କାଳ ହେଲା ଫାଇନାନ୍ସ ଟଙ୍କା: ମହିଳାଙ୍କ ମୃତ୍ୟୁ, ଗ୍ରାମରେ ଉତ୍ତେଜନା

ଜଗତ୍‌ସିଂହପୁର ଅଫିସ, ୧୬ା୯: ଜଗତ୍‌ସିଂହପୁର ଥାନା ଅଧୀନ ଚାଟଣା (ଗନ୍ତ) ଗ୍ରାମରେ ରବିବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେ ହେଲେ ହାଡ଼ିବନ୍ଧୁ ଭୋଇଙ୍କ ସ୍ତ୍ରୀ କାଞ୍ଚନ ଦାସ। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଖବରପାଇ ଗ୍ରାମର ବହୁ ମହିଳା ପୁରୁଷ ଅପରାହ୍ନରେ ଗ୍ରାମର ବାଦଲ ଦାସଙ୍କ ଘର ଆଗରେ ପୋଡ଼ାଜଳା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରିତ କରିବାକୁ ଉଦ୍ୟମ କରିଥିଲା। ତେବେ ହାଡ଼ିବନ୍ଧୁଙ୍କ ପରିବାର ସମେତ ବହୁ ଲୋକ ବାଦଲଙ୍କ ଘର ବାରଣ୍ଡାରେ ମୃତଦେହ ରଖି ହୋହଲ୍ଲା କରିଥିଲେ। ବାଦଲ ଓ ତାଙ୍କ ସ୍ତ୍ରୀ ଭାରତୀଙ୍କ ଯୋଗୁ କାଞ୍ଚନଙ୍କ ମୃତ୍ୟୁ ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପୂର୍ବରୁ ଥିବା ଏସ୍‌କେଏସ୍‌ ଫାଇନାନ୍ସ ତଥା ବର୍ତ୍ତମାନର ଭାରତ ଫାଇନାନ୍ସ ସଂସ୍ଥାରୁ କାଞ୍ଚନଙ୍କ ନାଁରେ ବାଦଲ ୪୫ ହଜାର ଟଙ୍କା ଋଣ ନେଇଥିଲେ। ପରେ ଟଙ୍କା ଶୁଝିଦେବେ କହି ଶୁଝି ନ ଥିଲେ। ତେଣୁ ଫାଇନାନ୍ସ ସଂସ୍ଥା କର୍ମଚାରୀମାନେ କାଞ୍ଚନଙ୍କ ଘରେ ପହଞ୍ଚତ୍ ବାରମ୍ବାର ଋଣ ଶୁଝିବାକୁ ତାଗିଦ୍‌ କରିଥିଲେ। ଯେହେତୁ ଏହି ଟଙ୍କା ବାଦଲ ନେଇଥିଲେ, ତେଣୁ କାଞ୍ଚନ ଏତେ ଟଙ୍କା କିପରି ଶୁଝିବେ ଚିନ୍ତାରେ ପଡିଥିଲେ। ଶନିବାର ସେ ବାଦଲଙ୍କ ଘରେ ପହଞ୍ଚତ୍ ଋଣ ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ। ଏହି ସମୟରେ ବାଦଲ ଓ ତାଙ୍କ ସ୍ତ୍ରୀ ଭାରତି ସରବତରେ ବିଷ ମିଶାଇ ପିଆଇ ଦେବାରୁ କାଞ୍ଚନଙ୍କ ମୃତ୍ୟୁ ଘଟିଥିବା ହାଡ଼ିବନ୍ଧୁ ଅଭିଯୋଗ କରିଛନ୍ତି। କେବଳ କାଞ୍ଚନ ନୁହନ୍ତି ଗାଁର ପାଖାପାଖି ୪୦ ଜଣଙ୍କ ଋଣ ଟଙ୍କା ବାଦଲ ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଋଣ ଗ୍ରହୀତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହାଡ଼ିବନ୍ଧୁଙ୍କ ଅଭିଯୋଗ କ୍ରମେ ବାଦଲ ଓ ଭାରତୀଙ୍କ ବିରୋଧରେ ଦଫା ୪୨୦/୩୦୨/୩୪ ଆଇପିସିରେ ମାମଲା ସଂଖ୍ୟା ୩୦୪/୧୯ ରୁଜୁ ହୋଇଛି। ଅନ୍ୟପକ୍ଷରେ ବାଦଲ ଋଣ ଟଙ୍କା ନ ଦେବାରୁ ଚାପଗ୍ରସ୍ତ ହୋଇ କାଞ୍ଚନ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣାର ତଦନ୍ତ ଜାରି ରହିଥିବା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ଶନିବାର କାଞ୍ଚନ ଋଣ ଟଙ୍କା ମାଗିବା ପାଇଁ ବାଦଲଙ୍କ ଘରକୁ ଯାଇଥିଲେ। ପରେ ଘରକୁ ଫେରି ତଳେ ପଡିଯାଇଥିଲେ। କିଛି ସମୟ ପରେ ଅପରାହ୍ଣ ୨ଟାରେ ତାଙ୍କ ମଝିଆ ପୁଅ ବଳରାମ ପହଞ୍ଚତ୍ କାଞ୍ଚନଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ପରିବାର ଲୋକଙ୍କ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସନ୍ଧ୍ୟାରେ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ। ସେଠାରେ ବିଳମ୍ବିତ ରାତି ପ୍ରାୟ ୨.୧୫ରେ କାଞ୍ଚନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ରବିବାର ଗ୍ରାମର ବହୁ ମହିଳା ପୁରୁଷ ବାଦଲଙ୍କ ଘର ଆଗରେ ପହଞ୍ଚତ୍ ତୁରନ୍ତ ଋଣ ଟଙ୍କା ଫେରାଇବା ଦାବିରେ ହୋହଲ୍ଲା କରିଥିଲେ। କିନ୍ତୁ ବାଦଲ କିମ୍ବା ତାଙ୍କ ସ୍ତ୍ରୀ ଦେଖା ନ ଦେବାରୁ ଉତ୍ତ୍ୟକ୍ତ ଲୋକେ ବାଦଲଙ୍କ ଘର ପାର୍ଶ୍ୱରେ ଥିବା ତାଙ୍କ ଦୋକାନ ଭାଙ୍ଗି ବିଭିନ୍ନ ସାମଗ୍ରୀ ଆଣି ରାସ୍ତା ଉପରେ ପୋଡ଼ି ଦେଇଥିଲେ। ପୋଲିସ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲା। କିନ୍ତୁ ସନ୍ଧ୍ୟାରେ ମୃତଦେହ ପହଞ୍ଚତ୍ବା ପରେ ସେମାନେ ବାଦଲଙ୍କ ଘର ବାରଣ୍ଡାରେ ରଖି ଆନ୍ଦୋଳନ କରିଥିଲେ। ଗାଁର ଏକାଧିକ ମହିଳା କହିଛନ୍ତି ଯେ, ଫାଇନାନ୍ସ ସଂସ୍ଥାର କର୍ମଚାରୀମାନେ ଆସିଲେ ବାଦଲଙ୍କ ବାରଣ୍ଡାରେ ବସି ଆଲୋଚନା କରନ୍ତି। କେଉଁ ମହିଳାଙ୍କୁ ଋଣ ଦିଆଯିବ ସେ ନିଷ୍ପତ୍ତିରେ ଭାରତୀଙ୍କ ଭୂମିକା ଥାଏ। ଫାଇନାନ୍ସ ସଂସ୍ଥା ଯେଉଁମାନଙ୍କ ନାଁରେ ଋଣ ମଞ୍ଜୁର କରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥାଏ। ତେଣୁ ଭାରତୀ ଓ ବାଦଲ ଋଣ ଗ୍ରହୀତାଙ୍କୁ ବୁଝାଇ ସୁଝାଇ ଏହି ଟଙ୍କା ହାତେଇଥାନ୍ତି। ଗାଁର କାଦମ୍ବିନୀ ସିଂହ କହିଛନ୍ତି, ତାଙ୍କ ନାଁରେ ୪୦ ହଜାର ଟଙ୍କା ଋଣ ହୋଇଛି। ଏହି ଟଙ୍କା ବାଦଲ ନେଇ ଆଉ ଶୁଝୁନାହାନ୍ତି। ଏଥିପାଇଁ ଫାଇନାନ୍ସ ସଂସ୍ଥା କର୍ମଚାରୀମାନେ ତାଙ୍କଠାରୁ ଟଙ୍କା ଆଦାୟ ପାଇଁ ଚଢାଉ କରୁଛନ୍ତି। ସେହିପରି ପ୍ରେମଲତା ବାନୁଙ୍କ ନାଁରେ ୨୦,୦୦୦, ସସ୍ମିତା ବେହେରା ୨୨,୦୦୦, ଜିତନ ଦାସ ୮୦,୦୦୦, ଗୁଡି ଦେଈ ୪୦,୦୦୦, ଲକ୍ଷ୍ମୀ ଭୋଇ ୪୦,୦୦୦, କମରୁଲ ବିବି ୫୦,୦୦୦, ଦାଗି ଦାସ ୮୦,୦୦୦, ଅପସନା ବିବି ୪୦,୦୦୦, ନଗିନା ପରବିନ୍‌ ୧୫,୦୦୦ ଓ କମରୁନ୍‌ ବିବିଙ୍କ ନାମରେ ୧୨,୦୦୦ ଟଙ୍କା ଋଣ ହୋଇଛି। ଏମାନଙ୍କ ସହ ଅନେକଙ୍କ ନାମରେ ଋଣ ହୋଇଥିଲେ ସୁଦ୍ଧା ବାଦଲ ଏହି ଋଣ ରାଶି ନେଇ ଶୁଝୁ ନ ଥିବାରୁ ସେମାନେ ଚିନ୍ତାରେ ଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri