କାଳିଆ ଟଙ୍କା ମିଳୁ ନ ଥିବାରୁ ବିଧାୟକଙ୍କ ଉଦ୍‌ବେଗ

ଛତ୍ରପୁର,୩୦ା୧(ଡି.ଏନ୍‌.ଏ.) -ଗଞ୍ଜାମ ଜିଲାପରିଷଦ ସାଧାରଣ ଅଧିବେଶନ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲା ପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ। ବୈଠକ ପ୍ରାରମ୍ଭରୁ ହିଁ ଚାଷୀମାନଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳୁ ନ ଥିବା ପ୍ରସଙ୍ଗ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉଠାଇଥିଲେ। ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀଙ୍କ ସମେତ ଅନ୍ୟ ବିଧାୟିକା, ବିଧାୟକ, ଜିଲାପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏପରିକି ଗଞ୍ଜାମ ଜିଲାରେ କେତେ ଚାଷୀ ଅଛନ୍ତି ତାର ତାଲିକା ମଧ୍ୟ କୃଷି ଉପନିର୍ଦ୍ଦେଶକ ଦେଇପାରି ନ ଥିଲେ। ଏନେଇ ବିଧାୟିକା ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମାର୍ଚ୍ଚ ୩୧ରେ ଧାନ କିଣା ସରିବ। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାର ଚାଷୀମାନଙ୍କ ଠାରୁ ୧,୩୪,୯୯୯.୭୨୬ କୁଇଣ୍ଟାଲ ଧାନ କିଣାଯାଇଛି। ଅପରପକ୍ଷରେ ଜିଲାରେ ଚଳିତ ବର୍ଷ ୧ ଲକ୍ଷ ୩୪ ହଜାର ୪୬୨ ଜଣ ଚାଷୀଙ୍କ ଠାରୁ ମୋଟ ୩,୪୪,୦୨୯.୮୫୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ରହିଛି। ଏଥିରୁ ମାତ୍ର ୩୯ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି। ବିଭିନ୍ନ ସ୍ଥାନରେ ଚାଷୀମାନଙ୍କ ଠାରୁ ଧାନ କିଣିବାରେ ବିଳମ୍ବ ହେଉଥିବାରୁ ଆନ୍ଧ୍ର ବେପାରୀଙ୍କୁ ଚାଷୀ କମ୍‌ ଦରରେ ଧାନ ବିକୁଥିବା ଅଭିଯୋଗ ହୋଇଥିଲା। ଟୋକନ୍‌ ବ୍ୟବସ୍ଥା ଯୋଗୁ ଏପରି ଅବ୍ୟବସ୍ଥା ହେଉଥିବା କୁହାଯାଇଥିଲା। ଋଷିକୁଲ୍ୟା ଭୂତଳ ଜଳ ସ୍ତର କମୁଛି ଏବଂ ଉକ୍ତ ଅଞ୍ଚଳରେ ୫୦ ଫୁଟ୍‌ ଖୋଳିଲେ ସାଲାଇନ୍‌ ୱାଟର ବାହାରୁଛି। ଏଣୁ ଋଷିକୁଲ୍ୟା ନଦୀ କଂସାରି ଗଣ୍ଡରେ ବ୍ୟାରେଜ୍‌ ନିର୍ମାଣ କରି ଜଳସେଚନ ଓ ପାନୀୟଜଳ ବ୍ୟବସ୍ଥା କରିବାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରସ୍ତାବ ଦେଇଥିଲେ। ବ୍ରହ୍ମପୁର ଓ ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨୨୨ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ୭୪ ପ୍ରକଳ୍ପ କାମ ସରିଛି। ଛତ୍ରପୁର ଉପକଣ୍ଠ ରାମଚନ୍ଦ୍ରପୀଠକୁ ଅନେକ ଭକ୍ତ ଓ ପର୍ଯ୍ୟଟକ ଆସୁଛନ୍ତି। ଏଥିପାଇଁ ନୀଳାଦ୍ରିପୁରରେ ଏକ ପାଣି ପ୍ରକଳ୍ପ ସ୍ଥାପନ କରିବାକୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ପ୍ରସ୍ତାବ ଦେଇଥିଲେ। ଟ୍ରାକ୍ଟର ମାଲିକ ମାନଙ୍କୁ ଅଧିକା ଜରିମାନା ପଡୁଥିବାନେଇ ବିଧାୟିକା ବିଧାୟକ କହିଥିଲେ। ନିୟମ ଉଲ୍ଲଂଘନ କଲେ ଜରିମାନା ଆଦାୟ ହେବ ବୋଲି ଜିଲାପାଳ କହିଛନ୍ତି। ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଗୋପାଳପୁର ବିଧାୟକ ବୈଠକରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପାତ୍ରପୁର, ଧରାକୋଟ ଓ ସୋରଡାଠାରେ ମା’ ଗୃହ ନିର୍ମାଣ ହେବ। ଜିଲାରେ ୫୩୯ ଡାକ୍ତରଙ୍କ ମଧ୍ୟରୁ ୧୯୨ ଡାକ୍ତର ଅଛନ୍ତି। ୩୪୭ ଡାକ୍ତର ପଦବୀ ଖାଲି ରହିଛି। ଏଥିସହ ଜିଲାରେ ୬୩୬ ପଦବୀ ମଧ୍ୟରୁ ୯୬ ଜଣ ନର୍ସ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ , ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ଜିଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଚିକିଟି ବିଧାୟିକାଙ୍କ ପ୍ରତିନିଧି ବି. କ୍ରିଷ୍ଣମୂର୍ତ୍ତି, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସମେତ ବ୍ଲକ ଅଧ୍ୟକ୍ଷ, ଜିଲାପରିଷଦ ସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଡିଆର୍‌ଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri