କାଳିଆ ଯୋଜନାରେ ଚାଲିଛି ରାଜନୀତି:ବାଦ୍‌ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ

ଖୋର୍ଦ୍ଧା ଅଫିସ,୪ା୯:ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧାର ମଙ୍ଗଳା ମଣ୍ଡପଠାରେ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ସୁରେଶ ମାନସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ମନୱର ଅଲ୍ଲି, ଚାଷୀ ନେତା ରମେଶ ସ୍ବାଇଁ, ଜୟନ୍ତ ତ୍ରିପାଠୀ, ହାଡିବନ୍ଧୁ ମହାରଣା, ନିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ କହିଥିଲେ କାଳିଆ ଯୋଜନାରେ ରାଜନୀତି ଚାଲିଛି। ଯୋଜନା ହେଲା ଚାଷୀଙ୍କ ନଁାରେ, ଫାଇଦା ନେଲେ ରାଜନୈତିକ ଦଳର କର୍ମୀ। ନିର୍ବାଚନ ପୂର୍ବରୁ ଭୋଟ ଲାଗି କାଳିଆ ଯୋଜନାରେ ଆଖିବୁଜା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଗଲା। ଯୋଗ୍ୟ ଅଯୋଗ୍ୟ ଖୋଜା ଗଲାନି। ସମସ୍ତଙ୍କୁ ୫ ହଜାର ଟଙ୍କା ଦିଆଗଲା। ତେବେ ଯୋଗ୍ୟ ପାଇଲେନି, ଅଯୋଗ୍ୟ ନେଇଗଲେ ମଧ୍ୟ ସରକାର ହାତ ଟେକି ଦେଲେ। ବିରୋଧୀ ଦଳ ବାରମ୍ବାର ଅନିୟମିତତା ନେଇ ପ୍ରଶ୍ନ ଉଠାଇଲେ ମଧ୍ୟ ସରକାର ଶୁଣିଲେନି। ସରକାର ଚାଷୀଙ୍କ ଜୀବନଜୀବିକା ସହ ଖେଳିଲେ। ଭୋଟ ଶେଷ ପରେ ସରକାର ସେହି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ବାଦ୍‌ ଦେଲେ। ତେବେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେବାକୁ ନବ ନିର୍ମାଣ କୃଷକ ସଙ୍ଗଠନ ସ୍ବାଗତ କରିଛି। କିନ୍ତୁ ଅଯୋଗ୍ୟ ନଁାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେବା ଠିକ୍‌ ନୁହେଁ। ଯାହାକି ଚାଷୀ ଆନ୍ଦୋଳନ ପାଇଁ ପ୍ରୋତ୍ସାହନ ଯୋଗାଇ ଚାଲିଛି। ଏଭଳିସ୍ଥଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେଉଥିବା କର୍ମଚାରୀଙ୍କୁ ଦଣ୍ଡବିଧାନ କରାଯାଉ। ବାଦ୍‌ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି କାଳିଆ ଯୋଜନା ଅର୍ଥ ଦିଆଯାଉ। ସେହିପରି ଚାଷୀଙ୍କ ପ୍ରସ୍ତାବଗୁଡିକୁ ଶୀଘ୍ର କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଛି। ଅପରପକ୍ଷେ କାଳିଆ ଯୋଜନାର ଅନିୟମିତତାକୁ ନେଇ ସେପ୍ଟେମ୍ବର ୨୦ରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ। ସେହିପରି ନଭେମ୍ବର ୬ରେ ବରମୁଣ୍ଡାରେ ସର୍ବଭାରତୀୟ ସମ୍ମିଳନୀ ହେବ। ଏଥିପାଇଁ ଗଁା ଓ ସହରରୁ ପାଣ୍ଠି ସଂଗ୍ରହ କରାଯିବା ସହ ସମ୍ମିଳନୀ ଏବଂ ଆନ୍ଦୋଳନକୁ ସଫଳ କରିବାକୁ ସମସ୍ତଙ୍କର ସହଯୋଗ ଲୋଡା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri