Categories: ନୟାଗଡ଼

କାଳବୈଶାଖୀ ପ୍ରଭାବ: ଉଡ଼ିଗଲା କଲେଜ ଶ୍ରେଣୀଗୃହ ଆଜବେଷ୍ଟସ୍‌

ଗଣିଆ,୯।୬(ଡି.ଏନ.ଏ.)-ଗଣିଆ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ୍‌ ଛପର ଉଡିଯାଇଛି । ଆସନ୍ତା ୨୦ ତାରିଖରେ ମହାବିଦ୍ୟାଳୟରେ ଫୋର୍ଥ ସେମିଷ୍ଟର ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରୀଛାତ୍ରମାନେ କିଭଳି ପରୀକ୍ଷା ଦେବେ ସେନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ତେବେ ଏହି ମହାବିଦ୍ୟାଳୟର ଶ୍ରେଣୀଗୃହ ମରାମତି ନିମିତ୍ତ ପୂର୍ବରୁ କୌଣସି ସରକାରୀ ସହାୟତା ମିଳି ନ ଥିବା ଅଧ୍ୟକ୍ଷ ଅଖିଳ ହୋତା ସୂଚନା ଦେଇଛନ୍ତି ା ଗଣିଆ ବ୍ଲକରେ ଏକମାତ୍ର ଡିଗ୍ରୀ ମହାବିଦ୍ୟାଳୟରେ ବହୁ ସମସ୍ୟା ଲାଗିରହିଥିଲେ ମଧ୍ୟ ପ୍ରଶାସନିକ କିମ୍ବା ରାଜନୈତିକ ସ୍ତରରେ ତପତ୍ରତା ପ୍ରକାଶ ପାଉନାହିଁ ା ଆସନ୍ତା ୧୮ ତାରିଖରେ କଲେଜ ଖୋଲୁଥିବା ବେଳେ ଏହା ପୂର୍ବରୁ ମରାମତି କରା ନ ଗଲେ ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ଓ ପରୀକ୍ଷା ଦେବା ପାଇଁ ସମସ୍ୟାର ସମ୍ମୁଖୀନ ହେବେ ା ଏହି କଲେଜ ଶ୍ରେଣୀଗୃହ ମରାମତି ଦିଗରେ ସ୍ଥାନୀୟ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।