କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ…

ବାହାନଗା ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ମେଡିକାଲରେ ୩୫୦ରୁ ଊର୍ଦ୍ଧ୍ୱ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି। ତେବେ ଗୁରୁତରଙ୍କ ମଧ୍ୟରୁ କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ। ପୁଣି ପ୍ରଚୁର ରକ୍ତସ୍ରାବ ଯୋଗୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଭଳି ସ୍ଥିତିର ମୁକାବିଲା କରିବା ନିମନ୍ତେ ଗୁରୁତରଙ୍କୁ ରକ୍ତ ଦେବା ଜରୁରୀ ହୋଇପଡ଼ିଛି। ହେଲେ ଡାକ୍ତରଖାନା ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ ଦେଖାଦେଇଛି। ତେଣୁ ଡାକ୍ତରଖାନାରେ ଡାକବାଜି ଯୋଗେ ସ୍ଥାନୀୟ ଲୋକ ଓ ସ୍ବେଚ୍ଛାସେବୀଙ୍କୁ ରକ୍ତ ଦେବାକୁ ଅନୁରୋଧ କରାଯାଇଛି। ଅନେକ ଲୋକେ ଗୁରୁତରଙ୍କ ଜୀବନ ବଞ୍ଚାଇବା ନିମନ୍ତେ ରକ୍ତଦାନ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଛି।