କାହା ସ୍ବାର୍ଥରେ ସରକାର

କେନ୍ଦ୍ର ସରକାର ଲୋକପ୍ରିୟ ସ୍ମଲ୍‌ ସେଭିଙ୍ଗ ସ୍କିମ୍‌ ବା ସ୍ବଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ କରିଛନ୍ତି। ଦେଶର ମୋଟ୍‌ ଜନସଂଖ୍ୟାର ପାଖାପାଖି ଅଧା ମୁଖ୍ୟତଃ ଗାଁରେ ରହୁଥିବା ଗରିବ ଏବଂ ସହରରେ ବାସ କରୁଥିବା ବରିଷ୍ଠ ନାଗରିକଙ୍କ ମୁଖ୍ୟ ସାହାରା ପାଲଟିଥିବା ଏହି ଯୋଜନାର ସୁଧ ହାର ୭୦ ବେସିସ୍‌ ପଏଣ୍ଟରୁ ୧୪୦ ବେସିସ୍‌ ପଏଣ୍ଟ ମଧ୍ୟରେ ହ୍ରାସ କରାଯାଇଛି। ସୁଧହାର କମାଇବା ସମ୍ପର୍କରେ ସରକାର ନିଜକୁ ବଞ୍ଚାଇବା ଲାଗି ସବିସ୍ତୃତ ବର୍ଣ୍ଣନା କରିଛନ୍ତି ଯେ, ରିଜର୍ଭବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଦ୍ୱାରା ରେପୋ ରେଟ୍‌ରେ ୭୫ ବେସିସ୍‌ ପଏଣ୍ଟ୍‌ ହ୍ରାସକୁ ଆଧାର କରି ଏହା କରିବା ଜରୁରୀ ଥିଲା। ପବ୍ଲିକ୍‌ ପ୍ରୋଭିଡିଏଣ୍ଟ ଫଣ୍ଡ୍‌ ତ୍(ପିପିଏଫ୍‌) ଏବେ ୭.୧ ପ୍ରତିଶତ କମ୍‌ ସୁଧ ପାଇବ। ପୂର୍ବରୁ ଏହା ସଞ୍ଚୟକାରୀଙ୍କୁ ୭.୯ ପ୍ରତିଶତ ସୁଧ ଦେଉଥିତ୍ଲା। ଜାତୀୟ ସଞ୍ଚୟ ସାର୍ଟିଫିକେଟ(ଏନ୍‌ଏସ୍‌ସି) ଉପରେ ସୁଧ ହାର ୧୧୦ ବେସିସ୍‌ ପଏଣ୍ଟ କମିବା ଦ୍ୱାରା ୬.୮କୁ ଖସିଯାଇଛି। କିସାନ ବିକାଶ ପତ୍ର୯ (କେଭିପି)ରେ ମୂଳରୁ ଦିଆଯାଉଥିବା ୭.୬ ପ୍ରତିଶତ ସୁଧରୁ କମିଆସି ୬.୯ରେ ରହଛି। ସେହିପରି ପାଞ୍ଚ ବର୍ଷିଆ ସିନିୟର ସିଟିଜେନ ସେଭିଙ୍ଗ୍‌ସ ସ୍କିମ୍‌(ଏସ୍‌ସିଏସ୍‌ଏସ୍‌)ର ସୁଧହାର ୧୨୦ ବେସିସ୍‌ ପଏଣ୍ଟ ହ୍ରାସ ପାଇ ମୂଳରୁ ପ୍ରଦାନ କରାଯାଉଥିବା ୮.୬ ପ୍ରତିଶତରୁ ୭.୪ କୁ କମି ଯାଇଥିବାବେଳେ ସେଭିଙ୍ଗ୍‌ସ ଡିପୋଜିଟିର ସୁଧହାରରେ କୌଣସି ପରିବର୍ତ୍ତନ କରା ନ ଯାଇ ୪ ପ୍ରତିଶତ ରଖାଯାଇଛି। ଏସ୍‌ସିଏସ୍‌ଏସ୍‌ ଉପରେ ସୁଧ ସରକାର ପ୍ରତି ତ୍ରୈମାସିକରେ ପ୍ରଦାନ କରନ୍ତି। ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ମଧ୍ୟ ପୂର୍ବ ନିର୍ଦ୍ଧାରିତ ୮.୪ ପ୍ରତିଶତରୁ କମି ୭.୪ ପ୍ରତିଶତ ହୋଇଛି। ଏଥିରେ ୧୦୦ ବେସିସ୍‌ ପଏଣ୍ଟ ବା ସୁଧହାର ୧ ପ୍ରତିଶତ କମିଛି। ସରକାରଙ୍କ ଏବକାର ପଦକ୍ଷେପ ବହୁ ପତୀକ୍ଷିତ ରେପୋରେଟ ୭୫ ବେସିସ୍‌ ପଏଣ୍ଟ କମିବାକୁ ଏକପ୍ରକାର ନିଷ୍ପଳ କରି ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗତ ଶୁକ୍ରବାର ଟଙ୍କା ନୀତିକୁ କୋହଳ କରିଥିଲା। ଏହାଦ୍ୱାରା ଅଧିକ ଟଙ୍କା ବ୍ୟାଙ୍କିଙ୍ଗ ସିଷ୍ଟମକୁ ଖୋଲି ଗ୍ରାହକ ଓ ଉଦ୍ୟୋଗକୁ ଲାଭ କରିବା ଦ୍ୱାରା କରୋନା ଭାଇରସ ଭଳି ଏକ ବିପତ୍ତିକୁ ମୁକାବିଲା କରିପାରିବ। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ହାରରେ ହ୍ରାସ ଆର୍‌ବିଆଇର ଆକ୍ରମଣାମତ୍କ ନୀତି ଲାଗୁ କରିବାକୁ ବିଚାରକୁ ବିରୋଧ କରିଛି। ପ୍ରତି ତୈମାସିକରେ ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧହାର ଉପରେ ସମୀକ୍ଷା କରିବା ଏବଂ ଏହି ସୁଧ ହାରକୁ ସରକାରୀ ବଣ୍ଡ୍‌ ସହ ଯୋଡିଥାଏ। ସଞ୍ଚୟଗୁଡିକର ସୁଧହାର ସବୁବେଳେ ବ୍ୟାଙ୍କ ସଞ୍ଚୟଠାରୁ କିଛି ଅଧିକ ରହି ଆସିଥିବାରୁ ଦେଶରେ ସଂଖ୍ୟାବହୁଳ ଲୋକ ଯେଉଁମାନେ ଅର୍ଥିକ ସ୍ତରରେ ପଛୁଆ ସେମାନେ ନିତିଦିନିଆ ଜୀବନରେ ଏହି ସଞ୍ଚୟ ଉପରେ ନିର୍ଭର କରିଥାନ୍ତି।
ଯେଉଁମାନେ ସ୍ବଳ୍ପ ସଞ୍ଚୟ ଯୋଜନାରେ ଟଙ୍କା ସଞ୍ଚୟ କରିଛନ୍ତି ସେମାନଙ୍କ ପାଇଁ ସୁଧହାର କମିବା ଏକ ଖରାପ ଖବର। ଫିକ୍ସଡ୍‌- ଇନ୍‌କମ୍‌ ଇନ୍‌ଭେଷ୍ଟର କୁହାଯାଉଥିବା ସଂଖ୍ୟାଧିକ ବରିଷ୍ଠ ନାଗରିକ ଏବେ କମ୍‌ ସୁଧ ପାଇବେ। ପ୍ରଥମତଃ ସୁଧହାର ଅଧିକ ହ୍ରାସ ପାଇଛି ଏବଂ ଦ୍ୱିତୀୟରେ ଯେଉଁ ସମୟରେ ଏଭଳି ନିଷ୍ପତ୍ତି ନିଆଗଲା ତାହା ଅସ୍ବାଭାବିକ ମନେହଏ। କୋଭିଡ-୧୯ ସଂକ୍ରମଣ ପରିସ୍ଥିତି ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିଛି ଯାହା ସରକାର ଏବଂ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌କୁ ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରିଲିଫ୍‌ ଯୋଗାଇ ଦେବା ପାଇଁ ଦୃଢ ପଦକ୍ଷେପ ନେବାକୁ ବାଧ୍ୟ କରିଛି। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗରିବଙ୍କ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ଏହାର ଠିକ୍‌ ପରେ ଆର୍‌ବିଆଇ ରେପୋ ରେଟ୍‌ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରି ବ୍ୟାଙ୍କ୍‌ଗୁଡିକୁ ସୁଧହାରରେ କୋହଳ କରିବାକୁ ପ୍ରୋତ୍ସାହିତ କରିଥିଲା। କରୋନା ଭାଇରସ ସଂକ୍ରମଣ ବ୍ୟାପୁଥିବାବେଳେ ସରକାର ସୁଧହାର ହ୍ରାସ କରିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ବ୍ୟାଙ୍କଗୁଡିକ ସଞ୍ଚୟ ସୁଧ ହାରକୁ କମାଇବା କିମ୍ବା ଆଗକୁ ସୁଧ ହାର ହ୍ରାସ କରିବାକୁ ସକ୍ଷମ ନୁହନ୍ତି ବୋଲି ଅଭିଯୋଗ କରିବା ସ୍ବାଭାବିକ। ଯଦି ସରକାରଙ୍କ ପାଖରେ କିଛି ବିକଳ୍ପ ରହି ନ ଥିଲା ତେବେ ଅନ୍ତତଃ ପକ୍ଷେ ଏହାକୁ ଜୁନ୍‌ ଶେଷ ପର୍ଯ୍ୟନ୍ତ କିମ୍ବା ଲକ୍‌ଡାଉନ ମଧ୍ୟରେ ଏହାର ସମୀକ୍ଷାକୁ ଅଟକାଇ ପାରିଥାନ୍ତେ। କିନ୍ତୁ ଏହା ହୋଇପାରିଲାନାହିଁ। ସମ୍ଭବତଃ ସରକାର ବ୍ୟାଙ୍କଗୁଡିକ ଚାପରେ ସୁଧ ହାର ହ୍ରାସ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ସରକାର କାହା ସ୍ବାର୍ଥରେ ଏହା କରିଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri