‘କାଳିଆ’ ଲାଗି ବ୍ୟୟବରାଦ ବଢ଼ିଲା, ଉପକୃତ ହେବେ ୩୨.୩୪ଲକ୍ଷ କୃଷକ ପରିବାର

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟ ସରକାର ‘କାଳିଆ’ ଯୋଜନା ଲାଗି ଅଧିକ ବ୍ୟୟବରାଦ କରିଛନ୍ତି।  ଯୋଜନା ଲାଗି ଅଧିକ ୩୨୩୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାଫଳରେ ୩୨.୩୪ ଲକ୍ଷ କୃଷକ ପରିବାର ଉପକୃତ ହେବେ। ଏଥିରେ ୫୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ସେହିଭଳି ୨୫ ଲକ୍ଷ ଭୂମିହୀନ ଚାଷୀ ମଧ୍ୟ ଏହି ଯୋଜନାରେ ଲାଭ ପାଇବେ ବୋଲି ଜଣାପଡ଼ିଛି। ତେବେ ମୋଟ ୭୫ ଲକ୍ଷ କୃଷକ ପରିବାର ଏହି ଯୋଜନାର ଅନ୍ତର୍ଭୁକ୍ତ ଅଛନ୍ତି।
ପ୍ରକାଶ ଯୋଗ୍ୟ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କୃଷକଙ୍କ ଉନ୍ନତି ନିମନ୍ତେ ଏହି ଯୋଜନା ଆଣିଥିଲେ। ଏହାଦ୍ୱାରା ପ୍ରତି କୃଷକ ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ତେବେ ନିର୍ବାଚନ ଯୋଗୁ କାଳିଆ ଟଙ୍କା ଦେବାରେ ବିଳମ୍ବ ହେଉଥିବାରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଶେଷ ହେବା ପରେ ତୁରନ୍ତ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ସରକାର ଗଠନ କରିବା ପରେ ଏହି ପ୍ରତିଶ୍ରୁତି ପାଳନ ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ମୃତ୍ୟୁବରଣ କରିଥିବା ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ୱର,୨୦।୭:ଚଳିତ ରଥଯାତ୍ରା ଦିନ ପୁରୀଠାରେ ଅତ୍ୟଧିକ ଗହଳି କାରଣରୁ ୨ ଜଣଙ୍କ ପ୍ରାଣହାନି ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ କଟକର ଅନିଲ ଦାସ ଏବଂ ମୁମ୍ବାଇର ଅଶୋକ…

ନିର୍ବାଚନ ପ୍ରତିଶ୍ରୁତି ଭୁଲିଗଲେଣି ନେତା: ବ୍ରାହ୍ମଣୀଗାଁରେ ସ୍ଥାପନ ହେଉନି 5g ନେଟୱାର୍କ, ବଢୁଛି ଜନଅସନ୍ତୋଷ

ଦାରିଙ୍ଗବାଡି,୨୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା ବ୍ରାହ୍ମଣୀଗାଁଠାରେ ଗତ ଏକ ଦଶନ୍ଧି ହେଲା ବିଏସଏନଏଲ ମୋବାଇଲ ସେବା ଉପଲବ୍ଧ। ତେବେ…

ପ୍ରହସନ ପାଲଟିଲାଣି ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି: ଲୋକେ ଅସନ୍ତୋଷ

କେସିଙ୍ଗା,୨୦।୭:(ତୁମେଶ୍ୱର ସାହୁ): ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାର ଲୋକଙ୍କ ପାଖରେ ଯୁଗ୍ମ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିଛନ୍ତି। ତେବେ ପ୍ରଶାସନିକସ୍ତରରେ ସ୍ଥାଣୁତା ଓ…

ଦୁଇ IAS ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୦।୭: ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର। IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ। ଏହା…

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

CJP ଆନ୍ଦୋଳନ ଭିତରେ ୟୁ-ଟର୍ନ ନେଲେ ସୋନମ ୱାଙ୍ଗଚୁକ: କହିଲେ- ମୁଁ ନିଜର ଅନଶନ…

ନୂଆଦିଲ୍ଲୀ, ୨୦।୭: CJPର ବିରୋଧ ପ୍ରଦର୍ଶନ ମଧ୍ୟରେ ସୋନମ ୱାଙ୍ଗଚୁକଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଏଥିରେ ସେ ନିଜର ଅନଶନ ଜାରି ରଖିବେ ବୋଲି…

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri