Categories: ଗଞ୍ଜାମ

କାର୍‌ ଓଲଟିଲା, ଗଞ୍ଜେଇ ବୋହିନେଲେ ଲୋକେ

ଶଙ୍କରାଖୋଲ,୩୦ା୭(ଡି.ଏନ୍‌.ଏ.)-ଟିକାବାଲି ଥାନା (ଏଲ୍‌) ବପଲମେଣ୍ଡି ପଞ୍ଚାୟତ ନିକଟ ପାନାବାଡି ଗ୍ରାମ ବୁଲାଣିରେ ସୋମବାର ସକାଳ ପ୍ରାୟ ୯ଟାରେ ଏକ କାର (ନଂ.ଡବ୍ଲ୍ୟୁବି୦୬ବି-୦୮୫୯) ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଓଲଡି ପଡିଥିଲା। କାର୍‌ରେ ଥିବା ୩ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାପରେ ଲୋକେ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଦେଖିବାକୁ ଯାଇଥିଲେ। କାର୍‌ ଭିତରେ ଗଞ୍ଜେଇ ପ୍ୟାକେଟ ଭର୍ତ୍ତି ହୋଇଥିବା ଦେଖି ଲୋକେ ବୋହିନେଇଥିଲେ। ଖବର ପାଇ ଲାଇନପଡା ଫାଣ୍ଡି ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ।