Posted inଫୁରସତ

କାଳିଆ ପାଇଁ ଲୋଡ଼ା ରାଉତପଡ଼ାର ପାଟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବିଭୁ କୃପାରେ ଆନନ୍ଦିତ ହେଉଥିବା ଭକ୍ତ ବର୍ଷର ଅନ୍ୟ ଦିନ ଅପେକ୍ଷା ରଥଯାତ୍ରା ପାଇଁ ଶ୍ରୀଜୀଉଙ୍କ ନିମନ୍ତେ ପଠାଇଥାନ୍ତି ସ୍ବତନ୍ତ୍ର ପାଟବସ୍ତ୍ର। ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପି ଧନ୍ୟ ମନେକରନ୍ତି ଏମାନେ। ଏଥିପାଇଁ ଏହି ଗାଁ ନିଆରା ପରିଚୟ ବହନ କରିଥାଏ।

ଗାଁର ନାଁ ରାଉତପଡ଼ା: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡ଼ା ଗ୍ରାମପଞ୍ଚାୟତର ରାଉତପଡ଼ା ଗାଁ। ଏହି ଗ୍ରାମର ଅଧିକାଂଶ ବାସିନ୍ଦା ବୁଣାକାର ସମ୍ପ୍ରଦାୟର। ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ପାଟବସ୍ତ୍ର ଯୋଗାଇ ଆସୁଛନ୍ତି ଏହି ଗାଁର ବୁଣାକାର ସେବକମାନେ।

କେବେଠାରୁ: ପ୍ରାୟ ୧୯୯୨ ମସିହା ଅର୍ଥାତ୍‌ ଦୀର୍ଘ ୨୭ ବର୍ଷ ଧରି ଏହି ଗାଁର ପ୍ରାୟ ୨୫ଟି ବୁଣାକାର ପରିବାରର ୧୨୦ ଜଣ ସଦସ୍ୟ ଶ୍ରୀମନ୍ଦିରକୁ ବର୍ଷର ବିଭିନ୍ନ ପର୍ବ ସମୟରେ ଶ୍ରୀଜୀଉଙ୍କ ସେବାଲାଗି ପାଟବସ୍ତ୍ର, ଲୁଗା, ଘୋଡ଼ଣି ପରି ବିଭିନ୍ନ ପୂଜାବିଧିର ବସ୍ତ୍ର ଯୋଗାଇ ଆସୁଛନ୍ତି। ୨୦୧୫ରେ ମହାପ୍ରଭୁଙ୍କ ନବକଳେବର ବେଶ ପାଇଁ ୩ ହାତ ଓସାର ୮ ହାତ ଲମ୍ବ, ୨ ହାତ ଓସାର ୧୨ ହାତ ଲମ୍ବ ଏବଂ ୨ ହାତ ଓସାର ୧୪ ହାତ ଲମ୍ବର ୩ ମୂର୍ତ୍ତି ଲେଖାଏଁ(୩ଖଣ୍ଡ)ଏବଂ ୨ ହାତ ଓସାର ୨୪ ହାତ ଲମ୍ବର ୨ ମୂର୍ତ୍ତି(୨ଖଣ୍ଡ), ୨ ହାତ ଲମ୍ବ ସାଢ଼େ ୨ଫୁଟ ଓସାରର ୪ ମୂର୍ତ୍ତି(୪ଖଣ୍ଡ)ର ୨ ସେଟ୍‌ ଲେଖାଏଁ ତାରାବଳି ପାଟ ପଠାଇବାର ସୁଯୋଗ ପାଇଥିଲେ।

କି ପ୍ରକାରର ବସ୍ତ୍ର ପଠାଯାଏ: ମହାପ୍ରଭୁଙ୍କ ପବିତ୍ର ସେବା ଉଦ୍ଦେଶ୍ୟରେ ପୂର୍ବରୁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶ ରହିଥିବାବେଳେ ଏହି ଗାଁର ବୁଣାକାର ନିଜକୁ ଧନ୍ୟ ମନେକରନ୍ତି। ରଥଯାତ୍ରାର ପ୍ରାୟ ୬ମାସ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନଠାରୁ ତାଲିକା ମିଳିବା ପରେ ଗାଁର ସେବକମାନେ ପାଟ ବୁଣିବା ପାଇଁ ନିଷ୍ଠାର ସହ ପ୍ରସ୍ତୁତ ହୋଇଥାନ୍ତି। ପ୍ରତିବର୍ଷ ରାମନବମୀଠାରୁ ମହାପ୍ରଭୁଙ୍କ ଲାଗି ପାରମ୍ପରିକ ରୀତିନୀତିରେ ରଙ୍ଗ, ସୂତାର ସ୍ବତନ୍ତ୍ର ମାପରେ ବସ୍ତ୍ର ତିଆରି କରାଯାଇଥାଏ। ଚଳିତବର୍ଷ ରଥଯାତ୍ରା ପାଇଁ ଚେହେଲି ପାଟ, ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟ, ସାତବାର ପାଇଁ ୭ ରଙ୍ଗର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ୨ ପ୍ରକାରର ଘୋଡ଼ଣି, ୩୫ ପ୍ରକାର ଲୁଗା, ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରାବଡ଼ୁ ଜଳ ପାଇଁ ଗାମୁଛା ପଠାଯାଇଛି। ସେହିପରି ୨ ହାତ ଓସାର ୪୦ ଗଜ ଲମ୍ବ ନାଲି ରଙ୍ଗର ୧ ସେଟ୍‌, ୨ ହାତ ଓସାର ୧୪ ଗଜ ଲମ୍ବ ସବୁଜ ରଙ୍ଗ ୧ ସେଟ୍‌ ଏବଂ ୨ ହାତ ଓସାର ୨୦ ଗଜ ଲମ୍ବ ହଳଦିଆ ରଙ୍ଗର ୧ ସେଟ୍‌ ପାଟ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଲାଗି ପାଇଁ ଯାଇଛି। କଂସାରି ରପି ସଂସାର, ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀଃ ଲେଖାଥିବା ଗୀତଗୋବିନ୍ଦ ନାମକ ଏକପ୍ରକାରର ପାଟ ଠାକୁରଙ୍କ ନିତିଦିନିଆ ରାତି ବଡ଼ସିଂହାର ବେଶ ପାଇଁ ମଧ୍ୟ ଯାଇଛି। ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ କେଳ ଚଳନ୍ମଣି କୁଣ୍ଡଳ ମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଠାକୁରଙ୍କ ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟ ମଧ୍ୟ ପଠାଯାଇଛି। ଏହି ପାଟର ଲମ୍ବ ୧୬ ହାତ ଥିବାବେଳେ ଓସାର ୬୦ ଇଞ୍ଚ ା ସେହିପରି ସପ୍ତବିଗ୍ରହ ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଭୂଦେବୀ ଏବଂ ସୁଦେବୀଙ୍କ ପାଇଁ ସୂତାର ୨ ପ୍ରକାରର ଘୋଡ଼ଣି ପଠାଯାଇଛି। ଅନ୍ୟପକ୍ଷେ ମହାପ୍ରଭୁଙ୍କ ସେବା ଲାଗି ବର୍ଷର ଅନ୍ୟ ସମୟ ପାଇଁ ୩୦ରୁ ୩୫ ପ୍ରକାରର ଲୁଗା ଯଥା-ନେତୁଟା, ବୋଇରାଣୀ, ପତନୀ, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ଆଦି ବସ୍ତ୍ର ପୁରୀକୁ ପଠାଯାଇଛି।

ସେବାରେ ଆନନ୍ଦ ମିଳେ : ରାଉତପଡ଼ା ଗାଁର ଗୋବିନ୍ଦଚନ୍ଦ୍ର ଦାସ, ଅଶୋକ ଦାସ, କୈଳାସଚନ୍ଦ୍ର ଦାସ, ରବୀନ୍ଦ୍ର ଦାସ ଓ ଅରକ୍ଷିତ କୁଣ୍ଡୁ ପ୍ରମୁଖ କୁହନ୍ତି, ମହାପ୍ରଭୁଙ୍କ ସେବାରେ ପାଟ, ଲୁଗା ଓ ଗାମୁଛା ଆଦି ବସ୍ତ୍ରକୁ ଯୋଗାଇବାରେ ଖଞ୍ଜା ବ୍ୟବସ୍ଥା ରହିଛି। ଏହି ଗାଁର ପାଟ ସମେତ ଅନ୍ୟାନ୍ୟ ବସ୍ତ୍ରରେ ବୁଣାକାରଙ୍କ କାର୍ଯ୍ୟର ଖର୍ଚ୍ଚ ତୁଳନାରେ ପାରିଶ୍ରମିକ ମିଳୁନାହିଁ। କଞ୍ଚାମାଲ୍‌ର ଅଭାବ ରହୁଥିଲେ ବି ଠାକୁରଙ୍କ ସେବାରେ ଆନନ୍ଦ ମିଳିଥାଏ।

-ଲୋକନାଥ ମିଶ୍ର, ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri