଇନାହିଁ, କାରଣ ମୁଁ ତୁମ ସହ ଅଛି। ଏହାର ଅର୍ଥନୁହେଁ ତୁମେ ବାରମ୍ବାର ବିପଦ ମଧ୍ୟକୁ ଯାଉଥିବ ଆଉ ମୁଁ ଉଦ୍ଧାର କରୁଥିବି। ଯଦି ଆମେ ଏହା ହିଁ କରୁଥିବା ଯେଉଁ ମହାନ୍‌ କାର୍ଯ୍ୟ ପାଇଁ ଆସିଛେ ତାହା କେବେ କରିବା?
ପୃଥିବୀରେ ଏହି ମହାନ୍‌ କାର୍ଯ୍ୟକୁ ସାକାର ରୂପଦେବାକୁ ଈଶ୍ୱର ପ୍ରସ୍ତୁତ କରିଥିଲେ ଏକ ଅଭିନବ ଯୋଜନା। ଏହି ଯୋଜନାର ଅଂଶହୋଇ ମା’ ଜନ୍ମନେଲେ ଫ୍ରାନ୍ସର ପ୍ୟାରିସରେ। ୟୁରୋପ ସଭ୍ୟତା ଆଉ ସଂସ୍କୃତିର ଆତ୍ମା ହେଉଛି ଫ୍ରାନ୍ସ, ଆଉ ପ୍ୟାରିସ ଫ୍ରାନ୍ସର ହୃ୍‌ତ୍‌ସ୍ପନ୍ଦନ। ମା’ ସେଠି ଜନ୍ମହେବା ଏବଂ ସେହି ଭବ୍ୟ ସଂସ୍କୃତିକୁ ଆତ୍ମସାତ୍‌ କରି ଭାରତ ଆସିବା, ଏହାର ଅର୍ଥ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସର୍ବୋଚ୍ଚ ଉପଲବ୍ଧିର ସମନ୍ବୟ ଉପରେ ମାନବ ଚେତନାର ନୂତନ ସୂର୍ଯ୍ୟୋଦୟ ଘଟାଇବା।
ଆଶ୍ଚର୍ଯ୍ୟ ଲାଗେ ମା’ଙ୍କ ବାପା,ମା’ ତାଙ୍କ ପାଇଁ ନାମଟିଏ ବାଛିଥିଲେ ମୀରା। ଆଉ ମୀରାଙ୍କ ଜନ୍ମ ଶ୍ରୀପଞ୍ଚମୀ ଦିନ ହୋଇଥିଲା। ସେ କିଶୋରୀ ବୟସରେ କୃଷ୍ଣ ଶବ୍ଦ ଶୁଣି ଆନନ୍ଦ ଅନୁଭବ କରୁଥିଲେ। ଏହି ମୀରା ଶିଶୁ ବୟସରେ ବି ଅସାଧାରଣ ଥିଲେ। ଥରେ ତାଙ୍କ ବଗିଚାରେ ଶୁଖି ଯାଇଥିବା ଗଛଟିକୁ କାଟିଦେବାକୁ ବାପା ଗଛ କଟାଳିଙ୍କୁ ଡାକିଆଣିଥାନ୍ତି, ମୀରା ହଠାତ୍‌ ବାପାଙ୍କୁ କହିଲେ, ଗଛ ଅଭ୍ୟନ୍ତରରେ ମୁଁ ଦେଖୁଛି ସବୁଜ ଶିଖା ଊର୍ଦ୍ଧ୍ୱକୁ ଉଠୁଛି, ଦୟାକରି ଗଛକୁ କାଟନ୍ତୁ ନାହିଁ। ବାପା ଏବଂ ଗଛକଟାଳି ଏହା ଶୁଣି ହସିଲେ, କିନ୍ତୁ ଅଲିଅଳି ଝିଅର କଥା ରକ୍ଷାକରି ଗଛଟିକୁ କାଟିଲେ ନାହିଁ। କିଛିଦିନ ପରେ ସଭିଙ୍କୁ ଚକିତକରି ଗଛଟି ସବୁଜପତ୍ରରେ ହସିଉଠିଲା। ଏହି ଅସାଧାରଣ ସାମର୍ଥ୍ୟରେ ୟୁରୋପ ସଂସ୍କୃତିର ମହନୀୟତା, ଆଲଜେରିଆରୁ ଗୁହ୍ୟ (ତନ୍ତ୍ର) ଜ୍ଞାନ ଏବଂ ଜାପାନରେ ରହି ତାହାର ସୌନ୍ଦର୍ଯ୍ୟବୋଧ, ଦକ୍ଷ ବୌଦ୍ଧିକତା ଏସବୁକୁ ସାଥିରେ ନେଇ ମା’ ଭାରତ ଆସିଲେ ଏବଂ ଭାରତ ମାଟିରେ ତାଙ୍କ ବଳକା ଜୀବନ ପରମଙ୍କ ପାଇଁ ସମର୍ପିଦେଲେ। ରାଜସିଂହାସନ, ସ୍ତ୍ରୀ, ପୁତ୍ର ଛାଡ଼ି ଆସିବା ବୁଦ୍ଧଙ୍କୁ ଆମେ ଦେଖିଛୁ। ଟିକେ ଆଖି ଖୋଲି ମା’ଙ୍କୁ ଦେଖିବା। ରାଜକୀୟ ବିଳାସପୂର୍ଣ୍ଣ ଜୀବନ, ପୃଥିବୀ ପାଇଁ ଭୋଗର ସ୍ବର୍ଗ ପ୍ୟାରିସ, ସନ୍ତାନ, ପରିବାର, ଆତ୍ମୀୟ ସବୁକୁ ଛାଡ଼ି ଭାରତରେ ଯେଉଁମାନଙ୍କ ସହ ଜୀବନ ବଞ୍ଚିବାକୁ ଆସିଲେ ସେମାନେ ରହୁଥିଲେ ପାଞ୍ଚ ଜଣ। ଗାଧୋଇବାକୁ ଗୋଟିଏ ତଉଲିଆ ଥିଲା, ଗୋଟିଏ ଭଙ୍ଗା ଚେୟାର ଥିଲା, ଭାତ ଏବଂ ପୋଡା ଶୁଖିଲା ଲଙ୍କା ସେମାନଙ୍କ ସାମର୍ଥ୍ୟର ପ୍ରିୟ ଖାଦ୍ୟ ଥିଲା ଏବଂ ବ୍ରିଟିଶ୍‌ ସରକାରଙ୍କ ଦ୍ୱାରା ସେମାନେ ଘୋଷିତ ଅପରାଧୀ ଥିଲେ। ମା’ ଆସିଲେ- ଗଢ଼ିଉଠିଲା ଆଶ୍ରମ। ପ୍ରାଚ୍ୟ-ପାଶ୍ଚାତ୍ୟର ସମସ୍ତ ସ୍ବର୍ଗୀୟ ଉପଲବ୍ଧି ଉପରେ ଗଢ଼ିଉଠିଲା ମାନବ ପ୍ରଗତିର ନୂଆ ବିଜ୍ଞାନାଗାର, ଅତିମାନସର ନୂତନ ଜୀବନ ରସାୟନ। ପଣ୍ଡିଚେରୀ ଆକାଶରେ ପୃଥିବୀ ପାଇଁ ଉଦିତ ହେଲା ନୂଆ ସୂର୍ଯ୍ୟ।
ମା’ ଶ୍ରୀଅରବିନ୍ଦଙ୍କ ସହ ମିଶି ପୃଥିବୀ ଏବଂ ମଣିଷ ପାଇଁ କ’ଣ କରିଛନ୍ତି ଏହା ବୁଝିବା ଆମ ପକ୍ଷେ ସମ୍ଭବ ନୁହେଁ। ଯେଉଁ ମା’ ଶିଶୁ ଆଖିରେ ଶୁଖିଲା ଗଛ ମଧ୍ୟରେ ଜୀବନୀ ଶକ୍ତି ଧାଉଁଥିବାର ଦେଖିପାରନ୍ତି, ଯେଉଁ ଶ୍ରୀଅରବିନ୍ଦ ବିଜ୍ଞାନ ଆବିଷ୍କାର କରିବାର ଦଶନ୍ଧି ପୂର୍ବରୁ ସୂର୍ଯ୍ୟରେ ସଂଯୋଜନ ପ୍ରକ୍ରିୟାରେ ଶକ୍ତି ସୃଷ୍ଟି ହେଉଛି ବୋଲି କହିପାରନ୍ତି, ସେ ଦୁହେଁ ମାନବର ଚେତନା, ନିଶ୍ଚେତନା, ଅତିଚେତନାରେ କି କାମ କରିଛନ୍ତି କିଭଳି ବୁଝିବା? ଗଣପତି ମୁନି, କପାଳି ଶାସ୍ତ୍ରୀଙ୍କ ଭଳି ମହାନ ତନ୍ତ୍ରବିତ୍‌, ଯାହାଙ୍କ ଦର୍ଶନମାତ୍ରେ ସ୍ବୟଂ ଜଗଦମ୍ବାଙ୍କୁ ଦେଖିଥିଲେ, ସେହି ମା’ଙ୍କ କଥା ବିଚାରରେ ନୁହେଁ କେବଳ ବିଶ୍ୱାସରେ ବୁଝିହୁଏ। ବିଶ୍ୱାସର ଅନେକ ଘଟଣାରୁ ଗୋଟିଏ କହି ଏହା ଶେଷ କରିବି- ଦ୍ୱିତୀୟ ବିଶ୍ୱଯୁଦ୍ଧ, ମା’ ତାଙ୍କ ସମସ୍ତ ଅଳଙ୍କାର, ଅର୍ଥ ମିତ୍ରଶକ୍ତିକୁ ଦେଇ ନିଜର ସମର୍ଥନ ଘୋଷଣା କଲେ ଏବଂ କହିଲେ ଏ ଯୁଦ୍ଧ ଦେଶ ଦେଶ ମଧ୍ୟରେ ନୁହେଁ ଦିବ୍ୟ-ଅଦିବ୍ୟ ଶକ୍ତି ମଧ୍ୟରେ ହେଉଛି। ହିଟ୍‌ଲର ସୀମା ବିସ୍ତାର କରିଚାଲିଥାଏ। ଶ୍ରୀଅରବିନ୍ଦ ଘୋଷଣା କଲେ, ହିଟଲ୍‌ରକୁ ଯଦି ଅଟକା ନ ଯାଏ ପୃଥିବୀ ଆଉ ମଣିଷର ଏତେ ଶ୍ରମ ତପସ୍ୟାରେ ଗଢ଼ା ସଭ୍ୟତା, ସଂସ୍କୃତି ରସାତଳକୁ ଚାଲିଯିବ। ସମଗ୍ର ବିଶ୍ୱ ମାନବର ଅଗୋଚରରେ ମା’ ନିଜ ଗୁହ୍ୟ (ତନ୍ତ୍ର) ଶକ୍ତି ବଳରେ ଉପସ୍ଥିତ ହେଲେ ହିଟ୍‌ଲରଙ୍କ ଆଗରେ। ତାଙ୍କୁ ଅସୁର ରୂପରେ ରୁଷିଆକୁ ଆକ୍ରମଣ କରିବାକୁ କହିଲେ ଏବଂ କହିଲେ ଏହାପରେ ମୋ ରୂପରେ ଆଉ ଯିଏ ଆସିବ ତାହା କଥା ମୋଟେ ଶୁଣିବୁ ନାହିଁ। ହିଟଲର-ଷ୍ଟାଲିନ ମଧ୍ୟରେ ଯୁଦ୍ଧ ହେଲା, ଅସୁର-ଅସୁର ମଧ୍ୟରେ ଯୁଦ୍ଧ ହୋଇ ଅସୁର ଶକ୍ତି ହେଲା ଦୁର୍ବଳ, ଆଉ ମିତ୍ରଶକ୍ତିର ବିଜୟ। ଏଭଳି ଆମ ବିଶ୍ୱାସ ବାହାରେ ବହୁକଥା ରହିଛି- କିନ୍ତୁ ମା’ଙ୍କ ସର୍ବୋଚ୍ଚ କାର୍ଯ୍ୟ ହେଉଛି- ମଣିଷ ମଧ୍ୟରେ ଦେବତ୍ୱକୁ ପରିପ୍ରକାଶ କରିବା। ଆମ ସଭିଙ୍କ ବିଶ୍ୱାସ ଆଉ ବିଶ୍ୱାସ ବାହାରେ ଏ କାର୍ଯ୍ୟ ଏଠି ସାକାର ରୂପ ନେବାରେ ଲାଗିଛି।
(ଶ୍ରୀମାଙ୍କ ପଣ୍ଡିଚେରୀ ଆଗମନ ଦିବସ ଉପଲକ୍ଷେ)
ମୋ- ୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri