କାଳୀପୂଜା ପ୍ରସ୍ତୁତି ବୈଠକ: ପ୍ଲାଷ୍ଟିକମୁକ୍ତ ପୂଜା ମଣ୍ଡପ ନିଷ୍ପତ୍ତି

ଯାଜପୁର ରୋଡ, ୧୭।୧୦(ନି.ପ୍ର.): ଯାଜପୁର ରୋଡ ସହରରେ କାଳୀପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନେଇ ବୁଧବାର ଜିଲା ପ୍ରଶାସନ ଓ ପୋଲିସ୍‌ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କେଏନ୍‌ଡିଏ କଲ୍ୟାଣ ମଣ୍ଡପଠାରେ ବ୍ୟାସନଗର ତହସିଲଦାର ନୀରନ ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା, ଯାଜପୁର ରୋଡ ଏସ୍‌ଡିପିଓ କେଦାରନାଥ ସାହୁ, ଯାଜପୁର ରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତି, ଦାନଗଦୀ ତହସିଲଦାର ବୁଲବୁଲ ବେହେରା, ପୌର ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ। ଏଥିସହ ଯାଜପୁର ରୋଡ ଓ କଳିଙ୍ଗନଗର ସହରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ଶାନ୍ତି କମିଟି, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ। ବିଶେଷକରି ସହରର ଟ୍ରାଫିକ୍‌, ବିଦ୍ୟୁତ୍‌, ପାନୀୟ ଜଳ ସମସ୍ୟା, ରାସ୍ତାଘାଟଗୁଡିକ ପୂର୍ତ୍ତ ବିଭାଗ ଓ ପୌର ପରିଷଦ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବା ସହ ପୌର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥା ସୁଧାରିବା ପ୍ରଭୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ଅକ୍ଟୋବର ୨୭ ତାରିଖରୁ କାଳୀପୂଜା ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ବୁଧବାର ମେଲଣ ଓ ଭସାଣି ଉତ୍ସବ ଅନୁଷ୍ଠିତ ହେବା ନେଇ ବୈଠକରେସ୍ଥିର କରାଯାଇଛି। ମେଲଣରେ ଜନସମାଗମକୁ ଦୃଷ୍ଟିରେ ରଖି ଶାନ୍ତିସୃଙ୍ଖଳା ପାଇଁ ପୋଲିସ ଓ ଶାନ୍ତି କମିଟିକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପୂଜା ସମୟରେ ଶଦ୍ଦ ପ୍ରଦୂଷଣ ନ ହେବା, ମଣ୍ଡପଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ସିସି କ୍ୟାମେରା, ପୂଜା କମିଟି ପକ୍ଷରୁ ବିଦ୍ୟୁତ୍‌ ସୁରକ୍ଷା ପ୍ରମାଣପତ୍ର ଏବଂ ମେଢ଼ଗୁଡିକର ବିସର୍ଜନ ଫାୟାର ଷ୍ଟେଶନ୍‌ ପଛପଟ ଛଇରେ କରାଯିବା ପାଇଁ ପୌର ପରିଷଦ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂଜା ସମୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଖଣି ଅଞ୍ଚଳରୁ ଆସୁଥିବା ଭାରିଯାନଗୁଡିକ ସହର ମଧ୍ୟରେ ପ୍ରବେଶ କଟକଣା, ମଣ୍ଡପଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ପୌର ପରିଷଦ ପକ୍ଷରୁ ପୂଜା ମଣ୍ଡପଗୁଡିକର ସଫେଇ କାମ କରିବା ପାଇଁ ୨ ଜଣ ସଫେଇ କର୍ମଚାରୀ ନିଯୁକ୍ତ, ସହରର ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ଜହ୍ନା ଛକ, ଫାୟାର ଷ୍ଟେଶନ୍‌, ମିଲିଟାରୀ ଓ ମୁଣ୍ଡମାଳ ପ୍ରଭୃତି ଛକରେ ଗାଡି ପାର୍କିଂ ବ୍ୟବସ୍ଥା କରାଯିବା ନେଇ କୁହାଯାଇଛି। ସହର ମଧ୍ୟକୁ ସନ୍ଧ୍ୟା ସମୟରେ କେବଳ ଦୁଇ ଚକିଆ ଯାନ ଛଡାଯିବ ା ମେଲଣ ଉତ୍ସବ ଦିନ ମେଢଗୁଡିକ ରାତି ୧୦ଟା ସୁଦ୍ଧା ମେଲଣ ପଡିଆରେ ପହଞ୍ଚାଇବାକୁ ସମସ୍ତ କମିଟିକୁ ଅନୁରୋଧ କରାଯାଇଛି। ମେଲଣ ପଡିଆ ସାମ୍ନାରେ ଥିବା ଡ୍ରେନ୍‌କୁ ସଫେଇ କରିବା ସହିତ ମେଲଣ ପଡିଆରେ ଜଳ ନିଷ୍କାସନ ଓ ପରିଷ୍କାର ପରିଚ୍ଛନ ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି ା ସହରର ସମସ୍ତ ଅଞ୍ଚଳରେ ଏଲ୍‌ଇଡି ଲାଇଟ୍‌ ସଂଯୋଗ କରିବା ସହ ମହାତ୍ମା ଗାନ୍ଧୀ ମାର୍ଗରେ ତୁରନ୍ତ ସମ୍ପୂର୍ଣ୍ଣ ଆଲୋକୀକରଣ କରିବା ପାଇଁ ବୈଠକରେ ସ୍ଥିର ହୋଇଛି। ଏଥିସହ ୨୪ ଘଣ୍ଟିଆ ପାନୀୟ ଜଳ, ପାୱାର କଟ୍‌ ବନ୍ଦ କରିବା ପାଇଁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ବିଭିନ୍ନ ଜାଗାରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ସହ ବିଭିନ୍ନ ମଣ୍ଡପରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତି ୧୦ରୁ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବୈଠକରେ ଦାବି କରାଯାଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡ, ବିଦ୍ୟୁତ୍‌ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ପୌର ପରିଷଦ ଯନ୍ତ୍ରୀ, କୋରେଇ ଥାନାଧିକାରୀ, ଯାଜପୁର ରୋଡ ପୋଲିସ୍‌, ଅଗ୍ନିଶମ ବିଭାଗ, ପ୍ରଭୃତି ବିଭାଗର କର୍ମକର୍ତ୍ତା ଯୋଗଦେଇଥିଲେ। ଶାନ୍ତି କମିଟି ପକ୍ଷରୁ ପ୍ରଫୁଲ୍ଲ ବୋଇତାଇ, ବିଦ୍ୟାଧର ମହାନ୍ତି, ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ସଦାଶିବ ଦାସ, ହେମନ୍ତ ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ନିଲାମ: ଜାଣନ୍ତୁ କିଏ ରହିଲେ ଅନ୍‌ ସୋଲ୍ଡ

ଆବୁଧାବି,୧୬।୧୨: IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ୱାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ...

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

IPL ଇତିହାସର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହେଲେ କ୍ୟାମେରନ ଗ୍ରୀନ: ଏତିକି କୋଟି ଟଙ୍କାରେ କିଣିଲା KKR

ଆବୁଧାବି,୧୬।୧୨: IPL 2026 ନିଲାମ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ୨୫ କୋଟି ୨୦ ଲକ୍ଷରେ କିଣିଛି। ଫଳରେ ମିନି ଅକ୍ସନରେ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri