କାଳୁପଡ଼ାଘାଟ ରେଳଷ୍ଟେଶନ ହେବ ନବୀକରଣ

ଟାଙ୍ଗୀ(ଖୋର୍ଦ୍ଧା),୨୨ା୮(ଡି.ଏନ.ଏ.): ପୂର୍ବତଟ ରେଲଓ୍ବେ କାଳୁପଡ଼ାଘାଟ ଷ୍ଟେଶନକୁ ପରିଦର୍ଶନରେ ଆସି ବୋର୍ଡର ପିଏସି ସଭ୍ୟମାନେ ଏହାକୁ ନବୀକରଣ କରାଯିବ ବୋଲି କହିଥିବା ଜଣାପଡିଛି। ସଦସ୍ୟମାନେ ହେଲେ ହିମାଦ୍ରି ବଳ, ବି. ଯାଦବ, ଅଜିତ କୁମାର ଓ ଅମରେଶ ରାୟ। ସ୍ଥାନୀୟ ରେଳ ୟୁଜର୍ସ ଆସୋସିଏଶନ ସଭାପତି ଡ. ଚନ୍ଦ୍ରକାନ୍ତ ପାଇକରାୟଙ୍କ ସହିତ ଗଙ୍ଗାଧର ପ୍ରଧାନ, ରଘୁନାଥ ସାହୁ, ଦିଲୀପ କୁମାର ନାଥ, ସାରଙ୍ଗଧର ବିଶ୍ୱାଳ, ଚନ୍ଦ୍ରଶେଖର ମିଶ୍ର, ହରିହର ପ୍ରଧାନ, ଦୀପକ ନାଥ ଓ ଜିନୁ ପଟ୍ଟନାୟକ ପ୍ରମୁଖ ସଦସ୍ୟଙ୍କ ସହ ସାକ୍ଷାତ କରି ଷ୍ଟେଶନର ସୁବିଧା/ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ୨ ନମ୍ବର ପ୍ଲାଟଫର୍ମରେ ୩ଟି ରେଷ୍ଟସେଡ୍‌, ଗୋଟିଏ ଫୁଟ୍‌ ଓଭର ବ୍ରିଜ ନିର୍ମାଣ, ରାସ୍ତା ପକ୍କା କରିବା, ଷ୍ଟ୍ରିଟ୍‌ ଲାଇଟ ସଂଯୋଗ ଓ ପାନୀୟ ଜଳଯୋଗାଣ ଇତ୍ୟାଦିର ତୁରନ୍ତ ବ୍ୟବସ୍ଥା ନିମନ୍ତେ ପିଏସି ସଭ୍ୟମାନେ ପ୍ରତିଶ୍ରୁତି ଦେଇଥିଲେ।